spot_img

Latest Posts

ବଦଳିଲା OJEE କାର୍ଯ୍ୟସୂଚୀ, ଜାଣନ୍ତୁ MBBS ଓ BDS ନାମଲେଖା ତାରିଖ

ଭୁବନେଶ୍ୱର: ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ସାମିସନ୍-୨୦୨୦ (OJEE)ର କାଉନସେଲିଂ ଓ ନାମଲେଖା ତାରିଖ ପରିବର୍ତ୍ତନ ହୋଇଛି । ୨୦୨୦-୨୧ ବର୍ଷ ଲାଗି ପରିବର୍ତ୍ତିତ ତାରିଖ ଜାରି କରିଛି OJEE । ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜିକରଣ ଓ ଅଲାଇନ୍ ଆପ୍ଲିକେସନ୍, ଡକ୍ୟୁମେଣ୍ଟ ଅପଲୋଡିଂ ଓ ଭେରିଫିକେସନ୍ ଡିସେମ୍ବର ୫ ତାରିଖ ରାତି ୧୧ଟା ୫୯ ଯାଏ କରିହେବ । ଡିସେମ୍ବର ୮ ତାରିଖ ସନ୍ଧ୍ୟା ୫ଟାରେ ପ୍ରକାଶ ପାଇବ ସଂଶୋଧିତ ରାଜ୍ୟ ମେଧା ତାଲିକା । ସେହିଦିନ ସର୍ବଭାରତୀୟ ସ୍ତରରେ କୋଟା ସିଟ୍ (ଫେରସ୍ତ) କରାଯିବ ।

OJEE REVISED SCHEDULE FOR COUNSELING AND ADMISSION FOR MBBS  BDS COURSES

୯ ତାରିଖରେ ଖାଲିଥିବା ସିଟ୍ ସହ ସର୍ବଭାରତୀୟ ସ୍ତରରେ ସଂରକ୍ଷିତ ସିଟ୍ ବାବଦରେ ସୂଚନା ଦିଆଯିବ । ଡିସେମ୍ବର ୯ ତାରିଖ ସନ୍ଧ୍ୟା ୭ଟାରୁ ଚଏସ୍ ଫିଲିଂ ଓ ଲକିଂ ନୂଆ ପଞ୍ଜିକରଣ କରିଥିବା ପରିକ୍ଷାର୍ଥୀ ଡିସେମ୍ବର ୧୦ ତାରିଖ ରାତି ୧୧ଟା ୫୯ ଯାଏ କରିପାରିବେ । ୧୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଆଲଟମେଣ୍ଟ ପ୍ରକାଶ ପାଇବା ସହ ଆଲଟମେଣ୍ଟ ଲେଟର ଡାଉନଲୋଡ୍ କରିହେବ ।

OJEE REVISED SCHEDULE FOR COUNSELING AND ADMISSION FOR MBBS  BDS COURSES

ଡିସେମ୍ବର ୧୩ ତାରିଖ ସକାଳ ୧୧ଟାରୁ ୧୫ ତାରିଖ ରାତି ୧୧ଟା ୫୯ ଯାଏ ନାମଲେଖା ଦେୟ ଦେଇ ପ୍ରୋଭିଜିନାଲ ଆଡମିସନ ଲେଟର ଡାଉନଲୋଡ କରିବା ସହ ନାମଲେଖା ପ୍ରକ୍ରିୟାରୁ ଓହରି ଯାଇପାରିବେ । ୧୫ ତାରିଖ ପରେ କୌଣସି ନୂତନ ପଞ୍ଜିକରଣ ଗ୍ରହଣଯୋଗ୍ୟ ହେବ ନାହିଁ । ସିଟ୍ ବଳକା ଥିଲେ ଡିସେମ୍ବର ୨୦ ତାରିଖରେ ସ୍ପଟ୍ କାଉନସେଲିଂ ହେବ ବୋଲି OJEE ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Latest Posts

Don't Miss