spot_img

Latest Posts

ନୋଟରୁ କରୋନା ବିସ୍ତାର ଭୟ, ପେଟ୍ରୋଲ ପମ୍ପରେ ଟଙ୍କା ସାନିଟାଇଜର ମେସିନ୍

ଲକଡାଉନ୍ ୩.୦ ସମୟରେ ମୋଟର ଯାନଗୁଡିକର ଗତିବିଧି ଉପରେ କଟକଣା ହଟିବା ପରେ ବର୍ତ୍ତମାନ ପେଟ୍ରୋଲ ପମ୍ପରେ ଭିଡ଼ ଜମୁଛି। ଏହା ସହିତ ନୋଟ ମାଧ୍ୟମରେ ଭୂତାଣୁ ବିସ୍ତାର ହେବାର ଆଶଙ୍କା ମଧ୍ୟ ବଢିଛି। ଏହାକୁ ଦୃଷ୍ଟିରେ ରଖି ପେଟ୍ରୋଲ ପମ୍ପରେ ନୋଟ୍ ଷ୍ଟେରିଲାଇଜର କିମ୍ବା ଟଙ୍କା ସାନିଟାଇଜର ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ମେସିନରେ, ନୋଟ୍ ଗୁଡିକ ମାତ୍ର ୨୦ ସେକେଣ୍ଡରେ ସାନିଟାଇଜ୍ ହୋଇପାରେ  । ଏହି ନୋଟ ଗୁଡିକର କୌଣସି କ୍ଷତି କରେ ନାହିଁ । ଦିଲ୍ଲୀର ୫ଟି ପେଟ୍ରୋଲ ପମ୍ପରେ ଏହି ମେସିନ୍ ଲଗାଇବା କାମ ଆରମ୍ଭ ହୋଇଛି । ଦିଲ୍ଲୀ ଏନସିଆରର ୩୦ରୁ ଅଧିକ ପେଟ୍ରୋଲ ପମ୍ପରେ ଏହି ମେସିନ୍ ସ୍ଥାପନ ହୋଇସାରିଛି । ସମଗ୍ର ଦେଶରେ ପାଖାପାଖି ୫୦୦ ପେଟ୍ରୋଲ ପମ୍ପରେ ଏହି ମେସିନ୍ ଲାଗିସାରିଛି ।

ଏହି ମେସିନରେ ନୋଟ ରଖି ଏହାକୁ ବନ୍ଦ କରାଯାଏ । ମେସିନ୍ ର କବାଟ ବନ୍ଦ ହେବା ପରେ ଏଥିରେ ଥିବା ୟୁଭି ଲ୍ୟାମ୍ପରୁ ଅତିବାଇଗଣି ରଶ୍ମୀ ବାହାରେ । ଏହି ମେସିନ୍ ରେ ପଂଖା ମଧ୍ୟ ଲାଗିଛି । ତେବେ ସାନିଟାଇଜ୍ ପ୍ରକ୍ରିୟା ସରିବା ପରେ ମେସିନ୍ ରେ ଲାଗିଥିବା ସାଇରନ୍ ଆପେ ଆପେ ବାଜିବାକୁ ଲାଗେ । ସାନିଟାଇଜ୍ ହୋଇଥିବା ନୋଟ୍ ସମ୍ପୂର୍ଣ୍ଣ ଭାଇରସମୁକ୍ତ ଥାଏ । ଏହି ମେସିନ୍ କୁ ତିଆରି କରିଥିବା କମ୍ପାନୀ କେମଫାର୍ମ ଇଣ୍ଡଷ୍ଟ୍ରି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ର ନିର୍ଦ୍ଦେଶକ ସାହିଲ ସପରାଙ୍କ କହିବା ଅନୁସାରେ ଏହି ମେସିନ୍ CE ସର୍ଟିଫାଏଡ୍ ହେବା ସହିତ WHO ମଧ୍ୟ ଏଥିପାଇଁ ଅନୁମତି ଦେଇଛି । ଏହି ମେସିନ୍ ର ୧ ବର୍ଷର ୱାରେଣ୍ଟି ମଧ୍ୟ ଉପଲବ୍ଧ କରାଯାଉଛି ।

Latest Posts

Don't Miss