ନୂଆଦିଲ୍ଲୀ: ନବରାତ୍ରୀକୁ ନେଇ ଏରୋସ ଏଣ୍ଟରଟେନମେଣ୍ଟ୍ ପକ୍ଷରୁ କରାଯାଇଥିବା ଟ୍ୱିଟକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏଭଳି ଟ୍ୱିଟ୍ କରି ଏରୋସ ହିନ୍ଦୁଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଛି ବୋଲି ଅଭିଯୋଗ ହେବା ପରେ କଂପାନୀ ପକ୍ଷରୁ କ୍ଷମା ପ୍ରାର୍ଥନା କରି ପୋଷ୍ଟକୁ ହଟାଇ ଦିଆଯାଇଛି । ତେବେ କଂପାନୀର କ୍ଷମାପ୍ରାର୍ଥନା ମଧ୍ୟ ବିରୋଧୀକୁ ଶାନ୍ତ କରି ପାରିନାହିଁ । ଏବେ ଟ୍ୱିଟର ସହିତ ଅନ୍ୟ ସୋସିଆଲ ମିଡିଆ ସାଇଟରେ ବୟକଟ୍ ଏରୋସ୍ ଜୋର ଧରିଛି । ଏରୋସକୁ ବିରୋଧ କରି ଟ୍ୱିଟ୍ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି କଙ୍ଗନା ରନାୱାତ ।
We must preserve cinema as a community viewing theatre experience,its more difficult to enthrall large section of audience than sexualise content for personal viewing, digitisation of art faces this major crisis, all streaming platforms are nothing but a porn hub. SHAME @ErosNow pic.twitter.com/qKHde2R4HI
— Kangana Ranaut (@KanganaTeam) October 22, 2020
ସେ ଏଭଳି ଅଶ୍ଳୀଳ ଫଟୋ ଓ ବାର୍ତ୍ତା ସମାଜିକ ବାତାବରଣକୁ ଖରାପ କରୁଥିବା କଥା କଙ୍ଗନା କହିଛନ୍ତି । ସେ ଲେଖିଛନ୍ତି, ବ୍ୟକ୍ତିଗତ ସ୍ତରରେ ଏଭଳି ବାର୍ତ୍ତାକୁ ଲୋକେ ହେଡ୍ ଫୋନ୍ ଲଗାଇ ନିଜ ଏକାନ୍ତ ସ୍ଥାନରେ ଉପଭୋଗ କରିପାରିବେ ସତ ମାତ୍ର ଏହା ଗୋଷ୍ଠୀ ସ୍ୱାର୍ଥ ସାଧନ କରିପାରିବ ନାହିଁ । ଏକ ପାରିବାରିକ ସଂସ୍କାର ଓ ଚଳଣୀକୁ ଏଭଳି ବାର୍ତ୍ତା ବ୍ୟାପକ ଭାବେ ପ୍ରଭାବିତ କରିବ । ସେହିଭଳି ଏଭଳି ଅଶ୍ଳୀଳ ବାର୍ତ୍ତା ଦେଉଥିବା ପ୍ଲାଟଫର୍ମକୁ କଙ୍ଗନା ପର୍ଣ୍ଣ ହବ୍ କହିବାକୁ ମଧ୍ୟ ପଛାଇ ନାହାନ୍ତି ।
https://twitter.com/beingarun28/status/1319111887619960832
ତେବେ ଏହି ପୋଷ୍ଟକୁ ବିରୋଧ କରିବାର ଏକମାତ୍ର କାରଣ ଏହାର ଅଶ୍ଳୀଳତା ମଧ୍ୟ ନୁହେଁ । କିଛି ଏହାକୁ ହିନ୍ଦୁ ଧର୍ମ ବିରୋଧୀ ବୋଲି ମଧ୍ୟ କହୁଛନ୍ତି । ସେମାନଙ୍କ ଯୁକ୍ତି ଏହା ଯେ ଇରୋସ୍ ଏଣ୍ଟରଟେନମେଣ୍ଟ ଭଳି ସଂସ୍ଥା ଧର୍ମୀୟ ଭେଦଭାବ କରୁଛି । ମୁସଲମାନ ପର୍ବ ଇଦର ଶୁଭେଚ୍ଛା ଦେବା ବେଳେ ଯେଉଁଭଳି ଭାବେ ପୋଷ୍ଟର ବ୍ୟବହାର ହୋଇଥିଲା, ନବରାତ୍ରୀର ଶୁଭେଚ୍ଛା ବେଳେ ସେଭଳି ପୋଷ୍ଟରର ବ୍ୟବହାର ହୋଇନି । ଏସବୁ ଧର୍ମୀୟ ଭେଦଭାବ ସୃଷ୍ଟି କରୁଛି । ହିନ୍ଦୁ ଧର୍ମର ପର୍ବ ଶୁଭେଚ୍ଛା ବେଳେ ସଂପୃକ୍ତ ସଂସ୍ଥା ଅଶ୍ଳୀଳ ଫଟୋ ଓ ଡବଲ ମିନିଂ ବାକ୍ୟ ବ୍ୟବହାର କରୁଥିବା ବେଳେ ମୁସଲମାନଙ୍କ ଧର୍ମକୁ ମର୍ଯ୍ୟାଦା ଦେଇ ଶାଳୀନତାପୂର୍ଣ୍ଣ ଫଟୋ ପୋଷ୍ଟ କରାଯାଇଛି ।
— Eros Innovation (@ErosInnovation) October 22, 2020
ଅର୍ଥାତ୍ ଏଭଳି ପୋଷ୍ଟକୁ କିଛି ହିନ୍ଦୁ ଧର୍ମବିରୋଧୀ ବୋଲି ବିଚାର କରୁଛନ୍ତି । ଏହାପରଠାରୁ ଟ୍ୱିଟର୍ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ୟୁଜର୍ସମାନେ #BoycottErosNow ଟ୍ୟାଗ୍ କରିବାରେ ଲାଗିଥିଲେ । ତେବେ ଏତେ ମାତ୍ରାରେ ବିରୋଧ ପରେ କମ୍ପାନୀ କ୍ଷମା ପ୍ରାର୍ଥନା କରି ଏକ ନୋଟ୍ ଜାରି କରିବା ସହ ସଂସ୍ଥା ନିରପେକ୍ଷତାକୁ ଗୁରୁତ୍ୱ ଦେଉଥିବା ସଫେଇ ଦେଇଛି ।

