କରୋନା ମହାମାରୀ ଭିତରେ ବିହାର ନେତାଙ୍କ ମଦ ବୋତଲ ସହ ନାଗୀନ୍ ଡ୍ୟାନ୍ସ … ଭିଡିଓ ଭାଇରାଲ

ବିହାର: ସାରା ଦେଶରେ ଏବେ ଲକଡାଉନ ଜାରି ରହିଛି। ଲୋକମାନେ ନିଜ ନିଜ ବନ୍ଦ ହୋଇ ଅଛନ୍ତି ଯାହା ଦ୍ୱାରା ସେମାନେ ନିଜକୁ ଏବଂ ଅନ୍ୟମାନଙ୍କୁ କରୋନା ମହାମାରୀରୁ ରକ୍ଷା କରିପାରିବେ। କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ସମୟରେ ମଧ୍ୟ ପରିସ୍ଥିତିକୁ ଗମ୍ଭୀରତା ସହ ନେଉନାହାନ୍ତି । ବିହାରରେ ଲକଡାଉନ୍ ସମୟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି , ଯାହାକୁ ନେଇ ଶାସକ ଜେଡିୟୁ ଅଡୁଆରେ ପଡିଛି । ଏଥିରେ ଯୁବ ଜେଡିୟୁ (ଜନତା ଦଳ ୟୁନାଇଟେଡ୍) ରାଜ୍ୟ ଉପାଧ୍ୟକ୍ଷ ବିଶାଲ ଗୌରବ ନିଜ ସାଙ୍ଗମାନଙ୍କ ସହ ମଦ୍ୟପାନ କରି ନାଚୁଥିବାର ନଜର ଆସିଛନ୍ତି। ଭିଡିଓରେ ବିଶାଲ ହାତରେ ଏକ ମଦ ବୋତଲ ଧରି ନାଗିନ୍ ଡାନ୍ସ କରୁଛନ୍ତି।
ଟୁଇଟରରେ ଏହି ଭିଡିଓ ପୋଷ୍ଟ କରାଯାଇଛି । ଏହି ଭିଡିଓରେ ଦୁଇଜଣ ହାତରେ ବୋତଲ ଧରି ସଙ୍ଗୀତର ଧୁନରେ ମସ୍ତ୍ ଥିବା ଦେଖିବାକୁ ମିଳିଛି । ସେମାନଙ୍କୁ ଦେଖିଲେ ଲାଗୁଛି ଯେମିତି ଦେଶରେ କୌଣସି ମହାମାରୀ ଆତଙ୍କ ନାହିଁ । ବିହାରରେ ମଦ ବ୍ୟାନ୍ ହୋଇଥିବାରୁ ମାମଲା ଅଧିକ ଗୁରୁତ୍ୱର ହୋଇଛି। ଆରଜେଡି ନେତା ତେଜସ୍ୱୀ ଯାଦବ ଟ୍ୱିଟ୍ କରି ଲେଖିଛନ୍ତି ଯେ, “ନୀତୀଶ କୁମାରଙ୍କର ଏହି ଗେହ୍ଲା ପୁଅମାନେ ଜେଡିୟୁର ଉପାଧ୍ୟକ୍ଷ । ମଦ ନିଷେଧ ପରେ ମଧ୍ୟ ନୀତୀଶ କୁମାର ସେ ନାଗିନ୍ ଡ୍ୟାନ୍ସ କରି ନିଜକୁ ସାନିଟାଇଜ୍ କରୁଛନ୍ତି। ବିହାରରେ ରାସନ ଅଭାବରୁ ଗରିବ ମୃତ୍ୟୁବରଣ କରୁଛନ୍ତି। ଏବଂ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ବନ୍ଧୁମାନେ ଆଇନର ମଜା ଉଡାଉଛନ୍ତି। ”
ଅନ୍ୟପକ୍ଷରେ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ଏହି ଟୁଇଟରକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରି ନୀତୀଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେଜସ୍ୱୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ସମ୍ମାନିତ ମୁଖ୍ୟମନ୍ତ୍ରୀ, ନୀତୀଶ କୁମାର, ଏମାନଙ୍କୁ ତୁରନ୍ତ ଗିରଫ କରାଯିବା ଉଚିତ୍। ଏମାନେ ଆଇନ ଉଲ୍ଲଂଘନ କରିଛନ୍ତି । ଯଦି ଏହି ବ୍ୟକ୍ତିଙ୍କୁ ଗିରଫ ନକରାଯାଏ ତାହେଲେ ଏହାର ଅର୍ଥ ହେଉଛି ଯେ ସରକାର ନିଜେ ଏହି ନିୟମକୁ ଉଲ୍ଲଂଘନ କରୁଛନ୍ତି ଏବଂ ଏହାକୁ କାର୍ଯ୍ୟକାରୀ କରୁଛନ୍ତି।
ତେବେ ଭାଇରାଲ ହୋଇଥିବା ଭିଡିଓ ପାଇଁ ଜେଡିୟୁକୁ ଲଜ୍ଜିତ ହେବାକୁ ପଡୁଛି । ତେଣୁ ବିଶାଲ ଗୌରବଙ୍କୁ ପାର୍ଟି ପୋଷ୍ଟରୁ ହଟାଇ ଦେଇଛି। ଜେଡିୟୁ ମୁଖପାତ୍ର ରାଜୀବ ରଂଜନ ଏହି ଘଟଣା ସମ୍ପର୍କରେ କହିଛନ୍ତି ଯେ, ‘ମଦ୍ୟପାନ କରୁଥିବା ଅଭିଯୋଗ ହୋଇଥିବା ଜେଡିୟୁ ଯୁବ ନେତାଙ୍କୁ ପାର୍ଟି ପଦରୁ ହଟାଇ ଦିଆଯାଇଛି। ଭିଡିଓ ଦେଖିବା ପରେ ବିଶାଲଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।