ବିବାହ ବନ୍ଧନରେ ବାନ୍ଧିହେଲେ ଏ.ବି. ହେନ୍ସଲ

ନନ୍ଦିଘୋଷ ବ୍ୟୁରୋ: ଆମେରିକାର ଏକ ଟିଭି ରିଆଲିଟି ଶୋ’ରୁ  ପ୍ରସିଦ୍ଧି ଅର୍ଜନ କରିଥିବା ଏ.ବି ହେନ୍ସଲ ବିବାହ କରିଛନ୍ତି । ଗୋଟିଏ ଶରୀର ଓ ୨ଟି  ମସ୍ତିଷ୍କ ଥିବା ହେନ୍ସଲଙ୍କ ବିବାହ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ ତାଙ୍କ ବିବାହ ୩ ବର୍ଷ ପୂର୍ବେ ଅତି ଗୋପନୀୟ ଭାବେ ହୋଇଥିଲା। ଆମେରିକା ସେନାର ଭେଟେରାନ ଜୋସ୍ ବାର୍ଲିଙ୍ଗଙ୍କୁ ବିବାହ କରିଥିଲେ ଏ.ବି ହେନ୍ସଲ । ଜୀବନସାଥୀଙ୍କ ସହ ଡ୍ୟାନ୍ସ କରୁଥିବା ଭିଡିଓ ସୋସିଆଲ ମିଡିଆରେ ନିଜ  ଖୁବ୍ ଭାଇରାଲ ହେଉଛି।  ଭିିଡିଓରେ ଓ୍ବେଡିଂ ଆଉଟଫିଟରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି ହେନ୍ସଲ । ଭିଡିଓରେ ୨ଟି ମସ୍ତିଷ୍କ ଥିବା ଏବି ହେନ୍ସଲ ଖୁବ୍ ଖୁସି ଥିବା ଦେଖିବାକୁ ମିଳିଛି। ଗୋଟିଏ ଶରୀର ଓ ୨ଟି ମସ୍ତିଷ୍କ ଥିବାରୁ ଜଣଙ୍କ ନାମ ଏବି ହେନ୍ସଲ ଓ ଅନ୍ୟ ଜଣଙ୍କ ନାମ ବ୍ରିଟନୀ ହେନ୍ସଲ ରହିଛି। ୧୯୯୬ରେ ଆମେରିକାର ଏକ ଟିଭି ରିଆଲିଟି ଶୋ’ରେ ସାମିଲ ହୋଇଥିଲେ ଏବି ହେନ୍ସଲ। ସେତେବେଳେ ଏହି ଯାଆଳାଁ ବ୍ୟକ୍ତିତ୍ବଙ୍କୁ ଦେଖି ସମସ୍ତେ ଚକିତ ହେବା ସହ ତାଙ୍କ ସର୍ଭାଇଭାଲକୁ ନେଇ ପ୍ରଶ୍ନ ଉଠାଇଥିଲେ।  ୧୯୯୦ରେ ଜନ୍ମ ଗ୍ରହଣ କରିଥିବା ଏବି ହେନ୍ସଲ ଡାଇସଫେଲସ ରୋଗରେ ପୀଡିତ ଥିବା କୁହାଯାଉଛି।