spot_img

Latest Posts

ଫେସବୁକ୍ ଓ ରିଲାଏନ୍ସ ଜିଓ ମଧ୍ୟରେ ୪୩ ହଜାର କୋଟିର ଡିଲ୍

ଅନେକ ଦିନ ଧରି ଫେସବୁକ ଏବଂ ଭାରତର ସବୁଠୁ ଧନୀ ମୁକେଶ ଅମ୍ବାନୀଙ୍କ ଜିଓ ଡିଜିଟାଲ ପ୍ଲାଟଫର୍ମ ମଧ୍ୟରେ ଚାଲିଥିବା ବିଜନେସ ଡିଲ ଖବର ଏବେ ଏହି ଖବର ସତ ହେବାକୁ ଯାଉଛି । ଫେସବୁକ ଏବଂ ଜିଓ ମଧ୍ୟରେ ବିଜନେସ ଡିଲ ଖବର ସତ ।  ଏହି ଚୁକ୍ତି ଅନୁସାରେ ଆମେରିକାର ସୋସିଆଲ ମିଡିଆ ସାଇଟ୍ ଫେସବୁକକୁ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗ୍ରୁପର ଅଂଶ ଜିଓରେ ୯.୯୯  ପ୍ରତିଶତ ଅଂଶ ମିଳିବ । ସୂଚନା ଅନୁଯାୟୀ ଯେ ଏହି ୯.୯୯ ପ୍ରତିଶତ ଅଂଶ ୪୩,୫୭୪ କୋଟି ଟଙ୍କା ଅଟେ।

ଏହି ଚୁକ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଫେସବୁକ୍ ମାଲିକାନା ହ୍ୱାଟସ ଆପ୍, ଗୁଗୁଲ୍ ପେ ଏବଂ ପେଟିଏମ୍ ଭଳି ପ୍ଲାଟଫର୍ମ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭାରତରେ ଏହାର ଡିଜିଟାଲ୍ ପେମେଣ୍ଟ ସେବା ଆରମ୍ଭ କରିବାକୁ ଅନୁମୋଦନ ଲାଭ କରିଛି। ଭାରତରେ ୪୦୦ ମିଲିୟନ ଉପଭୋକ୍ତା ହ୍ୱାଟସ୍ ଆପ୍ ବ୍ୟବହାର କରୁଛନ୍ତି । ହ୍ୱାଟସ ଆପ୍ ପାଇଁ ଏହା ସବୁଠାରୁ ବଡ ବଜାର ସାବ୍ୟସ୍ତ ହେବ । ଦେଶର ପ୍ରାୟ ୮୦ ପ୍ରତିଶତ ସ୍ମାର୍ଟଫୋନ୍ ବ୍ୟବହାରକାରୀ ଅଛନ୍ତି ଆଉ ପ୍ରାୟ ସମସ୍ତେ ହ୍ୱାଟସ ଆପ ବ୍ୟବହାର କରୁଛନ୍ତି ।

ସୋସିଆଲ ମିଡିଆରେ ରାଜ କରୁଥିବା ପ୍ଲାଟଫର୍ମ ଫେସବୁକ ର କହିବା ଆନୁଯାୟୀ ମେସେଜିଂ ପ୍ଲାଟଫର୍ମ ହ୍ୱାଟସ୍ ଆପ୍ କୁ ରିଲାଏନ୍ସ ର ଇ-କମର୍ସ  ବିଜନେସ ଜିଓ ମାର୍ଟ ସହିତ ସହଯୋଗ କରିବା ଉପରେ ଧ୍ୟାନ ଦେବ ଯାହା ଫଳରେ ଲୋକମାନେ ଛୋଟ ଛୋଟ ବିଜନେସ ସହ ଯୋଡ଼ି ହୋଇ ରହିବେ । ପ୍ରାୟ ୪୦୦ ମିଲିୟନ ଉପଭୋକ୍ତା ଥିବା ଫେସବୁକ୍ ପାଇଁ ଭାରତ ହେଉଛି ସର୍ବ ବୃହତ ଏକକ ବଜାର।

ମୁକେଶ ଅମ୍ବାନୀଙ୍କ ଜିଓ ଟେଲିକମ କମ୍ପାନୀ କାର୍ଯ୍ୟକ୍ଷମ ହେବାର ୪ ବର୍ଷ ବିତିଗଲାଣି ଏବଂ ଜିଓ ଅତି କମ ସମୟରେ ଭାରତରେ  ୩୮.୮ ମିଲିୟନ ଅର୍ଥାତ ୩ କୋଟି ୭୭ ଲକ୍ଷ ଗ୍ରାହକଙ୍କ ସହିତ ଦେଶରେ ସବୁଠୁ ବଡ଼ ମୋବାଇଲ ଅପରେଟର ଭାବେ ଉଭା ହୋଇଛି । ଏହାର ସବୁଠୁ ବଡ଼ କାରଣ ହେଲା କମ୍ପାନୀର ବହୁକ କମ ଦାମରେ ଟ୍ୟାରିଫ ପ୍ଲାନ ଯାହା ଖୁବ ଫଳପ୍ରଦ ହୋଇଥିଲା ।

Latest Posts

Don't Miss