spot_img

Latest Posts

ଚକାଚକ କୋଠା, ଭୁଶୁଡ଼ିଛି ସ୍ୱାସ୍ଥ୍ୟ ବ୍ୟବସ୍ଥା; ଲିଫ୍ଟରୁ ଡାକ୍ତର, ସବୁଠି ଅବ୍ୟବସ୍ଥା

ନନ୍ଦିଘୋଷ ବ୍ୟୁରୋ: ଚକାଚକ କୋଠା, ହେଲେ ମାଳ ମାଳ ଅବ୍ୟବସ୍ଥା। ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭୁଶୁଡ଼ି ପଡ଼ିଛି ସ୍ୱାସ୍ଥ୍ୟ ବ୍ୟବସ୍ଥା। ୬ ମହଲା ବିଶିଷ୍ଟ କୋଠାରେ ଗତ ୫ ମାସ ହେଲା ଅଚଳ ହୋଇପଡ଼ିଛି ଲିଫ୍ଟ। ଫଳରେ ରୋଗୀ ଓ ସମ୍ପର୍କୀୟଙ୍କୁ ଫୁଟୱେ ଦେଇ ଯିବାକୁ ପଡ଼ୁଛି। ବିଶେଷକରି ଗୁରୁତର ଓ ବୟସ୍କ ରୋଗୀମାନେ ଏଥିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହାସହ ନିରାମୟ ଯୋଜନାରେ ଆବଶ୍ୟକ ଔଷଧ ମିଳୁନଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ମେଡିକାଲରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବାରୁ ରୋଗୀଙ୍କୁ ଲମ୍ବା ଲାଇନରେ ଅପେକ୍ଷା କରିବାକୁ ପଡ଼ୁଛି। ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଯୋଗୁଁ ଅନେକ ରୋଗୀଙ୍କୁ ବୁର୍ଲା କିମ୍ବା ବଲାଙ୍ଗୀର ଉପରେ ନିର୍ଭର କରିବାକୁ ପଡ଼ୁଛି। ଏପରିକି ମାନସିକ ଅସୁସ୍ଥ ରୋଗୀଙ୍କ ଚିକିତ୍ସା ପାଇଁ ମଧ୍ୟ ଆବଶ୍ୟକ ଡାକ୍ତର ନଥିବା ଅଭିଯୋଗ ରହିଛି।ସୁବର୍ଣ୍ଣପୁର ସହ ବୌଦ୍ଧ ଜିଲ୍ଲାର ଅନେକ ଲୋକ ଏହି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭରଶୀଳ। ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ଉଦ୍ଦେଶ୍ୟରେ ପୂର୍ବ ସରକାରଙ୍କ ସମୟରେ ନିର୍ମିତ ହୋଇଥିଲା ବଡ଼ ବିଲ୍ଡିଂ। ହେଲେ ବର୍ତ୍ତମାନ ଲିଫ୍ଟ ଅଚଳ, ଔଷଧ ଅଭାବ ଓ ଡାକ୍ତର ଅଭାବ ଭଳି ସମସ୍ୟା ମେଡିକାଲର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଅନ୍ୟପଟେ, ମେଡିକାଲରେ ରହିଥିବା ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି ସୁବର୍ଣ୍ଣପୁର ସିଡିଏମଓ।

Latest Posts

Don't Miss