‘ଦିଲ ବେଚାରା’ ରିଲିଜ ପୂର୍ବରୁ ସୁଶାନ୍ତଙ୍କ ସ୍ମୃତିରେ ହେବ ଭର୍ଚୁଆଲ ମ୍ୟୁଜିକାଲ କନସର୍ଟ, ଦେଖନ୍ତୁ ଭିଡିଓ

1 min read
A.R Rahman To give Tribute To Late Sushant Singh Rajput Before Dil Bechara Release

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ପରେ ବଲିଉଡ ସମେତ ପୁରା ଦେଶ ତାଙ୍କୁ ମନେ ପକାଉଛି । ସୁଶାନ୍ତଙ୍କ ଫିଲ୍ମ ‘ଦିଲ ବେଚାରା’ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ଯାହାକୁ ନେଇ ତାଙ୍କ ପ୍ରଶଂସକ ମାନେ ଖୁବ ଉତ୍ସୁକ ଅଛନ୍ତି । ଫିଲ୍ମର ୩ଟି ଗୀତ ରିଲିଜ ହୋଇଛି ଯାହା ୟୁଟ୍ୟୁବରେ ଖୁବ ଭାଇରାଲ ହେବାରେ ଲାଗିଛି । ଜଣାଇ ରଖୁଛୁ ଯେ ସୁଶାନ୍ତ ନିଜର ଅନ୍ତିମ ଫିଲ୍ମରେ ଅଭିନେତ୍ରୀ ସଞ୍ଜନା ସାଙ୍ଘୀଙ୍କ ସହ ନଜର ଆସିବେ । ଏହି ଫିଲ୍ମ ଜୁଲାଇ ୨୪ ତାରିଖ ଦିନ ରିଲିଜ ହେବାକୁ ଯାଉଛି । ଫିଲ୍ମ ରିଲିଜ ହେବା ପୂର୍ବରୁ ଏହାର ମେକର୍ସ ପ୍ରଶଂସକ ମାନଙ୍କ ପାଇଁ ଏକ ସରପ୍ରାଇଜ ନେଇ ଆସିଛନ୍ତି । ଯେଉଁଥିରେ ମ୍ୟୁଜିକ କମ୍ପୋଜର ତଥା ଗାୟକ ଏ.ଆର ରେହମାନ ସୁଶାନ୍ତ ସିଂହ ରାଜପୁତଙ୍କୁ ଏକ ମ୍ୟୁଜିକାଲ ଟ୍ରିବ୍ୟୁଟ ଦେବାକୁ ଯାଉଛନ୍ତି ।

‘ଦିଲ୍ ବେଚାରା’ ରିଲିଜ୍ ହେବା ପୂର୍ବରୁ ଆର୍ ରହମାନ, ଶ୍ରେୟା ଘୋଷାଲ, ସୁନୀଧି ଚୌହାନ, ଅମିତାଭ ଭଟ୍ଟାଚାର୍ଯ୍ୟ, ମୋହିତ ଚୌହାନ, ଅରିଜିତ ସିଂ, ହୃଦୟ ଗଟ୍ଟାନୀ ଏବଂ ଜୋନୀତା ଗାନ୍ଧୀ, ସୁଶାନ୍ତ ସିଂ ରାଜପୁତଙ୍କୁ ଏକ ଭର୍ଚୁଆଲ୍ ମ୍ୟୁଜିକାଲ୍ କନ୍ସର୍ଟ ମାଧ୍ୟମରେ ଟ୍ରିବ୍ୟୁଟ ଦେବେ । ମୁକେଶ ଛାବ୍ରା ଏ ବିଷୟରେ ଏକ କ୍ଷୁଦ୍ର ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଏ. ଆର୍ ରେହମାନ ‘ଦିଲ୍ ବେଚାରା’ର ଟାଇଟଲ୍ ଟ୍ରାକ୍ ଗାଉଥିବାର ନଜର ଆସିଛନ୍ତି । ଜଣାଇ ରଖୁଛୁ ଯେ, ଏହି କନସର୍ଟ ମଧ୍ୟାହ୍ନ ୧୨ ଟାରେ ହେବ । ମୁକେଶଙ୍କ ଏହି ଭିଡିଓରେ ପ୍ରଶଂସକମାନେ ନିଜର ମତ ପ୍ରକାଶ କରିଛନ୍ତି ।

OTT ପ୍ଲାଟଫର୍ମ ହଟଷ୍ଟାର ଡିଜନିରେ ସୁଶାନ୍ତ ସିଂହ ରାଜପୁତ ଏବଂ ସଞ୍ଜନା ସାଙ୍ଘୀଙ୍କ ଫିଲ୍ମ ‘ଦିଲ ବେଚାରା’ ମୁକ୍ତିଲାଭ କରିବ। ଦୁଇ କର୍କଟ ରୋଗୀଙ୍କ ଜୀବନ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଜନ୍ ଗ୍ରୀନଙ୍କ ଉପନ୍ୟାସ ‘ଦ ଫଲ୍ଟ ଇନ୍ ଆୱାର ଷ୍ଟାର୍ସ’ ଉପରେ ଆଧାରିତ।ଜଣାଇ ରଖୁଛୁ ଯେ, ଏହି ଚଳଚ୍ଚିତ୍ରର ମ୍ୟୁଜିକ୍ ପାର୍ଟନର ହେଉଛି ସୋନି ମ୍ୟୁଜିକ୍ ଇଣ୍ଡିଆ । ଏହି ଫିଲ୍ମ ଜୁଲାଇ ୨୪ରେ ମୁକ୍ତିଲାଭ କରିବ।

 

Leave a Reply