spot_img

Latest Posts

ଗର୍ଭବତୀ ହାତୀର ହତ୍ୟାକରୀଙ୍କ ବାବଦରେ ସୂଚନା ଦେଲେ ମିଳିବ ଦେଢ଼ ଲକ୍ଷ ଟଙ୍କାର ପୁରସ୍କାର ରାଶି

କୋଚ୍ଚି: କେରଳର ମଲପ୍ପୁରମରେ ଜଣେ ଗର୍ଭବତୀ ହାତୀର ମୃତ୍ୟୁକୁ ନେଇ ସାରା ଦେଶରେ ଏହି ଘଟଣାକୁ ନିନ୍ଦା କରାଯାଇଛି । ଏହି ଅମାନବୀୟ ଘଟଣାରେ, କିଛି ଦୁର୍ବୃତ୍ତ ସପୁରୀରେ ବାରୁଦ ପୁରାଇ ଏକ ଗର୍ଭବତୀ ହାତୀକୁ ଖାଇବାକୁ ଦେଇଥିଲେ, ଯାହା ଦ୍ୱାରା ହାତୀଟି ଗୁରୁତର ଆହତ ହୋଇଥିଲା । ଆହତ ହାତୀ ଏତେ ଯନ୍ତ୍ରଣା ଭୋଗୁଥିଲା ଯେ ସେ ତିନି ଦିନ ପର୍ଯ୍ୟନ୍ତ କିଛି ଖାଇ ପିଇ ପାରିନଥିଲେ ଏବଂ ନିରନ୍ତର ପାଣିରେ ଠିଆ ହୋଇଥିଲେ। ଶେଷରେ ସେ ପ୍ରାଣତ୍ୟାଗ କରିଥିଲା । ତେବେ ହାତୀଟି ସହିତ ଏଭଳି ଅମାନବୀୟ ଘଟଣା କରିଥିବା ଲୋକଙ୍କ ପରିଚୟ ଯେଉଁମାନେ ଦେବେ ତାଙ୍କୁ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି ।

ବନ୍ୟପ୍ରାଣୀ ଏସଓଏସ ଏନଜିଓ ଅପରାଧୀଙ୍କ ସୂଚନା ଦେବା ବ୍ୟକ୍ତିଙ୍କୁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ହ୍ୟୁମାନ ସୋସାଇଟି ଇଣ୍ଟରନ୍ୟାସନାଲ / ଭାରତ ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା କରିଛି ।

ୱାଇଲ୍ଡ ଲାଇଫ୍ ଏସଓଏସ କହିଛି ଯେ ହାତୀଟିକୁ ବାରୁଦ ମିଶା ସପୁରୀ ଦେଇଥିବା ବ୍ୟକ୍ତିର ପରିଚୟ ଯେଉଁମାନେ ଦେବେ ତାଙ୍କୁ ଏକ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ସଂଗଠନ କହିଛି ଯେ ଲୋକମାନେ ହାତୀ ହଟଲାଇନ- ୯୯୭୧୬୯୯୭୨୭ କିମ୍ବା [email protected] ରେ ଇମେଲ କରିପାରିବେ।

‘ଗୁପ୍ତ ରଖାଯିବ ସୂଚନା ପ୍ରଦାନକାରୀଙ୍କ ପରିଚୟ’

ହ୍ୟୁମାନ ସୋସାଇଟି ଇଣ୍ଟରନ୍ୟାସନାଲ ସଂଗଠନର ଅଭିଯାନ ପରିଚାଳକ ସୁମନ୍ତ ବିନ୍ଦୁମାଧବ କହିଛନ୍ତି ଯେ ଏହି ଘଟଣାରେ ଅପରାଧୀଙ୍କ ବିଷୟରେ ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ଆମେ ଉତ୍ସାହିତ କରିବୁ। ତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ଏବଂ ସୂଚନା ପ୍ରଦାନକାରୀଙ୍କ ପରିଚୟ ଗୁପ୍ତ ରଖାଯିବ । ଏହି ଘଟଣାରେ ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ, ଯାହାଫଳରେ ସମାଜକୁ ଏକ ଦୃଢ଼ ବାର୍ତ୍ତା ପଠାଯିବ ଏବଂ ଆଉ କେହି ଏପରି କାର୍ଯ୍ୟ କରିବେ ନାହିଁ ବୋଲି ଆଶା ପ୍ରକାଶ କରିଛନ୍ତି ଅଭିଯାନ ପରିଚାଳକ ସୁମନ୍ତ ବିନ୍ଦୁମାଧବ ।

Latest Posts

Don't Miss