ରାଜ୍ୟରେ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁସ୍ଥ ହେଲେ ୫୬୫
1 min readଭୁବନେଶ୍ୱର: ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ବେଳେ ବଢ଼ି ଚାଲିଛି ମୃତ୍ୟୁସଂଖ୍ୟା । ରାଜ୍ୟରେ ମୃତ୍ୟୁ ସଂଖ୍ୟା ସହ ବଢୁଛି ଆରୋଗ୍ୟଙ୍କ ସଂଖ୍ୟା । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଚିନ୍ତା ବଢାଉଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ଆଶ୍ୱସ୍ଥି ପ୍ରଦାନ କରୁଛି । ଗତକାଲି ୪ଜଣ କରୋନା ଆକ୍ରନ୍ତ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ସେହି ଭଳି ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୫୬୫ଜଣ କରୋନା ରୋଗୀ । ତେବେ ଆଜି ୪ଜିଲ୍ଲାର ୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସମସ୍ତେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି ।
Regret to inform the demise of 5 Covid positive patients while under treatment in hospitals.
1. A 70-year old Male of Puri district who was also suffering from Diabetes and Hypertension.
— H & FW Dept Odisha (@HFWOdisha) July 11, 2020
ସେହିଭଳି ପୁରୀ ଜିଲ୍ଲାର ମଧୁମେହ ଏବଂ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ୭୦ ବର୍ଷୀୟ ପୁରୁଷ, ସେହି ଭଳି ମଧୁମେହ, ଉଚ୍ଚରକ୍ତଚାପରେ ପିଡ଼ିତ କଟକ ଜିଲ୍ଲାର ୪୬ ବର୍ଷିୟ ପୁରଷ, ଭୁବନେଶ୍ୱର ୫୬ବର୍ଷିୟ ମହିଳା, ଗଞ୍ଜାମର ୫୫ବର୍ଷିୟ ପୁରଷ ଓ ୭୨ବର୍ଷିୟ ପୁରଷଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ତେବେ ଆଜି ମୃତ୍ୟୁ ବରଣ କରିଥିବା ସମସ୍ତ କରୋନା ଆକ୍ରାନ୍ତ ପୂର୍ବରୁ ମଧୁମେହ ରୋଗରେ ପୀଡ଼ିତ ଥିଲେ । ରାଜ୍ୟରେ ବର୍ତ୍ତମାନ କରୋନା କାରଣରୁ ସମୁଦାୟ ୬୧ଜଣଙ୍କ ଜୀବନ ଯାଇଛି ।
7. Ganjam: 218
8. Jagatsinghpur: 16
9. Jajpur: 40
10. Jharsuguda : 31
11. Kendrapada: 6
12. Keonjhar: 14
13. Khorda: 37
14. Koraput: 11
15. Mayurbhanj: 10
16. Nayagarh: 37
17. Puri: 15
18. Sambalpur: 1
19. Sundargarh: 44— I & PR Department, Odisha (@IPR_Odisha) July 11, 2020
ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୭୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୫୭୦ଟି ନୂତନ ମାମଲା ଆସିଥିବା ବେଳେ ୧୮୬ ଜଣ ସଂକ୍ରମିତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେହିଭଳି କ୍ୱାରେଣ୍ଟାଇନରୁ ୩୮୪ଟି କେସ୍ ଆସିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ୫୨୬ରେ ପହଞ୍ଚିଛି । ୭ ହଜାର ୯୭୨ ଜଣ ସୁସ୍ଥ ହୋଇଥିବା ବେଳେ ୪ ହଜାର ୪୭୫ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।