spot_img

Latest Posts

ସଫଳ ହେଉନି ଉଦ୍ଦେଶ୍ୟ: ଫସିରହିଥିବା ଲୋକଙ୍କ ସମ୍ପର୍କରେ ଜନ ପ୍ରତିନିଧି ଦେଉନାହାନ୍ତି ତଥ୍ୟ

ଭୁବନେଶ୍ୱର: ଲକ୍‌ଡାଉନ୍‌ ସମୟରେ ବାହାର ରାଜ୍ୟରେ ଫସିଥିବା ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବିଧାନସଭାରେ ଖୋଲିଥିବା ସ୍ୱତନ୍ତ୍ର ଅଭିଯୋଗ ପ୍ରକୋଷ୍ଠର ଉଦ୍ଦେଶ୍ୟ ସଫଳ ହେଉନାହିଁ । ଲୋକସଭା ବାଚସ୍ପତିଙ୍କ ପରାମର୍ଶକ୍ରମେ ଏହି ପ୍ରକୋଷ୍ଠ ଖୋଲିଛି । ବାହାର ରାଜ୍ୟରେ ଫସିଥିବା ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କ ସଂପର୍କରେ ନିର୍ବାଚିତ ପ୍ରତିନିଧି ଏହି ପ୍ରକୋଷ୍ଠକୁ ତଥ୍ୟ ଦେବା କଥା । କିନ୍ତୁ ଏଥିପ୍ରତି ଲୋକ ପ୍ରତିନିଧିମାନଙ୍କର ସେତେଟା ଆଗ୍ରହ ଦେଖିବାକୁ ମିଳୁନାହିଁ ।

ଓଡ଼ିଶାର ୧୪୭ ବିଧାୟକଙ୍କ ମଧ୍ୟରୁ ହାତ ଗଣତି ବିଧାୟକ ବିଧାନସଭାରେ ଖୋଲିଥିବା ସ୍ୱତନ୍ତ୍ର କୋଭିଡ୍‌ – ୧୯ ପ୍ରକୋଷ୍ଠକୁ ବାହାର ରାଜ୍ୟରେ ଫସିଥିବା ନିଜ ଅଞ୍ଚଳର ଲୋକଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ।

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ୬୩୮ ଜଣଙ୍କ ତଥ୍ୟ ଦେଇଛନ୍ତି । ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୨୦୯୯, ପ୍ରମିଳା ମଲ୍ଲିକ ୨୧୦, ରୋହିତ ପୂଜାରୀ ୩୭, ପ୍ରଶାନ୍ତ ବେହେରା ୬୬ ଓ ଅନ୍ୟ ଦେଇଥିବା ତଥ୍ୟକୁ ମିଶାଇ ମୋଟ୍‌ ୩୦୨୨ଲୋକଙ୍କ ତଥ୍ୟ ମିଳିଛି ।

ସେହିପରି ବାହାର ରାଜ୍ୟରେ ଫସିଥିବା ଓଡ଼ିଆଙ୍କ ସଂପର୍କରେ ଓଡ଼ିଶା ସରକାର ସଠିକ୍‌ ତଥ୍ୟ ଦେଉ ନାହାନ୍ତି ବୋଲି ଅଭିଯୋଗ କରୁଥିବା ବିରୋଧୀ ବିଧାୟକ ମଧ୍ୟ ବାହାରେ ଫସିଥିବା ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳିଛି । ଏନେଇ ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ କଣ କହୁଛନ୍ତି, ଶୁଣନ୍ତୁ ।

ବର୍ତ୍ତମାନ ସୁଦ୍ଧା ବାହାର ରାଜ୍ୟରେ ଫସିଥିବା ଓଡ଼ିଆଙ୍କ ସଂପର୍କରେ ବିଧାନସଭାର ସ୍ୱତନ୍ତ୍ର କୋଭିଡ୍‌-୧୯ ଅଭିଯୋଗ ପ୍ରକୋଷ୍ଠକୁ ନିର୍ବାଚିତ ପ୍ରତିନିଧିମାନେ ଯେତିକି ତଥ୍ୟ ଦେଇଛନ୍ତି, ରାଜ୍ୟ ଗୃହ ବିଭାଗ ତାହା ଲୋକସଭା ଓ ସଂପୃକ୍ତ ରାଜ୍ୟ ସରକାରଙ୍କ ପାଖକୁ ପଠାଇ ସମାଧାନ କରିବାକୁ ଚେଷ୍ଟା କରୁଛି । ଆହୁରି ତଥ୍ୟ ଆସିଲେ ତାହା ପଠାଇ ସମସ୍ୟାର ସମାଧାନ କରାଯିବ ।

Latest Posts

Don't Miss