spot_img

Latest Posts

ଦେଶରେ ୨୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ସକାଳ ୯ଟା ରେ ଭିଡିଓ ମେସେଜ୍‌ ସେୟାର କରିବେ ପ୍ରଧାନମନ୍ତ୍ରୀ

ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏଥିସହିତ ବଢ଼ିବାରେ ଲାଗିଛି ମୃତକଙ୍କ ସଂଖ୍ୟା । ଏ ଯାଏଁ  ଦେଶରେ ୫୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪୭୪ ଜଣଙ୍କର ପଜିଟିଭ ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ୧୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦିଲ୍ଲୀର ନିଜାମୁଦ୍ଦିନ ତବଲିଗି ଜମାତ ମରକଜରେ ସାମିଲ ହୋଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ପାଖାପାଖି ୩୦୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା କହିଛି ସ୍ୱାସ୍ଥ୍ୟ ମନ୍ତ୍ର।ଳୟ । ସଂକ୍ରମିତଙ୍କ ସଂଖ୍ୟାରେ ଯେମିତି ବୃଦ୍ଧି ନ ପାଇବ ସେଥି ପାଇଁ ସଭିଏଁ ଘରେ ରହି ଲକଡାଉନକୁ ମାନିବାକୁ ଦେଶବାସୀଙ୍କୁ ଆହ୍ଵାନ ଦେଇଛନ୍ତି ସରକାର ।

ରାଜଧାନୀ ଦିଲ୍ଲୀ ସମେତ ମହାରାଷ୍ଟ୍ର, କେରଳ, ରାଜସ୍ଥାନ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶ ଅଧିକ ପ୍ରଭାବିତ ହୋଇଛି । ଦିଲ୍ଲୀରେ ୧୫୨ ଜଣ ସଂକ୍ରମିତ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ  ୫୨ ଜଣ ନିଜାମୁଦ୍ଦିନ ଯାଇଥିବା କହିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୧୨ ଘଣ୍ଟା ମଧ୍ୟରେ ୧୩୧ଟି ନୂଆ ମାମଲା ଆସିଛି ।

ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଶୁକ୍ରବାର ସକାଳ ୯ଟାରେ ଦେଶବାସୀଙ୍କ ସହ ଏକ ଭିଡିଓ ବାର୍ତ୍ତା ସେୟାର କରିବେ। ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ଶିଳ୍ପପତି, ଗଣମାଧ୍ୟମ ମୁଖ୍ୟଙ୍କ ସହ କଥା ହୋଇସାରିଛନ୍ତି। ଏହି ଅସୁବିଧାରେ ସାହାଯ୍ୟ କରିବାକୁ ସେ ସମସ୍ତ ବିଭାଗକୁ ଅନୁରୋଧ କରିଛନ୍ତି।

 

 

 

 

Latest Posts

Don't Miss