ମୃତ ଦେହକୁ ପୋତିବା ପୂର୍ବରୁ କ୍ଲାନ୍ତ ହୋଇ ଭୂଇଁରେ ଶୋଇଲେ ସ୍ୱାସ୍ଥ୍ୟକର୍ମୀ, ଭାଇରାଲ ହେଉଛି ଫଟୋ
1 min readନୂଆଦିଲ୍ଲୀ: ବିଶ୍ୱବ୍ୟାପି କରୋନା ମହାମାରୀ ତାର କାୟା ବିସ୍ତାର କରିବାରେ ଚାଲିଛି । ସଂକ୍ରମିତଙ୍କ ସଂଖ୍ୟା ଯେତିକି ବଢିବାରେ ଲାଗିଛି ତା ସହିତ ସୁସ୍ଥତା ହାର ମଧ୍ୟ ବଢ଼ୁଛି । କିନ୍ତୁ ଏଥି ମଧ୍ୟରେ ଦେଶରେ ପ୍ରାୟ ୪୦ ହଜାରରୁ ଅଧିକ ଲୋକ କରୋନା ଯୋଗୁଁ ମୃତ୍ୟୁବରଣ କରିସାରିଲେଣି । ଏହି ମହାମାରୀ ସମୟରେ ସ୍ୱାସ୍ଥକର୍ମୀମାନେ ଆଗଧାଡ଼ିରେ ଠିଆ ହୋଇ ମାନବ ସମାଜକୁ ଏହି ଭୟଙ୍କ ମହାମାରୀରୁ ରକ୍ଷା କରିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛନ୍ତି । ନିଜ ଜୀବନକୁ ବାଜି ଲଗାଇ, ସଂକ୍ରମଣ ଭୟକୁ ଏଡାଇ ନିଜ କର୍ତ୍ତବ୍ୟ କରିଚାଲିଛନ୍ତି । ଇତିମଧ୍ୟରେ ବିଭିନ୍ନ ସମୟରେ ସ୍ୱାସ୍ଥ୍ୟକର୍ମୀ ମାନେ କ୍ଲାନ୍ତ ଏବଂ ହତାଶ ହୋଇପଡ଼ୁଥିବା ଚିତ୍ର ଆମେ ଦେଖିବାକୁ ପାଇଛେ । ତଥାପି ନିଜ କର୍ତ୍ତବ୍ୟ କରିବାରେ ପଛାଇ ନାହାନ୍ତି ଏହି ଆଗ ଧାଡ଼ିର କରୋନା ଯୋଦ୍ଧା ମାନେ ।
ବର୍ତ୍ତମାନ ସୋସିଆଲ ମିଡିଆରେ କରୋନା ଯୋଦ୍ଧାଙ୍କର ଏକ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି । ଫଟୋରେ ପିପିଇ କିଟ୍ ପିନ୍ଧି ଭୂଇଁରେ ଶୋଇରହିଛନ୍ତି ଯୋଦ୍ଧା ଜଣଙ୍କ । ରିପୋର୍ଟ ମୁତାବକ, ସ୍ୱାସ୍ଥ୍ୟକର୍ମୀ ଜଣଙ୍କ କରୋନାରେ ମୃତ୍ୟୁବରଣ କରିଥିବା ଜଣେ ମହିଳାଙ୍କର ମୃତ ଦେହକୁ ପୋତିବା ପୂର୍ବରୁ ଟିକିଏ ବିଶ୍ରାମ କରୁଥିବା ନଜର ଆସିଛନ୍ତି । ଏହି ଫଟୋକୁ ରଟୟର୍ସ ଫଟୋଗ୍ରାଫର ଅଦନାନ୍ ଅବିଦୀ ନିଜ କ୍ୟାମେରାରେ କଏଦ କରିଛନ୍ତି ଯାହାକୁ ସୋସିଆଲ ମିଡିଆର ଅନେକ ପ୍ଲାଟଫର୍ମରେ ସେୟାର କରାଯାଉଛି ।
ଯୋଗଦାନକୁ ସର୍ବଦା ମନେ ରଖାଯିବ
कोरोना से मृत एक महिला के शव को दफ़नाने से पहले थका हुआ एक स्वास्थ्यकर्मी. ‘करोना वॉरीअर’ के योगदान को ना क़ेवल आज बल्कि पूरे इतिहास में याद रखा जाएगा. ??
