spot_img

Latest Posts

କାନପୁର IGଙ୍କ ବଡ଼ ଘୋଷଣା, ରୋହିଙ୍ଗ୍ୟା-ଜମାତିଙ୍କ ବାବଦରେ ସୂଚନା ଦେଲେ ମିଳିବ ଟଙ୍କା

କାନପୁର: କରୋନା ମହାମରୀ ଏବେ ସାରା ଦେଶରେ ଏକପ୍ରକାର ହା ହା କାର ସୃଷ୍ଟି କରିଛି । ଦେଶରେ କୋରନା ପଜିଟିଭର ପ୍ରାୟ ୩୦ ପ୍ରତିଶତ ମାମଲା ମର୍କଜ ସହିତ ଜଡ଼ିତ । ତେଣୁ ଦେଶର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାର ଏକ କାରଣ ହୋଇଛି ମରକଜ୍ ଲିଙ୍କ୍ । ତେବେ ମରକଜରେ ଯୋଗ ଦେଇଥିବା ଜାମାତି ଏବଂ ରୋହିଙ୍ଗ୍ୟାଙ୍କୁ ଧରିବା ପାଇଁ ଆଇଜି ରେଞ୍ଜ ମୋହିତ ଅଗ୍ରୱାଲ ପୁରସ୍କାର ଘୋଷଣା କରିଛନ୍ତି । ଜମାତି ଏବଂ ରୋହିଙ୍ଗ୍ୟାଙ୍କୁ ଧରିବା ପାଇଁ ୧୦ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଆଇଜି ରେଞ୍ଜ୍ ର ସବୁ ଜିଲ୍ଲା କାନପୁର ବ୍ୟତୀତ କାନପୁର ଦେହତ, ଔରୈୟା, ଇଟାୱା, କନ୍ନୌଜ ଏବଂ ଫାରୁଖବାଦର ଏସପି ନିର୍ଦ୍ଦେଶ ଦେଇଛନ୍ତି । କାନପୁର ଏବଂ କନ୍ନୌଜରୁ ଜମାତି ଧରାପଡି ସାରିଛନ୍ତି । ଦୁଇ ଦିନ ପୂର୍ବେ ପ୍ରକାଶ ପାଇଥିଲା ଯେ ମରକଜରେ ରୋହିଙ୍ଗ୍ୟା ମଧ୍ୟ ସାମିଲ ଥିଲେ ।

ଏଭଳି ପରିସ୍ଥିତିରେ ପୋଲିସ, ପ୍ରଶାସନ ଏବଂ ଗୁଇନ୍ଦା ବିଭାଗ ସଜାଗ ହୋଇଥିଲେ । ସେମାନଙ୍କୁ ଖୋଜିବା ପାଇଁ ଜନସାଧାରଣଙ୍କଠାରୁ ମଧ୍ୟ ସହଯୋଗ ଲୋଡାଯାଇଛି । ଧରାପଡ଼ିଥିବା ଜମାତ୍ ସଦସ୍ୟ ଏବଂ ରୋହିଙ୍ଗ୍ୟାଙ୍କ ଉପରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯିବ ବୋଲି ଆଇଜି କହିଛନ୍ତି ।

ସୂଚନା ଦେଲେ, ଗୋପନୀୟ ରହିବ ସୂଚନାକାରୀଙ୍କ ନାମ

ଆଇଜି କହିଛନ୍ତି ଯେ, ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ନାମ, ଠିକଣା ଇତ୍ୟାଦି ଗୋପନୀୟ ରଖାଯିବ। ପୋଲିସ କଣ୍ଟ୍ରୋଲ ରୁମ ନମ୍ବର ୧୧୨,୧୦୦ ନମ୍ବରରେ ସଂପୃକ୍ତ ପୋଲିସ ଷ୍ଟେସନ କିମ୍ବା ଏସପି କାର୍ଯ୍ୟାଳୟ ବ୍ୟତୀତ କୋରେନା ହେଲ୍ପଲାଇନ ନମ୍ବରରେ ମଧ୍ୟ ସୂଚନା ଦେଇପାରିବେ । ଏହା ବ୍ୟତୀତ  ପୋଲିସ୍ କର୍ମଚାରୀଙ୍କ ସିୟୁଜି ମୋବାଇଲ୍ ନମ୍ବର ତଥା  ହ୍ୱାଟସ୍ ଆପ୍ ମେସେଜ୍ ଦ୍ୱାରା ସୂଚନା ଦିଆଯାଇପାରିବ।

ସହରରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୫୮ ଜମାତି ଧରାପଡ଼ିଛନ୍ତି

ଏପ୍ରିଲ୍ ୧ରୁ ଜମାତିଙ୍କୁ ଖୋଜିବାକୁ ପ୍ରୟାସ କରାଯାଇଛି । ଆରମ୍ଭରୁ ପ୍ରାୟ ୧୧୯ଜଣ ଜମାତିଙ୍କ ବିଷୟରେ ସୂଚନା ମିଳିଥିଲା । ତାପରେ ଏମାନଙ୍କୁ ସମସ୍ତଙ୍କୁ କ୍ୱାରେଣ୍ଟିନରେ ରଖାଯାଇଥିଲା । ଏହା ପରେ ସହରରେ ଲୁଚି ରହିଥିବା ୩୯ ଜଣ ଜମାତି ଧରାପଡିଥିଲେ। ଏପର୍ଯ୍ୟନ୍ତ ସମୁଦାୟ ୧୫୮ ଜମାତି ଧରାପଡ଼ିଛନ୍ତି । ଏଥିସହ କନ୍ନୌଜରେ ୩୯ ଜମାତିଙ୍କୁ ଧରାଯାଇଥିଲା ।

ଏପର୍ଯ୍ୟନ୍ତ କେବଳ ଜଣେ ରୋହିଙ୍ଗ୍ୟା ବିଷୟରେ ସୂଚନା ମିଳିପାରିଛି

ଗୃହ ମନ୍ତ୍ରଣାଳୟ ଏବଂ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପୋଲିସ ରୋହିଙ୍ଗ୍ୟାଙ୍କ ରେକର୍ଡ ଅନୁସନ୍ଧାନ କରିଛି । ଏଲଆଇୟୁ ରିପୋର୍ଟ ଅନୁଯାୟୀ, ସହରରେ କେବଳ ଜଣେ ରୋହିଙ୍ଗ୍ୟା ଅଛନ୍ତି, ଯିଏ କି ଗତ ବର୍ଷ ଅଗଷ୍ଟରୁ ଜେଲରେ ଅଛନ୍ତି । ତାଙ୍କ ନାମ ଆୟାସ୍। ଡିଜି ଅନନ୍ତ ଦେବ କହିଛନ୍ତି ଯେ ଗୁଇନ୍ଦା ଦଳ ନିୟୋଜିତ ଅଛନ୍ତି । ଯଦି ରୋହିଙ୍ଗ୍ୟା ମିଳନ୍ତି, ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Latest Posts

Don't Miss