spot_img

Latest Posts

ଦିନେ ରେଷ୍ଟୁରାଣ୍ଟର ବିଲ୍ ଦେବା ପାଇଁ ଜୋ ବିଡେନଙ୍କ ପାଖରେ ନଥିଲା ପଇସା

ଓ୍ବାଶିଂଟନ: ଆମେରିକାର ନବ-ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ଶୁକ୍ରବାର ଦିନ ୭୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ନିକଟ ଅତୀତରେ ସେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାଜିତ କରି ଏହି ଆସନ ଅକ୍ତିଆର କରିଛନ୍ତି ।

ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ଜୀବନର କିଛି ଅଜଣା କଥା…

ବିଡେନ ଡେଲାୱେରର ଆର୍ଚମେର ଏକାଡେମୀ ସ୍କୁଲରେ ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରିଥିବା ବେଳେ ସେ ଏତେଟା ଲୋକପ୍ରିୟ ନଥିଲେ । ସ୍କୁଲରେ ପଢୁଥିବା ବେଳେ ତାଙ୍କୁ କ୍ଲାସ୍ ପ୍ରେସିଡେଣ୍ଟ ଭାବେ ଚୟନ କରାଯାଇଥିଲା । ହେଲେ ପରେ ଛାତ୍ର ସଂଗଠନ ତାଙ୍କୁ ଷ୍ଟୁଡେଣ୍ଟ ୟୁନିଅନର ପ୍ରେସିଡେଣ୍ଟ ହେବାରୁ ଅଟକାଇ ଦେଇଥିଲେ। ବିଡେନଙ୍କର ଅନେକ ଦୋଷତ୍ରୁଟି ରହିଛି, ଯେଉଁଥିପାଇଁ ତାଙ୍କୁ ଏପରି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରଖାଯାଇପାରିବ ନାହିଁ ବୋଲି ସେମାନେ ଦାବି କରିଥିଲେ।

ବିଡେନ ଡେଲାୱେରରୁ ବିଶ୍ୱବିଦ୍ୟାଳୟ ପାଠପଢା କରିଥିଲେ। କୁହାଯାଏ ପିଲାବେଳୁ ତାଙ୍କର କଥା କହିବାରେ ସମସ୍ୟା ହେଉଥିଲା । ଏସମ୍ପର୍କରେ ଆସୋସିଏଟେଡ୍ ପ୍ରେସ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ବିଡେନଙ୍କ ପିଲାଦିନର ସାଙ୍ଗ ଜିମ କେନେଡି କହିଛନ୍ତି ଯେ ସେ କଥା କହିବାରେ ଏତେ ଥଙ୍ଗଉଥିଲେ ଯେ ତାଙ୍କୁ ସ୍କୁଲର ଜଣେ ଶିକ୍ଷକ ବି  ବ୍ଲାକବର୍ଡ ଡାକିବା ସହ ଥଟ୍ଟା ମଧ୍ୟ କରୁଥିଲେ ।

ଏସବୁ ସତ୍ବେ ବିଡେନ ହାର ମାନିନଥିଲେ ଏବଂ ଅବିରତ ଭାବେ ସେ କହିବା ଅଭ୍ୟାସ କରିଥିଲେ । ଯାହା ଫଳରେ ସେ ପରବର୍ତ୍ତି ସମୟରେ ଜଣେ ଉଜ୍ଜ୍ୱଳ ବକ୍ତା ଭାବରେ ବିବେଚନା ହୋଇପାରିଥିଲେ ।

ଡେଟିଂରେ ଯାଇଥିବା ବେଳେ ରେଷ୍ଟୁରାଣ୍ଟ ବିଲ୍ ଦେବାକୁ ବିଡେନଙ୍କ ପାଖରେ ପଇସା ନଥିଲା –

ଜୋ ବିଡେନ ଯେତେବେଳେ ପ୍ରଥମେ ନିଲିଆ ହଣ୍ଟର୍ଙ୍କୁ ଭେଟିଥିଲେ ସେତେବେଳକୁ ତାଙ୍କର ସେପରି କିଛି ଆୟ ନଥିଲା । ଏକଦା ଡେଟିଂରେ ଯାଇଥିବା ବିଡେନଙ୍କ ପାଖରେ ରେଷ୍ଟୁରାଣ୍ଟର ବିଲ୍ ଦେବାକୁ ମଧ୍ୟ ପଇସା ନଥିଲା ଯେଉଁଥିପାଇଁ ନିଲିଆ ବିଲ୍ ଭରିଥିଲେ ।

ପରେ ଗର୍ଲଫ୍ରେଣ୍ଡ ନିଲିଆଙ୍କୁ ପତ୍ନୀ ଭାବେ ସ୍ୱୀକାର କରିଥିଲେ ବିଡେନ । ହେଲେ ଦୁର୍ଭାଗ୍ୟବଶତଃ ୧୯୭୨ ମସିହାରେ ନିଲିଆ ଏବଂ ତାଙ୍କର ଏକ ବର୍ଷର ଝିଅ ନାଓମିଙ୍କର ଏକ କାର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ବିଡେନ୍ ଏକପ୍ରକାର ଭାଙ୍ଗି ପଡିଥିଲା ବେଳେ ଆତ୍ମହତ୍ୟା କରିବା ପାଇଁ ମଧ୍ୟ ଚିନ୍ତା କରୁଥିଲେ ବୋଲି ସେ ପ୍ରକାଶ କରିଛନ୍ତି ।

Latest Posts

Don't Miss