spot_img

Latest Posts

ରାଜ୍ୟରେ ଲାଗି ରହିଛି ବର୍ଷା, ବିପଦ ସଙ୍କେତ ଛୁଇଁଛି ହିରାକୁଦ ଜଳସ୍ତର…

ଭୁବନେଶ୍ୱର: ରାଜ୍ୟରେ ପୁଣି ବନ୍ୟା ସମ୍ଭାବନା । ସଠିକ୍‌ ସମୟରେ ଉପଯୁକ୍ତ ପଦକ୍ଷେପ ନ ନିଆଗଲେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ଅଧା ରାଜ୍ୟରେ ବର୍ଷା ଲାଗି ରହିଛି । ଏହି ବର୍ଷା ଯୋଗୁଁ ଏବେ ହିରାକୁଦ୍‌ରେ ଜଳସ୍ତର ବିପଦସଙ୍କେତ ଛୁଇଁଛି । ଅନ୍ୟପଟେ ଜଳେଶ୍ୱର ଜଳକା ମଧ୍ୟ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି । ହିରାକୁଦରେ ଜଳ ନିଷ୍କାସନ ପାଇଁ ମୋଟ୍‌ ୩ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି ।

Hirakud

ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି । ଆାଗକୁ ଉତ୍ତର ଓଡିଶାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ଯୋଗୁଁ, ଆଗାମୀ ଦୁଇ ଦିନ ଧରି ସାରା ରାଜ୍ୟରେ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଉତ୍ତର ଓ ଦକ୍ଷିଣ ଓଡିଶାର କିଛି ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହ ଗଜପତି, ଗଞ୍ଜାମ, ରାୟଗଡା, ମାଲକାନଗିରି, କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ବରଗଡ଼, ସମ୍ବଲପୁର, କୋରାପୁଟ, ସୋନପୁର ଜିଲ୍ଲା ଗୁଡିକରେ ଆଗାମୀ ୨୪ ଘଣ୍ଟା ଭିତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ଏଥିପାଇଁ ଜିଲ୍ଲାଗୁଡ଼ିକୁ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଅନ୍ୟପଟେ ୭ ତାରିଖରେ ମଧ୍ୟ ୧୩ଟି ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଗତ ୨୪ ଘଂଟା ଭିତରେ ରାଜକନିକାରେ ୧୫୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ୭ ତାରିଖ ବେଳକୁ ବର୍ଷାର ପରିମାଣ କମିବ ବୋଲି କୁହାଯାଇଛି ।

ଅନ୍ୟପଟେ ଆଉ ଏକ ଲଗୁଚାପ ଉତ୍ତର ଆଣ୍ଡାମାନ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବନ୍ଧୁଛି । ଯାହା ଫଳରେ ପୁଣି ଆଗାମୀ ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Latest Posts

Don't Miss