spot_img

Latest Posts

ପୁଣି ଲଜ୍ଜା: ପୋଖରୀରୁ ମିଳିଲା ଦୁଇ ଭଉଣୀଙ୍କ ଆଖି ନଥିବା ଶବ

ଲକ୍ଷ୍ନୌ: ୟୁପିର ଫତେହପୁର ଜିଲ୍ଲାରେ ଡବଲ ମର୍ଡର । ଆଉ ହତ୍ୟାକୁ ନେଇ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି । ବିଳମ୍ବିତ ରାତିରେ ଗାଁ ବାହାରେ ଥିବା ଏକ ପୋଖରୀରେ ଦୁଇ ଦଳିତ ଭଉଣୀଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ତରବରିଆ ଭାବେ ଉଭୟ ମୃତଦେହକୁ ପୋଖରୀରୁ ବାହାରକୁ ନେଇ ଉଭୟ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନେଇ ଯାଇଥିଲା।

ପରିବାର ସଦସ୍ୟଙ୍କ ଅନୁଯାୟୀ, ଉଭୟ ଭଉଣୀଙ୍କ ହାତ ବନ୍ଧା ହୋଇଥିଲା। ମୁଣ୍ଡ ଓ କାନରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି । କେବଳ ଏତିକି ନୁହେଁ, ଦୁଇ ନାବାଳିକାଙ୍କ ଗୋଟିଏ ଗୋଟିଏ ଆଖି ଫୁଟାଇ ଦିଆଯାଇଥିଲା । ଏଭଳି ପରିସ୍ଥିତିରେ ପରିବାର ସଦସ୍ୟ ବଳାତ୍କାର ପରେ ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି ।

ତେବେ ସୂଚନା ପାଇବା ପରେ ଆସୋଥର୍ ଥାନା ଏସପି ପ୍ରଶାନ୍ତ ବର୍ମା କିଛି ଥାନା ଅଧିକାରୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚିଥିଲେ । ମୃତଦେହକୁ ଦେଖିବା ପରେ ମୃତକଙ୍କ ମାମୁଁ ବଳାତ୍କାର ପରେ ହତ୍ୟା ହୋଇଥିବା ଅଭିଯୋଗ କରିଥିଲେ । ଏହା ଶୁଣି ପୋଲିସ କର୍ମଚାରୀ କ୍ରୋଧିତ ହୋଇଯାଇଥିଲେ । ଏହା ପରେ ପରିବାର ଲୋକ ପୋଲିସର ଗୁଣ୍ଡାଗିରିକୁ ବିରୋଧ କରିଥିଲେ । ପରିବାରର କହିବାନୁସାରେ, ଦୁଇ ଭଉଣୀ ଚଣା ସାଗ ଆଣିବାକୁ କ୍ଷେତକୁ ଯାଇଥିଲେ। ଯେତେବେଳେ ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ, ପରିବାର ଲୋକେ ସେମାନଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଥିଲେ। ଏହାପରେ ଉଭୟଙ୍କ ମୃତଦେହ ପୋଖରୀରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଘଟଣାର ସୂଚନା ପାଇବା ପରେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଯେତେବେଳେ ପୋଲିସ ଉଭୟ ମୃତଦେହକୁ ପୋଖରୀରୁ ବାହାର କରିଥିଲା ସେତେବେଳେ ଦେଖିବାକୁ ମିଳିଥିଲା ଯେ, ଦୁଇ ଭଉଣୀଙ୍କ ହାତ ବନ୍ଧା ହେବା ସହ ଦେହରେ କ୍ଷତବିକ୍ଷତ ଚିହ୍ନ ରହିଛି ।

ସେମାନଙ୍କୁ ତୀକ୍ଷଣ ଅସ୍ତ୍ରରେ ମୁଣ୍ଡ ଓ କାନରେ ଆକ୍ରମଣ କରାଯାଇଛି । ଦୁଇ ନାବାଳିକାଙ୍କ ଗୋଟିଏ ଗୋଟିଏ ଆଖି ଫୁଟାଇ ଦିଆଯାଇଥିଲା । ଏହି ଘଟଣା ପରେ ମୃତକଙ୍କ ମାଆ ତାଙ୍କ ଦୁଇ ଝିଅଙ୍କୁ ବଳାତ୍କାର କରାଯାଇଥିବା ଏବଂ ସେମାନେ ପ୍ରତିବାଦ କରିବାରୁ, ଉଭୟଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗିଦେଇଥିବା ଅଭିଯୋଗ କରିଥିଲେ । ଏହାସହ ଦୁଇଝିଅଙ୍କ ଦାଦା ଯେତେବେଳେ ଏହି ସମାନ କଥା କହିଥିଲେ ସେତେବେଳେ ପୋଲିସ ତାଙ୍କୁ ଜୋରଜବର ଦସ୍ତ ଥାନାକୁ ନେଇ ଯାଇଥିଲା। ତେବେ ଏହି ଘଟଣାକୁ ନେଇ ଏସପି ପ୍ରଶାନ୍ତ ବର୍ମା କହିଛନ୍ତି ଯେ, ଅସୋଥର ଥାନା ଅଞ୍ଚଳର ଚିଞ୍ଚନି ଗାଁର ପୋଖରୀରେ ଦୁଇ ନାବାଳିକାଙ୍କ ମୃତଦେହ ମିଳିଛି, ଗ୍ରାମବାସୀଙ୍କ ଅନୁଯାୟୀ ଉଭୟ ଝିଅ ପୋଖରୀରେ ପାଣି ସିଙ୍ଗଡ଼ା ତୋଳିବା ବେଳେ ପାଣିରେ ବୁଡ଼ି ସେମାନଙ୍କ ମୃତ୍ୟୁ ହୋଇଥିବା କହିଛି । ବର୍ତ୍ତମାନ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Latest Posts

Don't Miss