spot_img

Latest Posts

କରୋନା ଲଢ଼େଇରେ ଯୁବ ଇଞ୍ଜିନିୟର : ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ପ୍ରସ୍ତୁତ କଲେ ୫ ହଜାର ସିଲ୍ଡ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସାରା ବିଶ୍ୱର ବଡ଼ ବଡ଼ ବୈଜ୍ଞାନିକ ନୂଆ ନୂଆ ଉପକରଣ ଉଦ୍ଭାବନ କରିବାରେ ଲାଗି ପଡ଼ିଛନ୍ତି। ଏପରି ସ୍ଥଳେ ପଛରେ ପଡ଼ିନି ଓଡ଼ିଶା। ଏସଟିପିଆଇ ସହଯୋଗରେ ନୋଭୋମେଶ୍ ପ୍ରସାର ଫାଉଣ୍ଡେସନ ପକ୍ଷରୁ ଯୁବ ଇଂଜିନିୟର ଅନିଲ ପ୍ରଧାନ ଓ ତାଙ୍କ ସହଯୋଗୀ କରୋନା ଯୋଦ୍ଧାଙ୍କ ପାଇଁ ଉଦ୍ଭାବନ କରିଛନ୍ତି କରୋନା କବଚ।

କରୋନା ବିପକ୍ଷ ଲଢେଇରେ ଆଗଧାଡ଼ିର ଯୋଦ୍ଧାଙ୍କ ପାଇଁ ଏକ ଫେସ୍ ସିଲ୍ଡ ଉଦ୍ଭାବନ କରିଛନ୍ତି ଯୁବ ଇଂଜିନିୟର ଅନିଲ୍ ପ୍ରଧାନ ଓ ତାଙ୍କ ଟିମ୍। ଏହି ସିଲ୍ଡ ଅତ୍ୟନ୍ତ ହାଲୁକା ଓ ବେଶ ସୁରକ୍ଷିତ। ଏହାକୁ ବାରମ୍ବାର ସାନିଟାଇଜ୍ କରି ବାରମ୍ବାର ବ୍ୟବହାର କରାଯାଇପାରିବ। ଏହାକୁ ପିନ୍ଧିବା ଓ ବାହାର କରିବା ମଧ୍ୟ ସମୟସାପେକ୍ଷ୍ୟ । ପ୍ରାଥମିକ ପର୍ଯ୍ୟାୟରେ ୫ ହଜାର ସିଲ୍ଡ ପ୍ରସ୍ତୁତ ହୋଇଛି । ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ସହ କରୋନା ମୁକାବିଲାରେ ଆଗଧାଡ଼ିର ୱାରିୟର୍ସଙ୍କ ପାଇଁ ଏହି ସିଲ୍ଡ ପ୍ରସ୍ତୁତ କରାଯାଇଥିବା କହିଛନ୍ତି ଅନିଲ୍‌ ।

କେବଳ ଫେସ ସିସ୍ଡ ନହେଁ ଭେଣ୍ଟିଲେଟର, ପିପିଇ କିଟ୍ , ଏନ-95 ମାସ୍କ ଭଳି ଅତ୍ୟାଧୁନିକ ଉପକରଣ ତିଆରି କରିବାରେ ଲାଗି ପଡ଼ିଛନ୍ତି ଅନୀଲ ଓ ତଙ୍କ ସହଯୋଗୀ। ଏସଟିପିଆଇ’ର ସହଯୋଗରେ ଭୁବନେଶ୍ୱର ଉପକଣ୍ଠ ଗୋଠପାଟଣା ଠାରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଛି।

ଅନିଲ୍‌ଙ୍କୁ ଏଥିପାପଇଁ ସହଯୋଗ କରୁଛନ୍ତି  ନୋଭୋମେଶ୍ ପ୍ରସାର ଫାଉଣ୍ଡେସନ ୨୫ ଜଣ ଇଂଜିନିୟର। ଆଗମୀ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଲେ କରୋନା ଉପକରଣର ଘୋର ଅଭାବ ଦେଖାଦେବ। ତେଣୁ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ନ ହୋଇ ନିଜସ୍ୱ ଜ୍ଞାନକୌଶଳରେ ଏହି ଇଂଜିନିୟରମାନେ ଏହି ଉପକରଣ ତିଆରି କରିବାକୁ ଆଗେଇ ଆସିଛନ୍ତି।

Latest Posts

Don't Miss