spot_img

Latest Posts

ଚାକିରୀ ହରାଇଲେ ତେନ୍ଦୁଲକରଙ୍କ ଡୁପ୍ଲିକେଟ୍, ପୁରା ପରିବାର କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ତାରକା ସଚିନ ତେନ୍ଦୁଲକରଙ୍କ ଡୁପ୍ଲିକେଟ୍ ବଲବୀର ଚାନ୍ଦ ଆଜିକାଲି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାଙ୍କ ପରିବାର କରୋନା ସଂକ୍ରମିତ ହୋଇଥିବାବେଳେ। ଅନ୍ୟପକ୍ଷରେ ତାଙ୍କ ଚାକିରି ମଧ୍ୟ ଚାଲିଯାଇଛି। ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ରେ ବଲବୀରଙ୍କୁ ଅନେକ ସମୟରେ ଦେଖିବାକୁ ମିଳିଥିଲା ​। ସଚିନଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କ ସହ ଫଟୋ କ୍ଲିକ୍ କରୁଥିଲେ । କାରଣ ବଲବୀର ସଚିନଙ୍କ ଜାଆଁଳା ଭାଇ ଭଳି ଦେଖାଯାଆନ୍ତି ।

ଜୁନ୍ ମାସରେ, ବଲବୀର ଚାନ୍ଦ ତାଙ୍କ ଗାଁ ମୁମ୍ବାଇରୁ ପଞ୍ଜାବକୁ ଆସିଥିଲେ। ସେଠାରେ ପହଞ୍ଚିବା ପରେ ବଲବୀର ତାଙ୍କ ପତ୍ନୀ, ପୁଅ ଏବଂ ଝିଅ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଗୋଲି ୱାଡା ପାୱର ବ୍ରାଣ୍ଡ ଆମ୍ବାସେଡର ଭାବରେ କାର୍ଯ୍ୟ କରୁଥିବା ବଲବୀର ଲକଡାଉନ୍ ପୂର୍ବରୁ କାମ କରୁଥିଲେ । କିନ୍ତୁ ବର୍ତ୍ତମାନ ସେ ଚାକିରୀ ହରାଇସାରିଛନ୍ତି । ଲକଡାଉନ୍ ଯୋଗୁଁ ଅନେକ ଲୋକେ ବହୁ ସମସ୍ୟାର ସାମ୍ନା କରିଛନ୍ତି ।

ବଲବୀର ଓ ତାଙ୍କ ପୁରା ପରିବାର କରୋନା ସଂକ୍ରମିତ ହୋଇଛନ୍ତି । ଲକଡାଉନ୍ ପରେ ପରିସ୍ଥିତି ଏମିତି ହୋଇଛି ଯେ, ସେ ତାଙ୍କ ଘରର ଭଡା ମଧ୍ୟ ଦେଇ ପାରିନାହାନ୍ତି। ଟ୍ରେନ୍ ସେବା ଆରମ୍ଭ ହେବା ପରେ ସେ ପଞ୍ଜାବରେ ଥିବା ନିଜ ଘରକୁ ଫେରିଥିଲେ। ତଥାପି, ସେ ଅନେକ ଅସୁବିଧା ସାମ୍ନା କରିଛନ୍ତି । ବର୍ତ୍ତମାନ ସେ ଏବଂ ତାଙ୍କ ପରିବାର କରୋନା ପଜିଟିଭ୍ ଥିବା ଜଣାପଡିଛି।

ସେ କହିଛନ୍ତି ଯେ ‘ଟ୍ରେନ୍ ଯାତ୍ରା ସମୟରେ ସେ ୧୫ ଟି ବୋତଲ ସାନିଟାଇଜର, N95 ମାସ୍କ ଓ ଖାଦ୍ୟ ନେଇ ସମସ୍ତ ସତର୍କତା ଅବଲମ୍ବନ କରିଥିଲେ । କିନ୍ତୁ ଟ୍ରେନରେ ଅନେକ ଯାତ୍ରୀ ଥିଲେ ଯେଉଁମାନେ କୌଣସି ନିୟମର ପାଳନ କରୁନଥିଲେ । ସେ ନିଜ ଅନୁଭୂତିରୁ କହିଛନ୍ତି ଯେ, ଯାତ୍ରା କରିବା ଏଯାଏଁ ନିରାପଦ ନୁହେଁ । କାରଣ କେବଳ ଟ୍ରେନ୍ ଯାତ୍ରା କରିଥିବାରୁ ତାଙ୍କର ପୁରା ପରିବାର କରୋନା ପଜିଟିଭ୍ ହୋଇଛନ୍ତି ।

Latest Posts

Don't Miss