फ़ोटो दिल्ली की है.फ़ोटो: अदनान अबीदी pic.twitter.com/xcPHejGjSr
— Awanish Sharan ?? (@AwanishSharan) August 8, 2020
ଏହି ଫଟୋକୁ ଆଇଏଏସ ଅବନିଶ ଶରଣ ମଧ୍ୟ ସେୟାର କରିଛନ୍ତି । ଏହି ଫଟୋକୁ ସେୟାର କରି ସେ କହିଛନ୍ତି ଯେ, କରୋନାରେ ମୃତ୍ୟୁବରଣ କରିଥିବା ଜଣେ ମହିଳାଙ୍କ ମୃତଦେହକୁ ପୋତିବା ପୂର୍ବରୁ ସ୍ୱାସ୍ଥ୍ୟକର୍ମୀ ଜଣଙ୍କ କ୍ଲାନ୍ତ ଅବସ୍ଥାରେ ବିଶ୍ରାମ ନେଉଛନ୍ତି । କରୋନା ୱାରିୟର ମାନଙ୍କର ଏହି ଯୋଗଦାନ କେବଳ ଆଜି ନୁହେଁ ବରଂ ଯୁଗ ଯୁଗ ଧରି ମନେ ରଖାଯିବ । ଏହି ଫଟୋଟି ଦିଲ୍ଲୀର ଅଟେ । ଏହାକୁ ଫଟୋଗ୍ରାଫର ଅଦନାନ ଅବିଦୀ ଉଠାଇଛନ୍ତି ।
ଯୋଶ୍ , ସାହସ ଏବଂ ମାନବିକତାକୁ ପ୍ରଣାମ !
तकलीफ़, हताशा और थकान…कोरोना की चपेट में आकर जान गंवाने वाली एक महिला को दफ़नाने से पहले सुस्ताता एक स्वास्थ्यकर्मी. तस्वीर दिल्ली की है…
(तस्वीर: ADNAN ABIDI/REUTERS)#corona pic.twitter.com/5IjrzMYzvM
— National Green Team (@greenteamIndia) August 8, 2020
ସମସ୍ୟା, ହତାଶ ଏବଂ କ୍ଲାନ୍ତ
ଜଣାଇ ରଖୁଛୁ ଯେ ଭାରତରେ ରେକର୍ଡ ସ୍ତରରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ଦେଶରେ ସଂକ୍ରମିତ ମୋଟ ସଂଖ୍ୟା ୨୧ ଲକ୍ଷ ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୨୧ ଲକ୍ଷ ୫୩ ହଜାର ୦୧୧ ଲୋକ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ୪୩,୩୭୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ ଲକ୍ଷ ୮୦ ହଜାର ୮୮୪ ଜଣ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ, ୬୪ ହଜାର ୩୯୯ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୮୬୧ ଜଣଙ୍କର ମୃତ୍ୟୁ ହୋଇଛି ।
କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ଅଟେ । ବ୍ରାଜିଲ ପରେ କରୋନା ମହାମାରୀ ଦ୍ୱାରା ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି । କିନ୍ତୁ ଯଦି ଆମେ ୧୦ ଲକ୍ଷ ଜନସଂଖ୍ୟାରେ ସଂକ୍ରମିତ ରୋଗ ଏବଂ ମୃତ୍ୟୁ ହାର ବିଷୟରେ କହିବା, ତେବେ ଅନ୍ୟ ଦେଶ ତୁଳନାରେ ଭାରତ ବହୁତ ଭଲ ରହିଛି । ଭାରତ ତୁଳନାରେ ଅଧିକ ମାମଲା ଆମେରିକା ଏବଂ ବ୍ରାଜିଲରେ ରହିଛି । ଦେଶରେ କରୋନା ମାମଲାରେ ବୃଦ୍ଧି ହେବାର ଗତି ମଧ୍ୟ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି ।