spot_img

Latest Posts

ମଡେର୍ଣ୍ଣାର ଟିକା ୯୪ ପ୍ରତିଶତ ସଫଳ

କରୋନା ଭାଇରସର ଟିକା ନେଇ ଆସିଛି ଭଲ ଖବର । କରୋନା ଭୂତାଣୁ ପ୍ରତିହତ କରିବା ଦିଗରେ ମଡେର୍ଣ୍ଣାର ଟିକା  ୯୪.୫ ପ୍ରତିଶତ ଫଳପ୍ରଦ ହୋଇଥିବା ଦାବି କରାଯାଇଛି । ତୃତୀୟ ପର୍ଯ୍ୟାୟର ପରୀକ୍ଷଣ ରିପୋର୍ଟ ଅନୁଯାୟୀ ଏହି ଦାବି କରାଯାଇଛି  । ଏହା କୋଭିଡ-୧୯ ସହ ଅନ୍ୟ ଗୁରୁତର ରୋଗରୁ ମଧ୍ୟ ଆରୋଗ୍ୟ ପ୍ରଦାନ କରୁଥିବା ମୋଡେର୍ଣ୍ଣର ସିଇଓ ଷ୍ଟିଫେନ୍ ବନସେଲ୍ କହିଛନ୍ତି । ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥର ଅଂଶ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଆଣ୍ଡ ଇନ୍‌ଫେକସନ୍ ଡିଜିଜ୍ (NIAID), ବାୟୋମେଡିକାଲ ଆଡଭାନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅଥରିଟି (BARDA)ର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଟ୍ରାଏଲରେ ୟୁଏସ୍‌ର ପ୍ରାୟ ୩୦ ହଜାର ସ୍ୱେଚ୍ଛାସେବୀ ଭାଗ ନେଇଥିଲେ ।

ଟିକାର ଏହି ଫଳାଫଳ ପରେ ମଡେର୍ଣ୍ଣାର ସେୟାର ୟୁଏସ୍ ସେୟାର ମାର୍କେଟରେ ୯% ବୃଦ୍ଧି ଘଟିବାଥିବା ବେଳେ ୟୁରୋପ ମାର୍କେଟରେ ୧.୫ ପ୍ରତିଶତ ବଢ଼ି ଏହା ୬୦୦ ପଏଣ୍ଟ ଛୁଇଁଛି । ଟିକାର ଏହି ସଫଳତା ଲୋକଙ୍କ ମନରେ ଆଶା ସଂଚାର କରିଥିବା କହିଛନ୍ତି ମଡେର୍ଣ୍ଣାର ସଭାପତି ଡ. ଷ୍ଟିଫେନ୍ ହଜ୍ । ଏହା ଏହି ଭୟଙ୍କର ମହାମାରୀକୁ ରୋକିବାରେ ସହାୟକ ହେବ ବୋଲି ସେ କହିଛନ୍ତି । ସେହିଭଳି 6 ମାସ ପର୍ଯ୍ୟନ୍ତ ମାଇନସ୍ 20 ଡିଗ୍ରୀ ତାପମାତ୍ରାରେ ଏହି ଟିକାକୁ ସଂରକ୍ଷଣ କରାଯାଇପାରିବ । ତେବେ ଫାଇଜର ଭଳି ଏହାକୁ ଶୀତଳ ଭଣ୍ଡାରରେ ନ ରଖିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ ହେବ ।

Latest Posts

Don't Miss