Bhubaneswar Corona Updates: ୨୪ ଘଣ୍ଟାରେ ୩୧୨ ସଂକ୍ରମିତ ଚିହ୍ନଟ
1 min readଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସଂକ୍ରମଣ ଓ ସୁସ୍ଥତା ଉଭୟ ଦ୍ରୁତ ଗତିରେ ମାଡ଼ି ଚାଲିଛନ୍ତି । ସରକାରଙ୍କ ସ୍ପେଶାଲ ଫୋକସ୍ ପରେ ଯଦିଓ ସଂକ୍ରମଣ ସାମାନ୍ୟତମ ଭାବେ କମିଛି, ତଥାପି ଏହାକୁ ସଂକ୍ରମଣର ପ୍ରଭାବ କମିଥିବା ବୋଲି ବିଚାର କରାଯାଇପାରିବ ନାହିଁ ।
Update on newly detected #COVID19 cases in the last
24 hrs under the BMC area on 2nd Oct 2020(till 9am).Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/Ld7QfY7eoe— BMC (@bmcbbsr) October 2, 2020
ଏହି କ୍ରମରେ ଶେଷ ୨୪ ଘଣ୍ଟାରେ ରାଜଧାନୀରେ ୩୧୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୨୯ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି । ତେବେ ସଂକ୍ରମିତଙ୍କ ମଧ୍ୟରୁ ୨୫୪ ଜଣ ସ୍ଥାନୀୟ ସଂକ୍ରମଣର ଶୀକାର ହୋଇଥିବା ବେଳେ ୫୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଉଲ୍ଲେଖଯୋଗ୍ୟ ରାଜଧାନୀ କୋଭିଡ୍ ସଂକ୍ରମଣ ଏବେ ୨୨ ହଜାର ୫୪୭ରେ ପହଞ୍ଚିଥିବା ବେଳେ ଏମାନଙ୍କ ମଧ୍ୟରୁ ୧୮ ହଜାର ୯୧୪ ଜଣ ସୁସ୍ଥ ହୋଇ ସାରିଛନ୍ତି । ସେହିଭଲି ୩୫୧୪ ଜଣ ସକ୍ରିୟ ସଂକ୍ରମିତ ରହିଥିବା ବେଳେ ରାଜଧାନୀ କୋଭିଡଜନିତ ମୃତ୍ୟୁ ସଂଖ୍ୟା ୧୦୦ରେ ପହଞ୍ଚିଛି ।