ନନ୍ଦିଘୋଷ ବ୍ୟୁରୋ: ଭୀଷଣ ବାତ୍ୟା ରେ ପରିଣତ ହେଲା ମୁରାସୁ । ଘଣ୍ଟା ପ୍ରତି ୨୨ କିଲୋମିଟର ବେଗରେ ଗତି କରୁଛି ଭୀଷଣ ବାତ୍ୟା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ବର୍ତ୍ତମାନ ୧୪.୧ ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୮୧.୪ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରହିଛି । ଏହା ଆନ୍ଧ୍ରପ୍ରଦେଶର ନେଲୋରଠାରୁ ପ୍ରାୟ ୧୬୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବରେ, ତାମିଲନାଡୁର ଚେନ୍ନାଇଠାରୁ ୧୮୦ କିଲୋମିଟର ଉତ୍ତର-ପୂର୍ବରେ, କାଭାଲିଠାରୁ ୧୮୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବରେ, ଓଙ୍ଗୋଲଠାରୁ ୨୧୦ କିଲୋମିଟର ଦକ୍ଷିଣ-ପୂର୍ବରେ ଏବଂ ମଚ୍ଛଲିପଟ୍ଟନମ୍ଠାରୁ ୨୪୦ କିଲୋମିଟର ଦକ୍ଷିଣରେ ରହିଛି। ଆଜି ମଧ୍ୟରାତ୍ରି କିମ୍ବା କାଲି ଭୋର୍ ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିପାରେ ମୁରାସୁ । ନେଲର-ନର୍ସlପୁର ନିକଟରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ ।
ବାତ୍ୟା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପାଇଁ ୧୯ ଜିଲ୍ଲା କୁ ୟେଲୋ ୱାର୍ଣ୍ଣି ଜାରି ହୋଇଛି । ଦକ୍ଷିଣ ଓଡ଼ିଶା ସମେତ ଅନେକ ଜିଲ୍ଲାକୁ ବର୍ଷା ଓ ଝଡ଼ବର୍ଷା ଆଶଙ୍କା । ଆସନ୍ତା ୨୪ ଘଣ୍ଟା ପାଇଁ ଗଞ୍ଜାମ ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ୪୦ରୁ ୫୦ କିଲୋମିଟର ଏବଂ ଝଟକା ପବନର ବେଗ ୬୦ କିଲୋମିଟର ପର୍ଯ୍ୟନ୍ତ ହେବା ନେଇ ଆଶଂକା ରହିଛି । ଏଥିପାଇଁ ଏସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ଅବଶିଷ୍ଟ ୧୭ ଜିଲ୍ଲା ଯଥା ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ଯାଜପୁର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜ,ବାଲେଶ୍ୱର, ଜଗତସିଂହପୁର, ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ସହ ଝଡ଼ ପବନ ହେବାର ଆଶଙ୍କା ରହିଛି । ଏଥିପାଇଁ ଆସନ୍ତା ୪ ଯାଏ ମାଲକାନଗିରି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସେପଟେ ମୁରାସୁ ଭୀଷଣ ବାତ୍ୟାରେ ପରିଣତ ହେବାପରେ ଏହାର ପ୍ରଭାବ ରାଜଧାନୀରେ ଦେଖିବାକୁ ମିଳିଛି । ଦିନରେ ରାତିର ଭ୍ରମ ସୃଷ୍ଟି କରିବା ସହ ଝିପିଝିପି ବର୍ଷା ଆରମ୍ଭ ହୋଇଛି ।….

