spot_img

Latest Posts

‘ମତେ ବି କହିଥିଲେ ପରିସ୍ଥିତି ଏମିତି କରିବେ, ଯେମିତି ମୁଁ ସୁଇସାଇଡ୍‌ କରିବାକୁ ବାଧ୍ୟ ହେବି’

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସମଗ୍ର ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଅନେକ ପ୍ରଶ୍ନ ଉଠିଛି । ନେପୋଟିଜିମ୍‌ ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ବଲିଉଡ୍‌ କୁଇନ୍‌ କଙ୍ଗନା ରଣାୱତ୍‌, ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଏବଂ ବଲିଉଡ୍‌ ଇଣ୍ଡଷ୍ଟ୍ରିକୁ ଶକ୍ତ ଚାପୁଡ଼ା ମାରିଥିଲେ । ହେଲେ ଏବେ କଙ୍ଗନା ନିଜ ଫିଲ୍ମି କ୍ୟରିୟର କଥା କହିଛନ୍ତି ଏବଂ ତାଙ୍କ ସଂଘର୍ଷମୟ କାହାଣୀ ସମସ୍ତଙ୍କ ଆଗରେ ବଖାଣିଛନ୍ତି । ସେ କହିଛନ୍ତି ଦିନେ ଜାଭେଦ୍‌ ଅଖ୍‌ତର ତାଙ୍କୁ ଏଭଳି କଥା କହିଥିଲେ ଯେ, ସେଥିପାଇଁ ସେ ଆତ୍ମହତ୍ୟା କରିଥାନ୍ତେ !

କଙ୍ଗନାଙ୍କ କହିବାନୁଯାୟୀ, ଜାଭେଦ ଅଖତର ଥରେ ତାଙ୍କୁ ଘରକୁ ଡାକି କହିଥିଲେ ଯେ, ‘ରାକେଶ ରୋଶନ ଏବଂ ତାଙ୍କ ପରିବାର ବହୁତ ବଡ଼ ଲୋକ । ଯଦି ତୁମେ ସେମାନଙ୍କୁ କ୍ଷମା ମାଗିବ ନାହିଁ, ତେବେ ପସ୍ତେଇବ । ଆବଶ୍ୟକ ପଡ଼ିଲେ ସେମାନେ ତମକୁ ଜେଲ୍‌ରେ ମଧ୍ୟ ପୁରାଇ ଦେବେ । ଶେଷରେ ତୁମ ପାଖରେ କିଛି ନଥିବା କେବଳ ଗୋଟିଏ ରାସ୍ତା ହେଉଛି ଆତ୍ମହତ୍ୟା । ତୁମର ବିନାଶ ହୋଇଯିବ ।’

କଙ୍ଗନା କହିଛନ୍ତି ଯେ, ‘ଏହି ଶବ୍ଦଗୁଡ଼ିକ ତାଙ୍କର ଥିଲା । କିନ୍ତୁ କାହିଁକି ତାଙ୍କୁ ଏଭଳି କୁହାଗଲା ? ସେ କାହିଁକି ଭାବିଲେ ଯେ ଯଦି ମୁଁ ହ୍ରିତିକ ରୋଶନଙ୍କୁ କ୍ଷମା ମାଗିବି ନାହିଁ, ତେବେ ମୋତେ ଆତ୍ମହତ୍ୟା କରିବାକୁ ପଡ଼ିବ ? ସେ ମୋ ଉପରେ ଚିତ୍କାର କରୁଥିଲେ । ମୁଁ ତାଙ୍କ ଘରେ ଥିଲି ଏବଂ ପୁରା ଡରି ଯାଇଥିଲି ।’

kangna-ranaut

ତେବେ ସୁଶାନ୍ତ ମଧ୍ୟ ଏଭଳି ପରିସ୍ଥିତି ଦେଇ ଗତି କରୁଥିଲେ କି ? ତାଙ୍କୁ ମଧ୍ୟ ଲୋକମାନେ ଡାକି ଏଭଳି କଥା କହିଥିଲେ କି ? ତାଙ୍କ ମୁଣ୍ଡରେ ଏସବୁ ଧାରଣା ପୁରାଯାଇଥିଲା କି ? ଏବିଷୟରେ ସେ କିଛି ଜାଣି ନାହାନ୍ତି କିନ୍ତୁ ସୁଶାନ୍ତ ମାନସିକ ଅଶାନ୍ତି ଦେଇ ଗତି କରୁଥିଲେ ଏହା ସତ ।

kangna-ranaut

ସୁଶାନ୍ତ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ନେପୋଟିଜିମ୍‌ ଏବଂ ପ୍ରତିଭା ଗୋଟିଏ ଯାଗାରେ ରହିପାରିବେ ନାହିଁ । କାରଣ ସେ ଉପଯୁକ୍ତ ପ୍ରତିଭାକୁ ଆଗକୁ ଆସିବାର ସୁଯୋଗ ଦିଅନ୍ତି ନାହିଁ । କଙ୍ଗନା ମଧ୍ୟ ଏଭଳି ପରିସ୍ଥିତିକୁ ସାମ୍ନା କରିବେ ତେଣୁ ସେ ଏଭଳି ପ୍ରଶ୍ନ ଉଠାଇଛନ୍ତି ବୋଲି କହିଛନ୍ତି । ଏହି ସବୁ ପଛରେ କିଏ ରହିଛି, କିଏ ଡିସାଇଡ୍‌ କରୁଛି କିଏ ଆଗକୁ ଯିବା ଉଚିତ୍‌ ଆଉ କିଏ ନଯିବା ଉଚିତ୍‌ ? ଏନେଇ ମଧ୍ୟ କଙ୍ଗନା ପ୍ରଶ୍ନ କରିଛନ୍ତି । 

Latest Posts

Don't Miss