spot_img

Latest Posts

Corona News: ରାଜ୍ୟରେ ୫୨ ହଜାର ଟପିଲା ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ ହଜାର ଡେଇଁଥିବା ବେଳେ ସୁସ୍ଥତା ରେକର୍ଡ କରିଛି । ଆଜି ୧୭୭୩ ଜଣ ସୁସ୍ଥ ହେବା ସହ ରାଜ୍ୟରେ କରୋନାରୁ ୫୨ ହଜାର ୨୭୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୫୪ ଜଣ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ ୨୧୬, କଟକରୁ ୧୪୭, ସମ୍ବଲପୁର ୧୨୫, କନ୍ଧମାଳ ୯୨, ଯାଜପୁର ୮୭, ମୟୂରଭଞ୍ଜ ୮୦, ରାୟଗଡ଼ା ୭୭, ପୁରୀ ୭୪, ମାଲକାନଗିରି ୭୨, କୋରାପୁଟ ୬୯, ସୁନ୍ଦରଗଡ଼ ୬୮, ବାଲେଶ୍ୱର ୫୮, ନୟାଗଡ଼ ୫୧, କଳାହାଣ୍ଡି ଓ କେନ୍ଦୁଝରରୁ ୩୮ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ବରଗଡ଼ରୁ ୩୨, ଗଜପତି ୩୦, ବଲାଙ୍ଗିର ୨୬, ଭଦ୍ରକ ୨୫, ନବରଙ୍ଗପୁର ୨୩, କେନ୍ଦ୍ରାପଡ଼ା ୨୨, ଢେଙ୍କାନାଳ ୨୦, ଝାରସୁଗୁଡ଼ା ୧୯, ଜଗତସିଂହପୁର ୧୫, ଅନୁଗୁଳ ୭, ସୋନପୁର ଓ ନୂଆପଡ଼ାରୁ ୪ ଜଣ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨ ହଜାର ୮୧୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭୭୩ ଜଣ ଆରୋଗ୍ୟ ହୋଇଛନ୍ତି । ରାଜ୍ୟରେ ଏବେ ୨୩ ହଜାରରୁ ଅଧିକ ସକ୍ରିୟ ସଂକ୍ରମିତ ଥିବା ବେଳେ ଏଯାଏଁ କରୋନାରେ ୩୯୯ ଜଣଙ୍କ ମୃତ୍ୟୁ ହୋଇଛି ।

 

Latest Posts

Don't Miss