ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ନଦୀକୁ ଖସି ପଡ଼ିଲା ଜିପ୍, ୧୦ରୁ ୧୨ ନିଖୋଜ
1 min read
ପାଟନା: ବିହାରର ରାଜଧାନୀ ପାଟନାରେ ଦାନାପୁର ଏବଂ ଦିୟାରାକୁ ସଂଯୋଗ କରୁଥିବା ଅଞ୍ଚଳ ପିପାଠାରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ସକାଳେ ଦାନାପୁରରୁ ୧୨ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣାର ଶୀକାର ହୋଇଛି ଏକ ଜିପ୍। ବାଡ଼ ସହିତ ଧକ୍କା ହୋଇ ନଦୀ ମଧ୍ୟକୁ ଜିପ୍ଖସିପଡ଼ିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଂଚଲ୍ୟ ସୃଷ୍ଟି ହୋଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିବା ପରେ ପୋଲିସକୁ ଏହି ବାବଦରେ ସୂଚନା ଦିଆଗଲା ।
ଘଟଣା ବାବଦରେ ଜାଣିବା ପରେ ପୋଲିସ ସେଠାରେ ପହଞ୍ଚି ନିଖୋଜ ଯାତ୍ରୀଙ୍କୁ ଖୋଜିବାରେ ଜୁଟିଛି । ଏପର୍ଯ୍ୟନ୍ତ କୌଣସି ଯାତ୍ରୀଙ୍କୁ ମଧ୍ୟ ଉଦ୍ଧାର ହୋଇ ନାହାଁନ୍ତି ।
Bihar: A jeep, carrying at least 15 passengers, fell into river Ganga at Peepapul in Patna today; at least 10 people missing. Search operation for the missing peole is underway. pic.twitter.com/wObcjXFYQM
— ANI (@ANI) April 23, 2021
ସୂଚନା ଅନୁସାରେ, ଜିପରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଅକିଲପୁରର ଗୋଟିଏ ପରିବାରର ସଦସ୍ୟ । ନିଖୋଜ ବ୍ୟକ୍ତିମାନେ ହେଲେ ରମାକାନ୍ତ ସିଂ, ପତ୍ନି ଗୀତା ଦେବୀ, ଅରବିନ୍ଦ ସିଂ, ଉମାକାନ୍ତ ସିଂଙ୍କ ପତ୍ନି, ଅନୁରଗୋ ଦେବୀ, ସରୋଜ ଦେବୀ ଇତ୍ୟାଦି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପିପାପୁଲର ରାସ୍ତାରେ ଅବ୍ୟବସ୍ଥା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି ।