ନୂଆ ବର୍ଷରୁ ବେପରୁଆ ଗାଡ଼ି ଚାଳକଙ୍କୁ ମିଳିବନି ନିସ୍ତାର, ପହିଲାରୁ ଚେକିଂ ହେବ କଡ଼ାକଡ଼ି
1 min readଭୁବନେଶ୍ୱର: ତ୍ରାହି ପାଇବେନି ବେପରୁଆ ଗାଡ଼ି ଚାଳକ । ଭୁଲ୍ କଲେ ଆଉ ମିଳିବନି ନିସ୍ତାର । ଆସନ୍ତା ଜାନୁଆରୀ ମାସରୁ ପୁଣି କଡ଼ାକଡ଼ି ଚେକିଂ ହେବ । ୨୦୧୯ରୁ ଲାଗୁ ହୋଇଥିବା ନୂଆ ମୋଟର ଭେଇକିଲ୍ ନିୟମକୁ ମହାମାରୀ କରୋନା ପାଇଁ ସାମାୟିକ ଭାବେ କୋହଳ କରାଯାଇଥିଲା । ଏବେ ପୁଣି ଥରେ ଚେକିଂକୁ କଡ଼ାକଡ଼ି କରାଯିବ ।
ଜାନୁଆରୀ ପହିଲାରୁ ଦୁଇ ଚକିଆ ଯାନ ପଛରେ ବସୁଥିବା ଲୋକ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ନିର୍ଦ୍ଦେଶ ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ କହିଛନ୍ତି ।
ନଜର ପକାନ୍ତୁ କେଉଁ ନିୟମ ଭାଙ୍ଗିଲେ କେତେ ଟଙ୍କା ଗଣିବେ ?
ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ | ୫ ହଜାର ଟଙ୍କା |
ଅଧିକ ବେଗରେ ଗାଡ଼ି ଚାଳନା | ହଜାରେରୁ ୨ ହଜାର ଟଙ୍କା (ଲାଇଟ୍ ଭେଇକିଲ୍)
୨ ହଜାରରୁ– ୪ ହଜାର ଟଙ୍କା (ପାସେଞ୍ଜର ଓ ମାଲବାହୀ) ଦ୍ୱିତୀୟ ଥର ଧରାପଡ଼ିଲେ ଡ୍ରାଇଭିଂ ଲାଇସେନ୍ସ ଜବତ |
ମଦ ପିଇ ଗାଡ଼ି ଚଳାଇଲେ | ୧୦ ହଜାର ଟଙ୍କା ଜରିମାନା ସହ ୬ ମାସ ଜେଲ୍ |
ଟ୍ରାଫିକ ନିୟମରେ ବାଧା ଦେଲେ | ୫୦୦ ଟଙ୍କା |
ଲାଇସେନ୍ସ ନଥାଇ ଗାଡ଼ି ଚଳାଇଲେ | ୫ ହଜାର ଟଙ୍କା |
ଡ୍ରାଇଭିଂ ଟେଷ୍ଟରେ ଫେଲ୍ ହୋଇ ଗାଡ଼ି ଚଳାଇଲେ | ୧୦ ହଜାର ଟଙ୍କା |
ଅଥରିଟିଙ୍କୁ ସୂଚନା ନଦେଲେ | ୨୦୦୦ ଟଙ୍କା |
ରାସ୍ତାରେ ନିୟମ ଭାଙ୍ଗିଲେ | ୫ ଶହରୁ ୧ ହଜାର ଟଙ୍କା |
ଯଦି ମୋଟା ଅଙ୍କର ଜରିମାନାରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଆଜିଠୁ ନିୟମ ମାନିବା ଅଭ୍ୟାସ କରନ୍ତୁ । ଘରୁ ଗାଡ଼ି ଧରି ବାହାରିଲେ ମୁଣ୍ଡରେ ହେଲମେଟ ପିନ୍ଧନ୍ତୁ । ପାଖରେ ନିଜର ଡ୍ରାଇଭିଂ ଲାଇସେନ୍ସ, ଗାଡ଼ିର ଆରସି, ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସି), ଗାଡ଼ିର ବୀମା କାଗଜପତ୍ର ରଖନ୍ତୁ । ଆପଣଙ୍କ ପାଖେ ଏସବୁ କାଗଜପତ୍ର ନଥିଲେ ମଧ୍ୟ ଆପଣ ଡିଜି ଲକର କିମ୍ବା ଏମ୍ ପରିବହନ ଆପରେ ଏସବୁ ରଖି ଯାଞ୍ଚ ବେଳେ ଟ୍ରାଫିକ କର୍ମଚାରୀଙ୍କୁ ଦେଖାଇ ପାରିବେ ।
ଏଥିସହ ପଢ଼ନ୍ତୁ- ଡ୍ରାଇଭର ସହ ପିଲିଅନ୍ ପିନ୍ଧିବେ ହେଲମେଟ୍, ନହେଲେ ରଦ୍ଦ ହେବ DL