spot_img

Latest Posts

ମହଙ୍ଗା ପଡ଼ିପାରେ କାହାକୁ ‘ଏପ୍ରିଲ ଫୁଲ୍’ ବନେଇବା: ଆପଣଙ୍କୁ ହୋଇପାରେ ଜେଲ!

ଆଜି ଏପ୍ରିଲ୍ ମାସର ପ୍ରଥମ ଦିନ ଓ ‘ଏପ୍ରିଲ୍ ଫୁଲ୍ କରିବାର ତାରିଖ । ସାଧାରଣତଃ ଏପ୍ରିଲ ୧ ତାରିଖ ଦିନ କିଛି ଲୋକେ ପରସ୍ପରକୁ ବୋକା ବନାନ୍ତି । କିନ୍ତୁ ଚଳିତ ବର୍ଷ ଯଦି କେହି  କାହାକୁ ଏପ୍ରିଲ୍ ଫୁଲ୍ କରନ୍ତି, ତାହେଲେ ଜେଲ୍ ଯିବାର ସମ୍ଭାବନା ରହିଛି । ଦିଲ୍ଲୀ, ମୁମ୍ବାଇ ଭଳି ରାଜ୍ୟ ଏପ୍ରିଲ ଫୁଲ୍ ବାହାନା କରି ‘ଗୁଜବ ପ୍ରଚାର’ କରିବା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। ଏହାର କାରଣ ହେଉଛି କରୋନା । ସମଗ୍ର ଦେଶରେ କରୋନା ଯୋଗୁଁ ଲକଡାଉନ୍ ଜାରି ରହିଛି । ଦିଲ୍ଲୀ, ମହାରାଷ୍ଟ୍ର ଏବଂ ହିମାଚଳ ପ୍ରଦେଶରେ ଜନସାଧାରଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ଏଥର ଏପ୍ରିଲ ଫୁଲ ବାହାନାରେ କରୋନା ‘ଗୁଜବ ଏବଂ ଗାଳିଗୁଲଜ’ ରୁ ଦୂରେଇ ନରହିଲେ, କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଟ୍ୱିଟରରେ ଏନେଇ ସୂଚନା ଦିଆଯାଇଛି । ଯଦି ‘ଏପ୍ରିଲ୍ ଫୁଲ୍’ ବାହାନା କରି ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରିବାକୁ ଚେଷ୍ଟା କରାଯାଏ, ତାହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗୁଜବ ଏବଂ ପ୍ରାଙ୍କ କାରଣରୁ କରୋନା ଭାଇରସ ଯୋଗୁଁ ହୋଇଥିବା ଲକଡାଉନ୍ରେ ପ୍ରଭାବ ପଡିପାରେ । ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ । ଏଥିପାଇଁ ଏହି ପଦକ୍ଷେପ ନିଆଯାଇଛି । ଯଦି ଏପରି ଗୁଜବ ଏକ ହ୍ୱାଟସ୍ଆପ୍ ଗ୍ରୁପ୍ ରୁ ରିପୋର୍ଟ କରାଯାଏ, ତେବେ ଏହା ଗ୍ରୁପ୍ ଆଡମିନିଷ୍ଟ୍ରେଟରଙ୍କ ଦାୟିତ୍ୱ ହେବ । ମହାରାଷ୍ଟ୍ର ସରକାରଙ୍କ ଅନୁସାରେ ପୋଲିସ ସୋସିଆଲ ମିଡିଆ ଉପରେ ନଜର ରଖିବ। ସୋମବାର ମୁମ୍ବାଇ ପୋଲିସ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି । ଯିଏ ହ୍ୱାଟସ୍ଆପରେ ଏକ ଫେକ୍ ତଥ୍ୟ ପଠାଉଥିଲେ ।

ପ୍ରତିବର୍ଷ ଏପ୍ରିଲ ମାସ ୧ତାରିଖରେ ଲୋକମାନେ ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଥଟାମଜା କରନ୍ତି । କିନ୍ତୁ ଚଳିତ ବର୍ଷ ଏହି ମଜାଠୁ ଦୂରେଇ ରୁହିବାକୁ ହେବ । ମହାରାଷ୍ଟ୍ର ସମେତ ସମଗ୍ର ଦେଶ କରୋନା ଭୂତାଣୁ ବିରୋଧରେ ଯୁଦ୍ଧ କରୁଛନ୍ତି। ଏପ୍ରିଲ୍ ଫୁଲ ନାଁରେ ମିଥ୍ୟା ବାର୍ତ୍ତା, ଗୁଜବ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିପାରେ । ତେଣୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଯଦି କେହି ଏପରି କରନ୍ତି ତାହେଲେ ପୋଲିସ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏଭଳି ପରିସ୍ଥିତିରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ସମସ୍ତଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି। ହିମାଚଳ ପୋଲିସ ମଧ୍ୟ ଏପ୍ରିଲ ଫୁଲ ନକରିବାକୁ ଚେତାବନୀ ଦେଇଛନ୍ତି। କେବଳ ପ୍ରଶାସନ ଦ୍ୱାରା ଦିଆଯାଇଥିବା ସୂଚନା ଉପରେ ବିଶ୍ୱାସ କରିବାକୁ ସେ ଆବେଦନ କରିଛନ୍ତି।

 

 

 

Latest Posts

Don't Miss