PM କେୟାରସ୍‌ ଭେଣ୍ଟିଲେଟରକୁ ନେଇ ରାହୁଲ ଉଠାଇଥିଲେ ପ୍ରଶ୍ନ, ଏହିଭଳି ଜବାବ ଦେଲା କମ୍ପାନୀ

1 min read

ନୂଆଦିଲ୍ଲୀ: କରୋନା ସମୟରେ ରାହୁଲ ଗାନ୍ଧି ଅଧିକ ସକ୍ରିୟ ହୋଇଛନ୍ତି । ଦେଶରେ କରୋନା ତାର କାୟା ବିସ୍ତାସ୍ତ କରୁଥିବା ବେଳେ ରାହୁଲ କିନ୍ତୁ ତାଙ୍କ ତାଙ୍କ କାମ କରିବାରେ ବ୍ୟସ୍ତ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିକଟରେ ପ୍ରଧାନମନ୍ତ୍ରୀଙ୍କ କେୟାର ଫଣ୍ଡ ଅଧୀନରେ ଉପଲବ୍ଧ ଭେଣ୍ଟିଲେଟର ଉପରେ ପ୍ରଶ୍ନ କରିଥିଲେ । ଯେଉଁ ଭେଣ୍ଟିଲେଟର ଦେଶରେ କମ୍‌ ଟଙ୍କାରେ ମିଳୁଛି  । ଯାହାଦ୍ୱାରା କରୋନା ସମୟରେ ଏହି ଭେଣ୍ଟିଲେଟର ଏବେ ଦେଶକୁ ବହୁତ ସହଯୋଗ କରୁଛି ତାକୁ ନେଇ ପ୍ରଶ୍ନ ଉଠାଇଥିଲେ ରାହୁଲ ।

ଏହାକୁ ବ୍ୟବହାର କରିବା ପରେ ଲୋକଙ୍କ ଜୀବନ ପ୍ରତି ବିପଦ ରିହିଛି । ଯଦି ପାରୁଛନ୍ତି ତେବେ ଭଲ ଭେଣ୍ଟିଲେଟର ଲଗାଅ ବୋଲି ଟୁଇଟ କରି କହିଥିଲେ ରାହୁଲ । ସେପଟେ ମଙ୍ଗଳବାର ରାହୁ ଗାନ୍ଧିଙ୍କ ଏଭଳି ଟିପଣି ନେଇ ଭେଣ୍ଟିଲେଟର ନିର୍ମାଣ କରୁଥିବା ସଂସ୍ଥା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ତାର ଜବାବ  ଦେଇଛି । ସଂସ୍ଥା ରାହୁଲଙ୍କ ଏଭଳି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି । AgVa ହେଲଥ କେୟାର ପିଏମ୍‌ କେୟାର ଫଣ୍ଡ ଅଧୀନରେ ଭେଣ୍ଟିଲେଟର ତିଆରି କରୁଛି । ଏହାର ସହ-ପ୍ରତିଷ୍ଠାତା ପ୍ରଫେସର ଦିୱାକର ବୈଷ୍ଣବ କହିଛନ୍ତି ଯେ ତାଙ୍କ ଭେଣ୍ଟିଲେଟର ଉପରେ ଉଠୁଥିବା ପ୍ରଶ୍ନ ଭିତ୍ତିହୀନ । ଗୁଣବତ୍ତା ଉପରେ ଆଧାର କରି ସେମାନଙ୍କର ଭେଣ୍ଟିଲେଟର ପ୍ରତ୍ୟେକ ମାନକୁ ପୂରଣ କରେ ।

