spot_img

Latest Posts

ବୁର୍ଲା ଭିମସାରରେ ଆରମ୍ଭ ହେବ ପ୍ଲାଜମା ଚିକିତ୍ସା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମ୍ବଲପୁର: ବୁର୍ଲା ଭିମସାରରେ ଆଜିଠୁ ଆରମ୍ଭ ହେବ ପ୍ଲାଜମା ଚିକିତ୍ସା । ବୁର୍ଲା ରକ୍ତଭଣ୍ଡାରରେ ପ୍ଲାଜମା ବ୍ୟାଙ୍କର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରହ୍ନ ୫ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଶୁଭ ଉଦଘାଟନ ହେବ । ଏନେଇ ସୂଚନା ଦେଇଛନ୍ତି ଭିମସାର ନିର୍ଦ୍ଦେଶକ । ସମଗ୍ର ପଶ୍ଚିମ ଓଡ଼ିଶାର ଲାଇଫ ଲାଇନ ବୋଲାଉଥିବା ବୁର୍ଲା ଭିମସାରରେ ଏହି ପ୍ଲାଜମା ବ୍ୟାଙ୍କ ଖୋଲିଲେ ଅନେକ କରୋନା ରୋଗୀ ଲାଭବାନ ହେବେ । ପୂର୍ବରୁ ରାଉରକେଲାରେ ପ୍ଲାଜମା ବ୍ୟାଙ୍କ ସହ ଚିକିତ୍ସାର ଶୁଭ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅପରପକ୍ଷରେ ଆଜି ଠାରୁ ୧୫ ଦିନ ପାଇଁ ବନ୍ଦ ହେଲା ଭୀମସାର ଓପିଡ଼ି। ବୁର୍ଲା ଭୀମସାରର ମେଡ଼ିସିନ ୱାର୍ଡରୁ ୧୦ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଭାଗକୁ ବନ୍ଦ କରିଦିଆଯାଇଛି। ତେବେ ମେଡ଼ିସିନ ବିଭାଗକୁ ଜରୁରୀକାଳୀନ ଏମରଜେନ୍ସି ବିଭାଗ କୁ ସ୍ଥାନାନ୍ତରିତ କରାଯାଇଛି। ଆଜି ଏହି ଡାକ୍ତରମାନଙ୍କ କଣ୍ଟାକ୍ତ ଟ୍ରେସିଂ କରାଯିବ। ଏଵଂ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କ ସ୍ୱାବ ସଂଗ୍ରହ କରାଯିବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ପୂର୍ବରୁ ଭୀମସରକୁ ୨ଟି ପର୍ଯ୍ୟାୟରେ ୧୪ ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ ସଟ ଡାଉନ କରାଯାଇଥିଲା। ଏହା ସହିତ ଭୀମସାରର କ୍ୟାନ୍ସର ୱାର୍ଡକୁ ଆଜି ପର୍ଯ୍ୟନ୍ତ ବନ୍ଦ କରାଯାଇଛି ।

Latest Posts

Don't Miss