spot_img

Latest Posts

୨୪ ଜିଲ୍ଲାରୁ ୭୧୮ ପଜିଟିଭ୍ ଚିହ୍ନଟ, ସୁବର୍ଣ୍ଣପୁରକୁ ଫେରିଲା କରୋନା

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୭୯ଟି ମାମଲା କ୍ୱାରେଣ୍ଟାଇନ୍ ହୋଇଥିବା ବେଳେ ୨୩୯ଟି ହେଉଛି ସ୍ଥାନୀୟ ସଂକ୍ରମଣ । ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୬ ହଜାର ଟପିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦିନକ ପାଇଁ କରୋନା ମୁକ୍ତ ହୋଇଥିବା ସୁବର୍ଣ୍ଣପୁର ଜିଲ୍ଲାରେ ପୁଣି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୯, ବାଲେଶ୍ୱରରୁ ୯, ବରଗଡ଼ରୁ ୪, ଭଦ୍ରକରୁ ୧୦, କଟକରୁ ୩୨, ଢେଙ୍କାନାଳ ୬, ଗଜପତି ୨୧, ଜଗତସିଂହପୁର ୧୬, ଝାରସୁଗୁଡ଼ା ୨୪, କନ୍ଧମାଳ ୭, କେନ୍ଦ୍ରାପଡ଼ା ୪, କେନ୍ଦୁଝର ୨୮, ଖୋର୍ଦ୍ଧା ୧୫୦, କୋରାପୁଟ ୨୭, ମାଲକାନଗିରି ୫୪, ମୟୂରଭଞ୍ଜ ୨୨, ନବରଙ୍ଗପୁର ୧, ନୟାଗଡ଼ ୧୩, ପୁରୀ ୯, ରାୟଗଡ଼ା ୧୯, ସମ୍ବଲପୁର ୭, ସୋନପୁର ୫, ସୁନ୍ଦରଗଡ଼ରୁ ୧୦ ଜଣ ସଂକ୍ରମତି ଚିହ୍ନଟ ହୋଇଛନ୍ତି ।

୭୧୮ ନୂତନ ମାମଲା ସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୦ ହଜାର ୧୧୦ରେ ପହଞ୍ଚିଛି । ଏବେ ୫ ହଜାର ୧୨୪ଟି ମାମଲା ସକ୍ରିୟ ରହିଥିବା ବେଳେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦ ହଜାର ୮୭୭ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଏଯାବତ୍ ୩ ଲକ୍ଷ ୬୯ ହଜାର ୭୩୮ ନମୁନା ପରୀକ୍ଷା କରାଯାଇଛି ।

ଖୁସି ଖବର, ରାଜ୍ୟର ଏହି ଜିଲ୍ଲାରେ ଏବେ ନାହାଁନ୍ତି କରୋନା ରୋଗୀ

Latest Posts

Don't Miss