spot_img

Latest Posts

ମୋଦିଙ୍କ ମନ୍ କି ବାତ୍: ପଡ଼ୋଶୀ ପଛପଟୁ ଛୁରୀ ମାରିଥିଲା, ଶତୃତା ଦୁଷ୍ଟ ଲୋକଙ୍କ ସ୍ୱଭାବ ଅଟେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଗିଲ ବିଜୟ ଦିବସ ଅବସରରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ସୈନିକମାନଙ୍କ ସାହସିକତାକୁ ମନେ ପକାଇଛନ୍ତି। ସେ ମନ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି ଯଦିଓ ଭାରତ ସେତେବେଳେ ପାକିସ୍ତାନ ସହ ବନ୍ଧୁତା ଚାହୁଁଥିଲା, କିନ୍ତୁ ପାକିସ୍ତାନ ନିଜ ଭିତରେ ଷଡୟନ୍ତ୍ରକୁ ପୋଷି କାର୍ଗିଲ ଯୁଦ୍ଧ କରିବାର ଦୁଃସାହସ କରିଥିଲା। ଏହି ଯୁଦ୍ଧରେ ଭାରତର ପ୍ରକୃତ ପରାକ୍ରମ ଓ ବୀରତ୍ୱର ବିଜୟ ହୋଇଥିଲା । ସେ ଆହୁରି କହିଛନ୍ତି କାର୍ଗିଲ ଯୁଦ୍ଧ କେଉଁ ପରିସ୍ଥିତିରେ ହୋଇଥିଲା ତାକୁ ଭାରତ କେବେ ଭୁଲିପାରିବ ନାହିଁ। ପାକିସ୍ତାନ ଷଡୟନ୍ତ୍ର କରି ଭାରତ ଜମିକୁ ଦଖଲ କରିବା ଏବଂ ଆଭ୍ୟନ୍ତରୀଣ କଳହରୁ ଦୂରେଇ ରଖିବା ପାଇଁ ବହୁତ ଉଦ୍ୟମ କରିଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ସମୟ ପୂର୍ବରୁ ଟୁଇଟ୍ କରି କହିଛନ୍ତି, ସେ ମନ କି ବାତ୍ କାର୍ଯ୍ୟକ୍ରମରେ କାର୍ଗିଲ ଯୋଦ୍ଧାମାନଙ୍କ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବେ । ସେ କାର୍ଗିଲର ବୀର ଯୋଦ୍ଧା ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ଦେଇ କହିଥିଲେ ସେମାନଙ୍କର ବୀରତ୍ୱର କାହାଣୀ ଭବିଷ୍ୟତ ପିଢିଙ୍କୁ ପ୍ରେରଣା ଯୋଗାଉଥିବ। ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦୀ ଚତୁର୍ଦ୍ଦଶ ଥର (୧୪ ନମ୍ବର ଥର ପାଇଁ) ମନ କି ବାତ୍ କରିଛନ୍ତି । ଯଦି ପ୍ରଥମ କାର୍ଯ୍ୟକାଳକୁ ଯୋଡିବା ତେବେ ଏହା ହେଉଛି ମୋଦୀଙ୍କ ୬୭ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୧ ରେ ଟୁଇଟ୍ କରି କହିଥିଲେ ‘ ମୁଁ ଏହି କଥାକୁ ନେଇ ଆଶ୍ୱସ୍ତ ଯେ ଆପଣମାନେ ସାମୂହିକ ପ୍ରୟାସରୁ ଆସୁଥିବା ସକରାତ୍ମକ ପରିବର୍ତ୍ତନର କାହାଣୀ ସହ ପରିଚିତ ଥିବେ । ଆପଣ ମାନେ ନିଶ୍ଚିତ ରୂପରେ ଏମିତି କାହାଣୀ ଜାଣିଥିବେ, ଯେଉଁଠି ସକରାତ୍ମକ ଚିନ୍ତାଧାରା ଲୋକମାନଙ୍କ ଜୀବନ ବଦଳାଇଦେଇଛି । ଏମିତି କାହାଣୀ ଓ ପ୍ରୟାସକୁ ଜୁଲାଇ ୨୬ ତାରିଖକୁ ପ୍ରସାରିତ ହେବାକୁ ଥିବା ମନ କି ବାତ୍ କାର୍ଯ୍ୟକ୍ରମରେ ଶେୟାର କରିବା ପାଇଁ ଅନୁରୋଧ କରିଛନ୍ତି । ପିଏମ ମୋଦୀ ଲୋକଙ୍କୁ ସେମାନଙ୍କର ଚିନ୍ତାଧାରା ଏବଂ କାହାଣୀ ଜଣାଇବାକୁ କହିଥିଲେ ଏବଂ ଏହା ସହ କାହାଣୀ ପହଞ୍ଚାଇବାର ମାଧ୍ୟମ ମଧ୍ୟ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ‘ମନ କି ବାତ୍’ କାର୍ଯ୍ୟକ୍ରମ ପାଇଁ ତାଙ୍କ ଭାବନା ବାଣ୍ଟିବାର ଅନେକ ଉପାୟ ଅଛି । ୧୮୦୦-୧୧-୭୮୦୦ କୁ କଲ କରି ଆପଣଙ୍କର ବାର୍ତ୍ତାକୁ ନମୋ ଆପରେ ପକାଇପାରିବେ କିମ୍ବା Mygovରେ ଲେଖିପାରିବେ ।

ମୋଦୀ ଏହାପୂର୍ବରୁ ୨୮ ଜୁନ୍ ରେ ‘ମନ୍ କି ବାତ୍’ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଥିଲେ । ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଚାଇନା ଆକ୍ରମଣ, ଲକଡାଉନ୍ ଏବଂ କରୋନା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଜନସାଧାରଣଙ୍କ ସହ ନିଜର ମତ ବାଣ୍ଟିସାରିଛନ୍ତି । ବର୍ତ୍ତମାନ ଦେଶରେ କରୋନା ମାମଲା ବୃଦ୍ଧି ପାଉଛି, ତେଣୁ ଅନୁମାନ କରାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ପୁଣିଥରେ ଏହି ମହାମାରୀକୁ ଏଡାଇବା ବିଷୟରେ ଜନତା ସହ ଆଲୋଚନା କରିବେ ।

Latest Posts

Don't Miss