spot_img

Latest Posts

ମାଛ ଧରୁ ଧରୁ ଜାଲରେ ପଡ଼ିଲା ବିଶାଳ ଅଜଗର

ପୁରୀ: ମାଛ ଜାଲରେ ପଡିଲା ଅଜଗର। ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ। ପୁରୀ ଜିଲ୍ଲା ଚନ୍ଦନପୁର କେରାଣ୍ଡିପୁର ପଞ୍ଚାୟତର ବୈରାଗୀ ଗୋରଡ଼ା ଗ୍ରାମରେ ଜଣେ ବ୍ୟକ୍ତି ବିଲରେ ମାଛ ଧରିବା ପାଇଁ ଜାଲ ବସାଇ ଥିଲେ। ଆଜି ସକାଳୁ ମାଛ ପଡିଛନ୍ତି କି ନାହିଁ ଦେଖିବାକୁ ଯାଇ ଏକ ବଡ଼ ଅଜଗର ସାପ ଫାଶୀ ଜାଲରେ ପଡିଥିବା ଦେଖି ଜାଲ ସହ ସାପକୁ ଟାଣି ଗାଁକୁ ନେଇ ଆସିଥିଲେ। ସ୍ନେକ ହେଲ୍ପ ଲାଇନ ସଦସ୍ୟ ପହଞ୍ଚି ସାପଟିକୁ ବର୍ମିଜ ଅଜଗର ବୋଲି ଚିହ୍ନଟ କରିଥିଲେ। ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଜାଲକୁ କାଟି ସାପକୁ ମୁକ୍ତ କରିଥିଲେ। ପ୍ରାୟ ୮ ଫୁଟ ଲମ୍ବର ଏଇ ବର୍ମିଜ ଅଜଗରଟିକୁ ପୁରୀ ବନ୍ୟପ୍ରାଣୀ ରେଞ୍ଜ ଅଧିକାରୀଙ୍କୁ ହସ୍ତାନ୍ତର କରି ଦିଆଯାଇଛି। ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଅଜଗରଟିର ସ୍ୱାସ୍ଥ୍ୟ ପରୀକ୍ଷା କରି ଆଜି ରାତିରେ ଅଜଗରକୁ ଅନ୍ୟ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛଡ଼ାଯିବ।

Latest Posts

Don't Miss