spot_img

Latest Posts

ଦଶାହରେ ପ୍ରବୀରଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: କରୋନାରେ ମୃତ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ଦଶାହ ଅବସରରେ ଭୁବନେଶ୍ୱର ସାମ୍ବାଦିକ ସଂଘ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ । ଏଥିସହ ଶୁକ୍ରବାର କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବରିଷ୍ଠ ସାମ୍ବାଦିକ ନବୀନାନନ୍ଦ ଗନ୍ତାୟତଙ୍କୁ ମଧ୍ୟ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

ଭୁବନେଶ୍ୱର ସାମ୍ବାଦିକ ସଂଘ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଓ ଉତ୍କଳ ସାମ୍ବାଦିକ ରାଜ୍ୟ ସଂଘ ସଭାପତି ବିଭୂତିଭୂଷଣ କର ଅତିଥି ଭାବେ ଯୋଗଦେଇ ଥିଲେ ।

ଏହାସହ ଶ୍ରଦ୍ଧାଞ୍ଜଳି ସଭାରେ ଭୁବନେଶ୍ୱର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା, ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଚରଣ ଜେନା, କମିଶନରେଟ ପୋଲିସର ଲୋକସମ୍ପର୍କ ଅଧିକାରୀ ଶିଶିର ମିଶ୍ର, ଟ୍ରାଫିକ୍‌ ଏସିପି ସ୍ୱସ୍ତିକ୍‌ ପଣ୍ଡା, ସ୍ପେଶାଲ ସ୍କାର୍ଡ ଅଧିକାରୀ ସଞ୍ଜିବ ଶତପଥୀ, ଜୋନ- ୧ ଏସିପି ମାନସ ଗଡନାୟକ, ସାମ୍ବାଦିକ ଥବୀର ସାମଲ, ହରିହର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।

Latest Posts

Don't Miss