ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ପଜିଟିଭ, ଡାକ୍ତରଖାନାରେ ଭର୍ତ୍ତି
1 min readନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ସୋମବାର ଦ୍ୱିପ୍ରହରେ ପ୍ରଣବ ମୁଖାର୍ଜୀ ଟ୍ୱିଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି । ଟ୍ୱିଟରେ ସେ କହିଛନ୍ତି ଯେ, ଡାକ୍ତରଖାନାର ଯାତ୍ରା ଏକ ପ୍ରକ୍ରିୟା ଅଟେ, ମୋର କରୋନା ରିପୋର୍ଟ ପଜିଟିଭ ଆସିଛି ।
On a visit to the hospital for a separate procedure, I have tested positive for COVID19 today.
I request the people who came in contact with me in the last week, to please self isolate and get tested for COVID-19. #CitizenMukherjee— Pranab Mukherjee Legacy Foundation- PMLF (@CitiznMukherjee) August 10, 2020
ପ୍ରଣବ ମୁଖାର୍ଜୀ ନିଜ ଟ୍ୱିଟରରେ ଲେଖିଛନ୍ତି ଯେ, ବିଗତ ଏକ ସପ୍ତାହ ମଧ୍ୟରେ ଯେଉଁମାନେ ବି ମୋ ସଂପର୍ସରେ ଆସିଛନ୍ତି, ମୁଁ ଅନୁରୋଧ କରୁଛି ଯେ ସେମାନେ ନିଜର କୋଭିଟ ଟେଷ୍ଟ କରାଇ ନିଅନ୍ତୁ ଏବଂ ସେଲ୍ଫ୍ ଆଇସୋଲେସନରେ ରୁହନ୍ତୁ ।
ଜଣାଇ ରଖୁଛୁ ଯେ, ପ୍ରଣବ ମୁଖାର୍ଜୀଙ୍କ ବୟସ ୮୪ ବର୍ଷ, ଏମିତି ପରିସ୍ଥିରେ ଅଧିକ ବୟସ ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭେଟେରାନ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀ ୨୦୧୨ ରୁ ୨୦୧୭ ମସିହା ମଧ୍ୟରେ ଦେଶର ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୧୯ରେ ପ୍ରଣବ ମୁଖାର୍ଜୀଙ୍କୁ କେନ୍ଦ୍ର ସରକାର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ ।
ଦେଶରେ କରୋନା ଭାଇରସ ମହାମାରୀ ସଙ୍କଟ ଦୃତ ଗତିରେ ବ୍ୟାପିବାରେ ଲାଗିଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଭିଭିଆଇପି ମଧ୍ୟ ଏହି ମହାମାରୀର ଶିକାର ହୋଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଅତୀତରେ କରୋନା ପଜିଟିଭ୍ ଥିବା ଜଣାପଡିଥିଲା, ପରେ ତାଙ୍କୁ ମେଦାନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
Deeply concerned to know that former President of India @CitiznMukherjee ji tested positive for #COVID19. Wishing him quick recovery and praying for his good health.
— Naveen Patnaik (@Naveen_Odisha) August 10, 2020
ଏଥିସହ ପ୍ରବଣଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ।