spot_img

Latest Posts

ରାହୁଲଙ୍କ ଅଭିଯୋଗ:  ଭାରତରେ ପେମେଣ୍ଟ୍ ପ୍ଲାଟଫର୍ମ ବନିବାକୁ ଚାହୁଁଛି ହ୍ୱାଟସଆପ୍,ବିଜେପି ସହ ମେଣ୍ଟ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟସଆପ୍ ଓ ଫେସବୁକକୁ ନେଇ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ରାହୁଲ ଟାଇମ୍ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟର ଉଦାହରଣ ଦେଇ କହିଛନ୍ତି ଯେ, ୪୦ କୋଟି ଭାରତୀୟ ହ୍ୱାଟସଆପ୍ ବ୍ୟବହାର କରୁଛନ୍ତି । ହ୍ୱାଟସଆପ୍ ଏହି ପ୍ଲାଟଫର୍ମକୁ ପେମେଣ୍ଟ୍ (ଟଙ୍କା ଦେଣନେଣ) ପାଇଁ ଭାରତରେ ବ୍ୟବହାର କରିବାକୁ ଚାହୁଁଛି । ଏଥିପାଇଁ ମୋଦି ସରକାରଙ୍କ ଅନୁମତିର ଆବଶ୍ୟକତା ରହିଛି । ଏହିଭଳି ବିଜେପିର ହ୍ୱାଟସଆପ ଉପରେ କର୍ତ୍ତୁତ୍ୱ ରହିଛି ।

ଟାଇମ୍ ରିପୋର୍ଟକୁ ନେଇ ରାହୁଲଙ୍କ ଆକ୍ରମଣ

ରାହୁଲ ଗାନ୍ଧୀ ଏହି ପ୍ରତିକ୍ରିୟା ଟାଇମରେ ପ୍ରକାଶିତ ଏକ ରିପୋର୍ଟ ଆଧାରରେ ଦେଇଛନ୍ତି ।  ଭାରତରେ ଫେସବୁକ ଓ ହ୍ୱାଚସଆପର ବ୍ୟବସାୟ ଓ ହେଟ୍ ସ୍ପିଚକୁ ନେଇ ଲିଖିତ । ଯାହାର ଶୀର୍ଷକ ହେଉଛି ‘‘ ଭାରତରେ କ୍ଷମତାରେ ଥିବା ଦଳର ଫେସବୁକ ସହ ସମ୍ବନ୍ଧ ହେଟ୍ ସ୍ପିଚ୍ ବିରୋଧରେ ଏହାର ଲଢେଇର ବାଧା ସୃଷ୍ଟି କରୁଛି’’

ଭାରତରେ ୪୦ କୋଟି ହ୍ୱାଟସଆପ୍ ୟୁଜର

ଟାଇମ୍ ମ୍ୟାଗାଜିନ୍ ଅନୁସାରେ ଭାରତ ହେଉଛି ଫେସବୁକର ସବୁଠୁ ବଡ ମାର୍କେଟ । ଭାରତରେ ୩୨.୮ କୋଟି ଲୋକ ଫେସବୁକ ବ୍ୟବହାର କରୁଛନ୍ତି । ଅନ୍ୟପକ୍ଷରେ ହ୍ୱାଟସଆପ ବ୍ୟବହାରକାରୀଙ୍କ ସଂଖ୍ୟା ୪୦ କୋଟି । ରିପୋର୍ଟ ଅନୁସାରେ ଏହି ଦୁଇ ପ୍ଲାଟଫର୍ମକୁ ଅନେକ ସମୟରେ ହେଟ୍ ସ୍ପିଚ୍ ପାଇଁ ବ୍ୟବହାର କରାଯାଇଥାଏ ।

Latest Posts

Don't Miss