spot_img

Latest Posts

କଙ୍ଗନା ରନାୱତଙ୍କ ବଡ଼ ଖୁଲାସା: ସୁଶାନ୍ତ ସିଂହ ରାଜପୁତଙ୍କୁ ଫ୍ଲପ୍ ହିରୋ କହିଥିଲେ କରଣ ଜୋହର

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ଇଣ୍ଡଷ୍ଟ୍ରିରେ ଏକ ବଡ଼ ବିବାଦ ଦେଖାଦେଇଛି । ଗୋଟିଏ ପଟେ ଏହି ଘଟଣାରେ ପୋଲିସର ଦ୍ରୁତ ତଦନ୍ତ ଚାଲିଥିବାବେଳେ ଅନ୍ୟପକ୍ଷରେ, ନେପୋଟିଜମ ଉପରେ ବିତର୍କ ମଧ୍ୟ ଚାଲିଛି। ଅଭିନେତ୍ରୀ କଙ୍ଗନା ରନାୱତ ଆରମ୍ଭରୁ ଏହି ବିଷୟରେ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିଛି । ନିକଟରେ, ସେ ପୁଣି ଏକ ସାକ୍ଷାତକାରରେ ଅନେକ ଆଶ୍ଚର୍ଯ୍ୟଜନକ କଥା ପ୍ରକାଶ କରିଥିଲେ । କଙ୍ଗନା ତାଙ୍କ ଶେଷ ସାକ୍ଷାତକାରରେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା ବିଷୟରେ କହୁଥିବା ବେଳେ ଫିଲ୍ମ ନିର୍ମାତା କରଣ ଜୋହର ଉପରେ ଅଭିଯୋଗ ଲଗାଇଛନ୍ତି ।

କଙ୍ଗନା ରନାୱତଙ୍କ ଟିମ୍ ସୁଶାନ୍ତ ସିଂ ରାଜପୁତଙ୍କ ବିଷୟରେ ସୋସିଆଲ ମିଡିଆରେ ଅନେକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ଗୁଡିକରେ, କଙ୍ଗନା ଇଣ୍ଡଷ୍ଟ୍ରିରେ ଆଉଟସାଇଡରଙ୍କ ପ୍ରତି ହେଉଥିବା ଭୁଲ ବ୍ୟବହାର ବିଷୟରେ କହିଥିଲେ। ଏଥି ସହିତ କଙ୍ଗନା ଏକ ଘରୋଇ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ କରଣ ଜୋହରଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ପିଙ୍କଭିଲ୍ଲାର ଏକ ରିପୋର୍ଟ ଅନୁଯାୟୀ, କଙ୍ଗନା ରନାୱତ କହିଛନ୍ତି ଯେ ‘ଏମଏସ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ’ ଭଳି ସୁପର ହିଟ୍ ଫିଲ୍ମ ଦେବା ପରେ ମଧ୍ୟ ସୁଶାନ୍ତ ସିଂ ରାଜପୁତଙ୍କ ‘ଡ୍ରାଇଭ୍’ ଟେକର୍ସ ପାଇନଥିଲା, ଯେଉଁଥିପାଇଁ ବଲିଉଡରେ ଅନେକ ପ୍ରତିଭାକୁ ସୁଯୋଗ ଦେଇଥିବା ନିର୍ଦ୍ଦେଶକ- ନିର୍ମାତା ସୁଶାନ୍ତଙ୍କୁ ଫ୍ଲପ୍ ହିରୋ ବୋଲି କହିଥିଲେ।

କଙ୍ଗନା କହିଛନ୍ତି ଯେ ସୁଶାନ୍ତଙ୍କ ସୁପର ହିଟ୍ ଫିଲ୍ମ ଦେବା ପରେ ମଧ୍ୟ ଆଦିତ୍ୟ ଚୋପ୍ରା ତାଙ୍କ ସହ କାମ କରିବାକୁ ଚାହୁଁନଥିଲେ, ଏହା ପଛର କାରଣ ମଧ୍ୟ କରଣ ଜୋହର ଥିଲେ। ସେ କହିଛନ୍ତି ଯେ ବର୍ତ୍ତମାନ ମୁଁ ମଧ୍ୟ ଚଳଚ୍ଚିତ୍ରକୁ ବ୍ୟାକିଂ ଦେବା ଆରମ୍ଭ କରି ଦେଇଛି, ଏଭଳି ପରିସ୍ଥିତିରେ କରଣ ଜୋହର କିପରି ‘ଡ୍ରାଇଭ୍’ ପାଇଁ ଟେକର୍ସ ପାଇନାହାଁନ୍ତି ମୁଁ ବୁଝିପାରୁ ନାହିଁ ।

କେବଳ ଏତିକି ନୁହେଁ, ନିକଟରେ ହୋଇଥିବା ଏକ ସାକ୍ଷାତକାରରେ କଙ୍ଗନା ଦାବି କରିଛନ୍ତି ଯେ, ଯଦି ଏ ମାମଲାର ଅନୁସନ୍ଧାନରେ ସେ ନିଜର ବିବୃତ୍ତି ପ୍ରମାଣ କରିନପାରନ୍ତି ତାହେଲେ ସେ ତାଙ୍କ ପଦ୍ମଶ୍ରୀ ପୁରସ୍କାରକୁ ଫେରାଇବାକୁ ପ୍ରସ୍ତୁତ ଅଛନ୍ତି। ସେ କହିଥିଲେ ଯେ ସୁଶାନ୍ତ ସିଂ ରାଜପୁତ ମାମଲା ପରେ ମୁମ୍ବାଇ ପୋଲିସ ତାଙ୍କୁ ଡାକିଥିଲେ, ସେ ମନାଲିରେ ଥିବା ଯୋଗୁଁ ବୟାନ ନେବା ପାଇଁ କାହାକୁ ପଠାଇବାକୁ କହିଥିଲେ । କିନ୍ତୁ ଏହା ପରେ ପୋଲିସ ତାଙ୍କ ସହ ଯୋଗାଯୋଗ କରିନଥିବା କଙ୍ଗନା କହିଛନ୍ତି ।

Latest Posts

Don't Miss