ସାଙ୍ଗ ସହ ଜଙ୍ଗଲରେ ସ୍ତ୍ରୀକୁ ଛାଡ଼ି ଦେଇଥିଲେ, ଏବେ ବନ୍ଧା ହେଲେ

ନବରଙ୍ଗପୁର: ସ୍ତ୍ରୀକୁ ଜବରଦସ୍ତି ସାଙ୍ଗମାନଙ୍କ ସହ ପଠାଇବା ଘଟଣାରେ ସ୍ୱାମୀ ଗିରଫ । କୁନ୍ଦେଇ ଥାନା ପୋଲିସ ଉକ୍ତ ସ୍ବାମୀ ଓ ଜଣେ ସାଙ୍ଗଙ୍କୁ ଗିରଫ କରିଛି । । ଗତ ୨୦ ତାରିଖରେ ରାଇଘର ବ୍ଲକ କୁନ୍ଦେଇ ଥାନା ଅଞ୍ଚଳରେ ସ୍ତ୍ରୀକୁ ହାଇଦ୍ରାବାଦକୁ ନେବାକୁ କହି ଜଙ୍ଗଲରେ ସାଙ୍ଗ ସହ ପଠାଇ ଦେଇଥିଲେ ପିଶାଚ ସ୍ବାମୀ । କାହାକୁ କହିଲେ ହତ୍ୟା ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ପରେ କୌଶଳ କ୍ରମେ ଖସିଯାଇ ପୋଲିସରେ ଅଭିଯୋଗ କରିଥିଲେ ସ୍ତ୍ରୀ ।

ଅଭିଯୋଗ ଅନୁସାରେ ବିବାହର କିଛିଦିନ ପରେ ଅଭିଯୁକ୍ତ ସ୍ବାମୀ ଓ ତାଙ୍କ ସ୍ତ୍ରୀଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା । ସେବେଠୁ ବାପ ଘରେ ରହୁଥିଲେ ସ୍ତ୍ରୀ । ପରେ ହାଇଦ୍ରାବାଦକୁ ନେଇ ଯିବାକୁ କହି ଷଡ଼ଯନ୍ତ୍ର ରଚିଥିଲା ସ୍ବାମୀ । ଅଧା ବାଟରେ ସାଙ୍ଗ ସହ ସ୍ତ୍ରୀଙ୍କୁ ଜଙ୍ଗଲକୁ ପଠାଇ ଦେଇଥିଲା । ସ୍ବାମୀର ସାଙ୍ଗ ଦ୍ବାରା ସ୍ତ୍ରୀ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଲିଖିତ ଅଭିଯୋଗ ପରେ ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ସ୍ବାମୀ ଓ ତା’ର ଜଣେ ସାଙ୍ଗ ଈଶ୍ବର ଗଣ୍ଡକୁ ପୋଲିସ ଗିରଫ କରିଛି । ଆଉ ଜଣେ ସାଙ୍ଗ କୁନା ଗଣ୍ଡ ବର୍ତ୍ତମାନ ଫେରାର ଅଛି ।

Leave a Reply