spot_img

Latest Posts

ବଢୁଛି ଉପନିର୍ବାଚନ ତାତି, ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର: ଦିନ ଗଡ଼ିବା ସହ ତିର୍ତ୍ତୋଲ ଏବଂ ବାଲେଶ୍ୱର ଉପନିର୍ବାଚନ ରାଜନୀତି ସରଗରମ ହେବାରେ ଲାଗିଛି । ନଭେମ୍ବର ୩ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ସମସ୍ତ ପ୍ରମୁଖ ଦଳର ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିସାରିଲେଣି । ଏହି କ୍ରମରେ ୨ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ଷ୍ଟାର ତଥା ତାରକା ପ୍ରଚାରକଙ୍କ ନାଁ ଘୋଷଣା କରିଛନ୍ତି । ନିର୍ବାଚନ ପୂର୍ବରୁ ବାକ୍ ଯୁଦ୍ଧ ମଧ୍ୟ ଜମିବାରେ ଲାଗିଛି ।

 

ବରିଷ୍ଠ ବିଜେଡି ନେତା ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ, ବିଜେଡି ଲୋକ ସହ ଥିଲା । ରହିଛି ଓ ଆଗକୁ ମଧ୍ୟ ରହିବ । ଯେଉଁମାନେ ଲୋକଙ୍କ ସହ ନାହାନ୍ତି ସେମାନେ ପ୍ରଚାର କଲେ କିଛି ଫରକ ପଡ଼ିବନି  । ସେମାନେଙ୍କ ପ୍ରଚାର ଦିନେ ନାହିଁ କାଳେ ନାହିଁ, ଗମା ପୁନେଇଁରେ ମାଇଁ ମାଇଁ ଭଳି ଶତପଥୀ କହିଛନ୍ତି ।

Naveen Patnaik

ସେହିପରି କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ପ୍ରଚାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିବେ କି ନାହିଁ, କେତେକ ଗଣମାଧ୍ୟମ ପ୍ରତିନିଧି ବିଜେଡି ନେତା ଅରୂପ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଥିଲେ । ଏହାର ଉତ୍ତର ଦେଇ ଅରୂପ କହିଥିଲେ ଯେ,  ମୁଖ୍ୟମନ୍ତ୍ରୀ ବାହାରକୁ ଯ଼ିବା ଦରକାର ବୋଲି ମୁଁ ତ କାହିଁକି ଭାବୁନି। ସେ ସୂର୍ଯ୍ୟ ଭଳି।  electric bulbକୁ switch on off ଦରକାର। ସୂର୍ଯ୍ୟ ଯେଉଁଠି ରହିଲେ ବି ଆଲୋକିତ କରିବେ। ମତେ ଲାଗୁନି ତାଙ୍କୁ ପ୍ରଚାର ପାଇଁ ଯିବାକୁ ପଡ଼ିବ। ସିଏ ଯେଉଁଠି ରହିଲେ ଆଲୋକ ଦେବେ ବୋଲି ଅରୂପ ପଟ୍ଟନାୟକ କହିଛନ୍ତି ।

ଏହି କ୍ରମରେ ବିଜେଡି ପକ୍ଷରୁ ମଧ୍ୟ ଉପନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରାଯାଇଛି । ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ, ସାଧାରଣ ସମ୍ପାଦକ(ସଙ୍ଗଠନ)  ପ୍ରଣବ ପ୍ରକାଶ ଦାସ, ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା, ବରିଷ୍ଠ ନେତା ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅନନ୍ତ ଦାସ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ମନ୍ତ୍ରୀ ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଜେନା, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ,  ପ୍ରତାପ ଦେବ ଅଭିନେତା ଅରିନ୍ଦମ ରାୟ, ଜୀବନ ପ୍ରଦୀପ ଦାସ, କୁନା ତ୍ରିପାଠୀ, ରାଜଶ୍ରୀ ମଲ୍ଲିକ ପ୍ରମୁଖ ରହିଛନ୍ତି ।

 

ଅନୁରୂପ ଭାବେ ବିଜେପି ପକ୍ଷରୁ ମଧ୍ୟ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି । ଏହିମାନେ ହେଉଛନ୍ତି- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ । ଏହି ୩ ପ୍ରମୁଖ ନାମ ସହ ଅନ୍ୟ ୨୭ ଜଣଙ୍କୁ ମଧ୍ୟ ତାରକା ପ୍ରଚାରକ ତାଲିକାରେ ସ୍ଥାନ ମିଳିଛି ।

Latest Posts

Don't Miss