କଣ ପାଇଁ ରାଗିଛନ୍ତି ସଲମାନ ? କଣ ଲାଗି କହିଲେ କିଛି ଜୋକରଙ୍କ ପାଇଁ….

ମୁମ୍ବାଇ: କରୋନା ମହାମାରୀକୁ ନେଇ ଚିନ୍ତାରେ ଦେଶ । ଦିନ ଗଡ଼ିବା ସହ ସମସ୍ତଙ୍କୁ ସଚେତନ ରହିବାକୁ କୁହାଯାଉଛି । ଏନେଇ ବଲିଉଡ଼ ମଧ୍ୟ ଅଣ୍ଟା ଭିଡ଼ିଛି । ବଲିଉଡ଼ ସେଲିବ୍ରିଟିମାନେ ଲୋକଙ୍କୁ ସଚେତନ କରିବାକୁ ଗୋଟେ ପରେ ଗୋଟେ ଭିଡ଼ିଓ ସେୟାର କରୁଛନ୍ତି । ଏଥିରେ ତତ୍ପର ହୋଇପଡ଼ିଛନ୍ତି ବଲିଉଡ଼ ଭାଇଜାନ ସଲମାନ ଖାନ୍ । ଲୋକଙ୍କୁ ନିୟମ ଉଲଂଘନ ନକିରବାକୁ ଅନୁରୋଧ କରିଛନ୍ତି ।

ସୂଚନା ଅନୁସାରେ ସଲମାନ ଖାନ ନିଜ ପନବେଲ ଫାର୍ମ ହାଉସକୁ ପରିବାର ସହ ଛୁଟି କାଟିବାକୁ ଯାଇଥିଲେ ଏବଂ ଲକଡାଉନ୍ ପରେ ସେ ସେଠାରେ ହିଁ ରହିଯାଇଛନ୍ତି । ସେଠାରେ ରହି ଭାଇଜାନ ଲୋକଙ୍କୁ ସଚେତନ କରିବାକୁ ଗୋଟେ ପରେ ଗୋଟେ  ଭିଡ଼ିଓ ସେୟାର କରୁଛନ୍ତି । ସେ ଲୋକଙ୍କୁ ସରକାରଙ୍କ ନିୟମ ମାନିବାକୁ ଅନୁରୋଧ କରିଛନ୍ତି । ଏହାସହ ନିୟମ ଉଲଂଘନକରୀଙ୍କୁ ଏବଂ ପୋଲିସ ଓ ଡାକ୍ତରଙ୍କୁ ଆକ୍ରମଣ କରୁଥିବା ଲୋକଙ୍କ ଉପରେ ଖୁବ୍ ରାଗିଛନ୍ତି ।

https://www.facebook.com/nandighoshatv/videos/1507308016113394/

ଦୁଇ ଦିନ ପାଇଁ ଛୁଟି କଟାଇବାକୁ ଯାଇଥିଲେ ଏବେ ସେଠାରେ ହିଁ ଛୁଟି ହେଇଗଲା 

ସଲମାନ ଖାନ୍ ତାଙ୍କ ପ୍ରଶଂସକମାନଙ୍କୁ ସାମାଜିକ ଦୂରତା ପାଇଁ କହିଛନ୍ତି । ଏହାସହ ସେ ନିଜେ ଆଇସୋଲେସନରେ ମଧ୍ୟ ରହିଛନ୍ତି । ତେବେ କିଛି ଲୋକ ଅଛନ୍ତି ଯେଉଁମାନେ ଏଭଳି ପରିସ୍ଥିତିକୁ ଗମ୍ଭୀରତାର ସହ ନେଉନାହାଁନ୍ତି ଏବଂ ସଲମାନ ଖାନ ସେମାନଙ୍କ ଉପରେ ଖୁବ ରାଗିଛନ୍ତି । ତେବେ ସଲମାନ ଖାନ ତାଙ୍କ ଫାର୍ମହାଉସରୁ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଭିଡିଓ ଆରମ୍ଭରେ ସଲମାନ କହିଛନ୍ତି ଯେ ଜୀବନର ‘ବିଗ୍ ବସ୍’ ଆରମ୍ଭ ହୋଇଯଇଛି । ଏବଂ ସେ ତାଙ୍କ ପରିସ୍ଥିତି ସହ ମଧ୍ୟ ଅବଗତ କରାଇଛନ୍ତି, ସେ କହିଥିଲେ ଯେ ସେ ୨ଦିନ ଛୁଟି ପାଇଁ ଆସିଥିଲେ କିନ୍ତୁ ସେଠାରେ ହିଁ ଛୁଟି ହୋଇଗଲା ।

ଯେଉଁମାନେ ନିୟମ ଭାଙ୍ଗୁଛନ୍ତି ସେମାନେ ଜୋକର

ଏଥିରେ ସେ କହିଛନ୍ତି, ‘କିଛି ଜୋକରଙ୍କ ପାଇଁ ଏହି ରୋଗ ବ୍ୟାପିଛି, ଏବଂ କିଛି ଜୋକରଙ୍କ କାରଣରୁ ପୂରା ଭାରତ ଘରେ ଅଛି।’ ସେ ଏହା ମଧ୍ୟ କହିଛନ୍ତି ଯେ ଏପରି କାର୍ଯ୍ୟ କରନ୍ତୁ ନାହିଁ ଯାହାକୁ ନିୟନ୍ତ୍ରଣ କରିବାକୁ ମିଲିଟ୍ରି ଡ଼ାକିବାକୁ ପଡ଼ିବ । ଏହାସହ ସେ କହିଛନ୍ତି ଏବେ ଆମ ପଖରେ ୨ଟି ରାସ୍ତା, ପ୍ରଥମଟି ହେଲା ଆମେ ସମେସ୍ତେ ରହିବା ଏବଂ ଅନ୍ୟଟି ହେଲା ଆମେ କେହି ରହିବାନି ।

Leave a Reply