spot_img

Latest Posts

ରାଜରାସ୍ତାକୁ ଓହ୍ଲାଇଲେ ଟ୍ରମ୍ପଙ୍କ ହଜାର ହଜାର ସମର୍ଥକ: ପୁନଃ ମତଗଣନା ପାଇଁ ଦାବି

ୱାଶିଂଟନ: ଆମେରିକା ରାଜ ରାସ୍ତାରେ ହଜାର ହଜାର ଟ୍ରମ୍ପ ସମର୍ଥକ ନିର୍ବାଚନ ଫଳାଫଳ ଗ୍ରହଣ କରିବାକୁ ମନା କରିବା ସହ ପୁନଃ ମତଗଣନା ପାଇଁ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଟ୍ରମ୍ପଙ୍କ ସମର୍ଥକମାନେ ଅଭିଯୋଗ କରି କହିଛନ୍ତି ଯେ, ପେନସିଲଭାନିଆ, ନେଭାଡା ଭଳି ସ୍ଥାନରେ ଭୋଟ ଗଣତିରେ ଅନିୟମିତତା ହୋଇଛି। ଶନିବାର ଦିନ ୱାଶିଂଟନରେ ହଜାର ହଜାର ଟ୍ରମ୍ପ ସମର୍ଥକ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ ନିର୍ବାଚନରେ ବହୁ ପରିମାଣରେ ଅନିୟମିତତା ହୋଇଛି ଏବଂ ଜନସାଧାରଣଙ୍କ ମତାମତକୁ ହଡପ କରି ନିଆଯାଇଛି ।

 

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ଫଳାଫଳ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ତାଙ୍କର ହଜାର ହଜାର ସମର୍ଥକ ରାଜଧାନୀ ୱାଶିଂଟନ୍ ଡିସି ରାସ୍ତାକୁ ଓହ୍ଲାଇ ସ୍ଲୋଗାନ ଦେଉଛନ୍ତି। ଏହି ସମର୍ଥକଙ୍କ ସହ ପୁଲିସର ମଧ୍ୟ ସଂଘର୍ଷ ଘଟିଛି।

ସୂଚନାଯୋଗ୍ୟ, ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଘୋଷଣା ହେବା ଏକ ସପ୍ତାହରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ଟ୍ରମ୍ପ ଏହି ଫଳାଫଳକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି ଏବଂ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ କରୁଛନ୍ତି।

Latest Posts

Don't Miss