spot_img

Latest Posts

ଛତିଶଗଡ ବସ ଦୁର୍ଘଟଣାରେ ମୃତହାତଙ୍କ ସହାୟତା ପାଇଁ ଆଗକୁ ଆସିଲା ‘ଓଡ଼ିଶା ମୋ ପରିବାର‘

ଭୁବନେଶ୍ୱର: ଛତିଶଗଡର ରାୟପୁର ନିକଟସ୍ଥ ଛେରିଖେଡିରେ ହୋଇଥିବା ବସ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୮ରେ ପଂହଚିଛି । ମୃତକ ଶ୍ରମିକମାନେ ହେଉଛି ପ୍ରବାସୀ ଓଡ଼ିଆ । ସେମାନେ ଗଞ୍ଜାମରୁ ଗୁଜୁରାଟକୁ ଯାଉଥିଲେ କାମ କରିବା ପାଇଁ । ଦୁର୍ଘଟଣା ସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଚିକିତ୍ସା ସମୟରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ରାତି ୮ ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା ।  ଏହି ସମସ୍ତ ଶ୍ରମିକ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠ ବ୍ଲକ ଆସ୍କା ଓ ଛତ୍ରପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ତେବେ ବସ୍‌ ମଧ୍ୟରେ ୭୦ ଜଣ ଯାତ୍ରୀ ଥିବା ସୂଚନା ମିଳିଛି । ସେପଟେ ମୁଖ୍ୟମନ୍ତ୍ରୀ ସମସ୍ତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।

ଅନ୍ୟପକ୍ଷରେ ବସ୍‌ ଦୁର୍ଘଟଣା ପରେ ସାହାଯ୍ୟ ପାଇଁ ଆଗେଇ ଆସିଛି ବିଜେଡିର ସମାଜସେବା ୱିଙ୍ଗ୍‌ ‘ଓଡ଼ିଶା ମୋ ପରିବାର’ । ‘ଓଡ଼ିଶା ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ କହିଛନ୍ତି, ଆହତଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ମୃତଦେହ ଗୁଡ଼ିକୁ ଗଞ୍ଜାମ ଫେରାଇ ଅଣାଯିବା ବ୍ୟବସ୍ଥା କରାଯାଉଛି । ପୂର୍ବରୁ କୋଭିଡ୍‌ ସମୟରେ ପ୍ରବାସୀ ଓଡ଼ିଆମାନେ ଓଡ଼ିଶା ଫେରିବା ବେଳେ ଦୁର୍ଘଟଣା ଘଟିଥିଲା। ଏବେ ଗୁଜରାଟ ଯିବା ବେଳେ ପୁଣି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ। ଡ୍ରାଇଭର ଫେରାର ଅଛି। ଉଦ୍ଧାର କାର୍ଯ୍ୟ ତ୍ଵରାନ୍ୱିତ ହୋଇଛି। ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ସବୁ ତ୍ଵରାନ୍ୱିତ ହୋଇଛି। ଆଗକୁ ଯେଭଳି ଏମିତି ଦୁର୍ଘଟଣା ନହୁଏ, ସେନେଇ ସଚେତନତା ଉପରେ ପ୍ରାଥମିକତା ଦିଆଯିବ ବୋଲି ଅରୂପ ପଟ୍ଟନାୟକ କହିଛନ୍ତି ।

Latest Posts

Don't Miss