ପ୍ରଫେସର ଦିୱାକର କହିଛନ୍ତି ଯେ ଆମର ଭେଣ୍ଟିଲେଟର ପ୍ରାୟ ୫ ରୁ ୧୦ ଗୁଣ ଶସ୍ତା । ଏକ ଭେଣ୍ଟିଲେଟରର ମୂଲ୍ୟ ୧୦-୧୫ ଲକ୍ଷ । କିନ୍ତୁ ଆମର ଭେଣ୍ଟିଲେଟରର ମୂଲ୍ୟ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ସେ କହିଛନ୍ତି ଯେ LNJP ହସ୍ପିଟାଲ ଦିଲ୍ଲୀ ଭିତରେ ଥିବା ଆମର ଭେଣ୍ଟିଲେଟରକୁ ପ୍ରତ୍ୟାଖ୍ୟାନ କରିନଥିଲେ, କିନ୍ତୁ କିଛି ଅଭାବ ବିଷୟରେ ସେ କହିଛନ୍ତି । ସହିଭଳି ମୁମ୍ବାଇର ଜେଜେ ହସ୍ପିଟାଲକୁ ଯଦି ଆମେ ଦେଖିବା ତେବେ ସଠାରେ ଏହାକୁ ଏକ ତୃତୀୟ ପକ୍ଷ ମାଧ୍ୟମରେ ସ୍ଥାପନ କରାଯାଇଥିଲା ଯେଉଁଥିପାଇଁ ସମସ୍ୟା ଦେଖାଦେଇଥିଲା ।

ପ୍ରଫେସର ଦିୱାକର କହିଛନ୍ତି ଯେ କିଛି ଲୋକ କେବଳ ମାର୍କେଟିଂ ପାଇଁ ରହିଛନ୍ତି ସେମାନଙ୍କୁ ବୈଷୟିକ ଜିନିଷ ବିଷୟରେ କୌଣସି ଜ୍ଞାନ ନାହିଁ । ରାହୁଲ ଗାନ୍ଧୀ ଜି ଏହି କଥା ଜାଣିବେ ନାହିଁ, କାରଣ ସେ ଜଣେ ଡାକ୍ତର ନୁହଁନ୍ତି  । ତେଣୁ ସେ ଏହାକୁ ରିଟ୍ୱିଟ କରି କହିବା ଠିକ୍‌ ନୁହେଁ । ନ୍ୟୁଜ୍ ଏଜେନ୍ସି ANI କୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଫେସର ଦିୱାକର କହିଛନ୍ତି ଯେ ଆମେ ତିଆରି କରୁଥିବା ଭେଣ୍ଟିଲେଟର ସାଧାରଣ ଭେଣ୍ଟିଲେଟରଠାରୁ ଭିନ୍ନ, ତେଣୁ ସେମାନଙ୍କୁ ଏକ ପ୍ରକ୍ରିୟା ଅଧୀନରେ ଚଳାଇବା ଆବଶ୍ୟକ ।

ସେ ଦାବି କରିଛନ୍ତି ଯେ ଆମର ଭେଣ୍ଟିଲେଟର ୨୧ ରୁ ୧୦୦ ପ୍ରତିଶତ ଅମ୍ଳଜାନ ବିତରଣ କରିପାରିବ, ଯାହା କରୋନା ରୋଗୀଙ୍କୁ ଆବଶ୍ୟକ । ଏହା ବ୍ୟତୀତ ସେ ସମସ୍ତ ବୈଷୟିକ ଚାର୍ଜର ଜବାବ ଦେଇଥିଲେ ଏବଂ ଚଲାଇବା ଦ୍ୱାରା ମେସିନ୍ ମଧ୍ୟ ଦେଖାଇଥିଲେ ।

ବାସ୍ତବରେ କିଛି ଦିନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ମିଡିଆ ରିପୋର୍ଟ ଟୁଇଟ୍ କରିଛନ୍ତି। ଏହା ମାଧ୍ୟମରେ ରାହୁଲ କେନ୍ଦ୍ର ସରକାରଙ୍କୁ ଲୋକଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିଛନ୍ତି । ରାହୁଲ ଏକ ସମ୍ବାଦ ରିପୋର୍ଟକୁ ଦର୍ଶାଇ କହିଛନ୍ତି ଯେ ପିଏମ କେରେସଙ୍କ ସ୍ୱଚ୍ଛତା ହେତୁ ଦେଶର ଲୋକଙ୍କ ଜୀବନ ବିପଦରେ ପଡିଛି ଏବଂ ନିମ୍ନମାନର ଉତ୍ପାଦ କିଣିବା ପାଇଁ ଲୋକଙ୍କ ଟଙ୍କା ବ୍ୟବହାର କରାଯାଉଛି।

 

Leave a Reply