ରାସ୍ତା ପାଖରେ ବସିଥିବା ମହିଳାଙ୍କ ଉପରେ ଚଢ଼ିଗଲା କାର୍, ଜଣେ ମୃତ

1 min read

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା କେଶରାପଲି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ରାସ୍ତା ପାଖରେ ବସିଥିବା କିଛି ମହିଳାଙ୍କ ଉପରେ ଚଢ଼ିଗଲା କାର୍।  ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। । ମୃତକ ହେଲେ ପଚାଶ ବର୍ଷୀୟା ସଂଯୁକ୍ତା ବିଷୋୟୀ। ଗୁରୁତରଙ୍କୁ ପ୍ରଥମେ ବ୍ରହ୍ମପୁର ଓ ପରେ ଭୁବେନେଶ୍ୱର ସ୍ଥାନାନ୍ତର କରାଯାଇଛି l ଗୁରୁତରଙ୍କ ମଧ୍ୟରେ ଅଛନ୍ତି ଜଣେ ଛଅ ବର୍ଷର ନାବାଳିକା l ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ମୃତକ ଓ ଗୁରୁତରଙ୍କ ପରିବାରକୁ କ୍ଷତିପୂରଣ ଦାବିରେ  ସାରା ରାତି ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ l ଫଳରେ ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହାନ ଚଳାଚଳ ବନ୍ଦ ରହିଛି l ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ମାନେ ପହଞ୍ଚି ରାସ୍ତାରୋକ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି l  ତେବେ ଏ ନେଇ ଘଟଣା ସ୍ଥଳରୁ ଲୋକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଆସିକା ପ୍ରତିନିଧି ନରେନ୍ଦ୍ର ସାହୁ l