spot_img

Latest Posts

କରୋନା ପାଇଁ ଚାରିଆଡ଼େ ଶୂନଶାନ, ଲଢୁଛି ପୁରା ଦେଶ

ଭୁବନେଶ୍ୱର: ସାରା ଦେଶ ଏବେ ଖାଁ ଖାଁ । ନା ଗାଡ଼ି ମଟରର ଶବ୍ଦ ନା ଲୋକଙ୍କ ଗହଳି ଚହଳି  । ସବୁ ଆଜି ସୁନା ସାନ । କାରଣ କରୋନା ଭାଇରସ୍‌ ପାଇଁ ସାରା ଦେଶରେ ଜନତା କର୍ଫ୍ୟୁ ଲାଗୁ ହୋଇଛି । ଯାହାକୁ ନେଇ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ସମସ୍ତେ ଘରେ ରହିବେ । କୌଣସି ଜରୁରୀକାଳୀନ କାର୍ଯ୍ୟ ନଥିବା ଯାଏଁ ଘରୁ ବାହାରିବେ ନାହିଁ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଆହ୍ୱାନକ୍ରମେ ଆଜି ସକାଳ ୭ଟାରୁ ସାରା ଦେଶରେ ‘ଜନତା କର୍ଫ୍ୟୁ’ ଆରମ୍ଭ ହୋଇଛି । ଏହା ରାତି ୯ଟା ପର୍ଯ୍ୟନ୍ତ ଚାଲିବ ।

ସେପଟେ ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲକଡାଉନକୁ ନେଇ କଡ଼ା ନିର୍ଦ୍ଦେଶ ସମ୍ପୂର୍ଣ ରୂପରେ ସଫଳ ହୋଇଛି । ସାରା ରାଜ୍ୟ ଜନତା କର୍ଫ୍ୟୁକୁ ପାଳନ କରୁଥିବା ବେଳେ ଯେଉଁ ଜିଲ୍ଲା ଗୁଡ଼ିକରେ ଲକ୍‌ଡାଉନ ଜାରୀ ହୋଇଛି ସେଠି ମଧ୍ୟ ଏହାକୁ ସମ୍ପୂର୍ଣ ରୂପରେ ପାଳନ କରୁଛନ୍ତି ଲୋକେ ।

ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକୁ ଛାଡ଼ି ଦେଲେ ବାକି ସବୁ ବନ୍ଦ ରହିଛି । ଭୋର୍ ୪ଟାରୁ ଛାଡ଼ିଥିବା ଟ୍ରେନ୍‌ ଗୁଡ଼ିକୁ ଛାଡ଼ି ଦେଲେ ବାକି ସବୁ ଟ୍ରେନ୍ ବାତିଲ ହୋଇଛି। ରାତି ୧୦ଟା ପରେ ଯାଇ ସବୁ ଟ୍ରେନ୍‌ଗୁଡ଼ିକ ଚଳାଚଳ କରିବେ। ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ଫଳରେ ଆଜି ସାରା ରାଜ୍ୟ ଏକ ପ୍ରକାର ଖାଁ ଖାଁ ଲାଗୁଛି।

ଜରୁରୀକାଳୀନ ପରିସ୍ଥିତି ପାଇଁ କମିଶନରେଟ୍‌ ପୋଲିସର ପାସ୍‌ ବ୍ୟବସ୍ଥା

ଲକ୍‌ଡାଉନ ଏବଂ ଜନତା କର୍ଫ୍ୟୁ ରୁ ସ୍ୱାସ୍ଥ୍ୟସେବା ଭଳି ଜରୁରୀ ସେବାକୁ ବାଦ୍ ଦିଆଯାଇଛି । ମ୍ୟୁନିସିପାଲିଟି କର୍ମଚାରୀ ଓ ବିମାନବନ୍ଦର କର୍ମଚାରୀ ମଧ୍ୟ ସେମାନଙ୍କ କାମ କରିବେ। ପୁଲିସ୍, ରେଲୱେ, ହୋମ୍ ଡେଲିଭରୀ ଓ ଗଣମାଧ୍ୟମକୁ ମଧ୍ୟ ଏଥିରୁ ବାଦ୍ ଦିଆଯାଇଛି ।

 

 

 

Latest Posts

Don't Miss