ରଥଯାତ୍ରାକୁ ଅନୁମତି ଦେଲେ ଭଗବାନ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ,କ’ଣ ପାଇଁ ଏମିତି କହିଲେ ସୁପ୍ରିମକୋର୍ଟ୍ ପ୍ରଧାନ ବିଚାରପତି ?
2 min readନୂଆଦିଲ୍ଲୀ: ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଚଳିତ ବର୍ଷ ହେବ ନାହିଁ । ବଡଦାଣ୍ଡରେ ଗଡିବେ ନାହିଁ ତିନି ରଥ । କରୋନା କାଳରେ ଏହା ଓଡ଼ିଆ ଓ ଜଗନ୍ନାଥ ଭକ୍ତଙ୍କ ପାଇଁ ବଡ ଝଟକା । କରୋନା କାରଣରୁ ରଥଯାତ୍ରା କରିବା ଠିକ୍ ହେବ ନାହିଁ ବୋଲି ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ।
Supreme Court stops this year's Rath Yatra due to the COVID-19 pandemic.
CJI SA Bobde remarks: Lord Jagannath won't forgive us if we allow the Yatra.#COVID19 #JagannathPuri #SupremeCourt
— Bar & Bench (@barandbench) June 18, 2020
ଚଳିତ ବର୍ଷର ରଥଯାତ୍ରା ଆୟୋଜନକୁ ସ୍ଥଗିତ ରଖିବା ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି କାଳରେ ପ୍ରଧାନବିଚାରପତି ଶରଦ ଅରବିନ୍ଦ ବୋବଡେ କହିଥିଲେ ଯେ,ରଥଯାତ୍ରା ଯଦି ଅନୁମତି ଦିଆଯାଏ ତେବେ ଭଗବାନ ଜଗନ୍ନାଥ କେବେ ମଧ୍ୟ ଆମକୁ କ୍ଷମା କରିବେ ନାହିଁ ।
ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁଣାଣି ବେଳେ କହିଥିଲେ ଯେ, ଅଧିକ ସଂଖ୍ୟାରେ ଲୋକଙ୍କ ସମାଗମ ଦୃଷ୍ଟିରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଟେ ।
While directing for no Rath Yatra to be held this year, Supreme Court noted that a procession of this magnitude cannot be permitted at a time of pandemic.
The order is passed in the interest of public health and welfare, SC observed.#SupremeCourt
— Bar & Bench (@barandbench) June 18, 2020
ସଲିସିଟର ଜେନରାଲ ତୁଷାର ମେହେଟ୍ଟା ବିନା ଜନସମାଗମରେ କିଛି ନୀତି ପାଳନ କରିବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲେ । କିନ୍ତୁ ପ୍ରଧାନ ବିଚାରପତି କହିଥିଲେ ଯେ,ଯେତେବେଳେ ବି କିଛି କାର୍ଯ୍ୟ ପାଇଁ ଅନୁମତି ଦିଆଯାଏ ସେତେବେଳେ ଲୋକ ଗହଳି ହେବାର ଆମ ପାଖରେ ଅନୁଭୂତି ରହିଛି ।
While directing for no Rath Yatra to be held this year, Supreme Court noted that a procession of this magnitude cannot be permitted at a time of pandemic.
The order is passed in the interest of public health and welfare, SC observed.#SupremeCourt
— Bar & Bench (@barandbench) June 18, 2020
କରୋନା ଭଳି ମହାମାରୀ କାଳରେ ରଥଯାତ୍ରା ଭଳି ଉତ୍ସବକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ । ରଥଯାତ୍ରା ନକରିବା ପାଇଁ ଆଦେଶ ଜନହିତରେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।