Private Trains: ରେଲୱେକୁ ୧୫ କମ୍ପାନୀ ପକ୍ଷରୁ ୧୨୦ ଆବେଦନ
1 min readନୂଆଦିଲ୍ଲୀ: ଦେଶରେ ଘରୋଇ ଯାତ୍ରୀବାହୀ ଟ୍ରେନ୍ ଚଲାଇବା ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଘରୋଇ ଟ୍ରେନ୍ ଚଲାଇବା ଲାଗି ୧୫ କମ୍ପାନୀ ଆଗ୍ରହ ଦେଖାଇ ୧୨୦ଟି ଆବେଦନ କରିଥିବା ଭାରତୀୟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ରେଳ ମନ୍ତ୍ରାଳୟ ୧୨ଟି କ୍ଲଷ୍ଟରର ୧୪୦ଟି ଋଟରେ ପିପିପି ମୋଡରେ ୧୫୧ଟି ଘରୋଇ ଅତ୍ୟାଧୁନିକ ଟ୍ରେନ୍ ଚଲାଇବା ଲାଗି ରିକ୍ୱେଷ୍ଟ ଫର କ୍ୱାଲିଫିକେସନ୍ (RFQ) ମାଗିଥିଲେ । ଏଥିରୁ ରେଲୱେକୁ ୩୦ ହଜାର କୋଟି ଟଙ୍କା ଘରୋଇ ନିବେଶ ଆସିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି ।
ଘରୋଇ ଟ୍ରେନ୍ ପାଇଁ IRCTC ଆଗ୍ରହୀ
ଘରୋଇ ଟ୍ରେନ୍ ଚଲାଇବା ଲାଗି ଭେଲ୍, ଲାର୍ସନ ଏଣ୍ଡ ଟୁବ୍ରୋଙ୍କ ବ୍ୟତୀତ ଆଇଆରସିଟିସି ଲିମିଟେଡ୍ ଆଗ୍ରହ ପ୍ରକାଶ କରିଛି । ଘରୋଇ ଟ୍ରେନ୍ ଚଲାଇବା ଲାଗି କମ୍ପାନୀଙ୍କୁ ଦୁଇ ପର୍ଯ୍ୟାୟର ବିଡିଂ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିବ । ଏଥିରେ ଆରଏଫକ୍ୟୁ ବା ରିକ୍ୱେଷ୍ଟ ଫର ପ୍ରପୋଜାଲ (RPF) ରହିଛି । ଆବେଦନର ଆକଳନ ଓ ମୂଲ୍ୟାଙ୍କ ଖୁବଶୀଘ୍ର କରାଯିବ ବୋଲି ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ଏହାପରେ ୨୦୨୦ ନଭେମ୍ବର ମଧ୍ୟରେ ଯୋଗ୍ୟ କମ୍ପାନୀଙ୍କ ପାଇଁ ଆରଏଫକ୍ୟୁ ଉପଲବ୍ଧ କରାଯିବ । ୨୦୨୧ ଫେବ୍ରୁଆରୀ ସୁଦ୍ଧା ଏହି ପ୍ରକ୍ରିୟା ସାରିବାକୁ ଭାରତୀୟ ରେଳବାଇ ଲକ୍ଷ୍ୟ ରଖିଛି ।
ଭଡ଼ା ନିର୍ଦ୍ଧାରିତ କରିବେ କମ୍ପାନୀ
ରେଳବାଇ ଘରୋଇ ଟ୍ରେନ୍ ଚଲାଇବା ପାଇଁ ୧୨ଟି କ୍ଲଷ୍ଟରରେ ମୁମ୍ବାଇ-୧, ମୁମ୍ବାଇ-୨, ଦିଲ୍ଲୀ-୧, ଦିଲ୍ଲୀ-୨, ଚଣ୍ଡିଗଡ଼, ହାୱଡ଼ା, ପାଟଣା, ପ୍ରୟାଗରାଜ, ସିକନ୍ଦରାବାଦ, ଜୟପୁର, ଚେନ୍ନାଇ ଓ ବେଙ୍ଗଳୁରୁ ସାମିଲ୍ ରହିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି- ଘରୋଇ ଟ୍ରେନ୍ ଅପରେଟ୍ କରିବାକୁ ଥିବା କମ୍ପାନୀ ଭଡ଼ା ନିର୍ଦ୍ଧାରଣ କରିବେ । ତେବେ, ସେହି ଋଟରେ ଏସି ବସ୍ ଓ ବିମାନ ସୁବିଧା ଥିଲେ ଭଡ଼ା ସ୍ଥିର ପୂର୍ବରୁ କମ୍ପାନୀକୁ ଧ୍ୟାନ ଦେବାକୁ ପଡ଼ିବ ।
ଆସନ୍ତୁ ଜାଣିବା କେଉଁ କେଉଁ ଆବେଦନ କରିଛନ୍ତି-
1-Arvind Aviation
2-BHEL
3-Construcciones y Auxiliar de Ferrocarrriles, S.A
4-Cube Highways and Infrastructure III Pvt Ltd
5-Gateway Rail freight Limited
6-GMR Highways Limited
7-Indian Railway Catering and Tourism Corporation LImited
8-IRB Infrastructure Developers Limited
9-L&T Infrastructure Development Projects Limited
10-Malempati Power Private Limited
11-Megha Engineering and Infrastructures Limited
12-PNC Infratech Ltd
13-RK Associates and Hoteliers Pvt Ltd
14-Sainath sales and Services Pvt Ltd
15-Welspun Enterprises Limited