spot_img

Latest Posts

ପୁଲୱାମା ଭଳି ଗାଡ଼ିରେ ରଖାଯାଇଥିଲା IED

ପୁଲୱାମା: ଜମ୍ମୁ-କଶ୍ମୀରରେ ଗୁରୁବାର ଦିନ ପୁଲୱାମା ଭଳି ଆତଙ୍କୀ ଆକ୍ରମଣର ଯୋଜନାକୁ ଭରତୀୟ ସେନା ବିଫଳ କରିଛି । ପୁଲୱାମା ପାଖରେ ଏକ ସେଣ୍ଟ୍ରୋ ଗାଡ଼ିରେ ଆଇଇଡ଼ି ଖଞ୍ଜା ଯାଇଥିଲା,  ଯାହା ଠିକ୍ ସମୟରେ ଚିହ୍ନଟ କରାଯାଇ ତାହାକୁ ବିଫଳ କରିଦିଆଯାଇଛି ।  ପୁଲୱାମା ପୋଲିସ, ସିଆରପିଏଫ ଏବଂ ଆର୍ମି ମିଶି ଏହି ଗାଡ଼ିକୁ ଚିହ୍ନଟ କରିଥିଲେ । ଏବଂ ବମ୍ ନଷ୍ଟକରୁଥିବା ସ୍କ୍ୱାର୍ଡଙ୍କୁ ଡକାଯାଇ ଏହି ଆଇଇଡ଼ିକୁ ନଷ୍ଟ କରିଦିଆଗଲା ।

କୁହାଯାଉଛି ଯେ, ଏହି ଗାଡ଼ିକୁ ହିଜବୁଲ ମୁଜାହିଦ୍ଦୀନର ଜଣେ ଆତଙ୍କବାଦୀ ଚଳାଉଥିଲା, ଯିଏ କି ସେନାପକ୍ଷରୁ ଆରମ୍ଭରୁ କରାଯାଇଥିବା ଗୁଳି ବର୍ଷଣରେ ଖସି ପଳାଇଥିଲା । ଅନ୍ଧାରର ସାହାରା ନେଇ ଆତଙ୍କବାଦୀ ଜଣଙ୍କ ଖସି ପଳାଇବାକୁ ସକ୍ଷମ ହୋଇଥିଲା । ଏହି ମାମଲାକୁ ବର୍ତ୍ତମାନ NIAକୁ ହସ୍ତାନ୍ତର କରାଯାଇଛି । ଏହି ଗାଡ଼ିକୁ ପୁଲୱାମାର ରାଜପୁରା ରାସ୍ତା ପାଖରେ ସାଦିପୁରାରେ ଧରାଗଲା ।

ଧଳା ରଙ୍ଗର ସେଣ୍ଟ୍ରୋ କାରରେ ବାଇକର ନମ୍ବର ପ୍ଲେଟ ଲଗାଯାଇଥିଲା ଯାହା କାଠୁଆରେ ରେଜିଷ୍ଟର ଥିଲା । ଜମ୍ମୁ-କାଶ୍ମୀର ପୋଲିସ ଏହାକୁ ଟ୍ରାକ କରିଥିଲା ଯାହା ପରେ ବମକୁ ଖୋଜାଯାଇଥିଲା  । ପରେ ବୋମା ନିଷ୍କାସନ ୟୁନିଟ୍ ଡାକିବା ପୂର୍ବରୁ ଆଖପାଖ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଥିଲା ।

ଆପଣଙ୍କୁ କହିରଖୁଛୁ ଯେ, ଏହା ପୂର୍ବରୁ ଯେଉଁ ଆତଙ୍କୀ ଆକ୍ରମଣ ହୋଇଥିଲା, ସେ ମଧ୍ୟ ଏହି ଭଳି ଥିଲା । ଯେଉଁଥିଲେ ଗୋଡ଼ିଏ ଗାଡ଼ିରେ ବମ୍ ରଖାଯାଇଥିଲା ଏବେ ଏହାକୁ ସିଆରପିଏଫଙ୍କ ଗାଡ଼ିମଧ୍ୟରେ ମାଡ଼ କରାଯାଇଥିଲା । ଫେବୃଆରୀ ୨୦୧୯ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୪୫ ସୈନିକଙ୍କର ମୃତ୍ୟୁ ହୋଇଥିଲା।

ସୂଚନାଯୋଗ୍ୟ, ଗତ କିଛି ମାସ ମଧ୍ୟରେ ଜାମ୍ମୁ କାଶ୍ମୀରର ଶାନ୍ତି ଭଙ୍ଗ କରିବାକୁ ଆତଙ୍କବାଦୀମାନେ ଅନେକ ପ୍ରକାରର ଉଦ୍ୟମ କରୁଛନ୍ତି । ଅନେକ ଥର ଏକ ବଡ ଆତଙ୍କବାଦୀ ଆକ୍ରମଣର ଯୋଜନା ମଧ୍ୟ ସୃଷ୍ଟି କରୁଛନ୍ତି ଏମାନେ, କିନ୍ତୁ ପ୍ରତ୍ୟେକ ଥର ଭାରତୀୟ ସୈନିକମାନେ ଏହି ଯୋଜନାରେ ବିଫଳ କରୁଛନ୍ତି ।ଏହା ବ୍ୟତୀତ ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀମାନେ ଲୁଚି ରହିଛନ୍ତି, ଏବେ ସେଠାରେ ପଶି ଏନକାଉଣ୍ଟର କରାଯାଉଛି । ଏହି କାରଣରୁ ଆତଙ୍କବାଦୀମାନେ ଦିନକୁ ଦିନ ଅଞ୍ଚଳ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ।

କିଛିଦିନ ହେବ ଭାରତୀୟ ସେନା ଏବଂ ସ୍ଥାନୀୟ ପୋଲିସ ମିଶି କୁଲଗାମରେ ଏକ ଅପରେସନ ଜାରି ରଖିଥିଲେ, ବହୁ ସମୟ ଧରି ଚାଲିଥିବା ଏହି ଏନକାଉଣ୍ଟର ୨ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

Latest Posts

Don't Miss