ମହୀଶୂର ସାଣ୍ଡାଲ ସପ୍ ବିବାଦ : ତମନ୍ନାଙ୍କ ସହ ଚୁକ୍ତି ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ

1 min read

ନନ୍ଦିଘୋଷ ବ୍ୟୁରୋ : କର୍ଣ୍ଣାଟକରେ ବଢ଼ିଲା ମହୀଶୂର ସାଣ୍ଡାଲ ସପ୍ ବିବାଦ । ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏହି ପ୍ରସିଦ୍ଧ ସାବୁନର ବ୍ରାଣ୍ଡ ଆମ୍ବାସଡର ଭାବେ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସରକାର ନିଯୁକ୍ତି ଦେବା ପରେ ବଢିଛି ବିବାଦ । ଆମ୍ବାସଡର ଭାବେ ତମନ୍ନାଙ୍କୁ ୨ ବର୍ଷ ଲାଗି ରାଜ୍ଯ ସରକାର ଦେବେ ୬ କୋଟି ୨୦ ଲକ୍ଷ ଟଙ୍କା । ଏହି ବଡ଼ ଧରଣର ଚୁକ୍ତି ଲାଗି କନ୍ନଡ ଅଭିନେତ୍ରୀ କେହି ମିଳିଲେନି କି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ।

୧୯୦୦ ମସିହାରେ ତତକାଳୀନ ରାଜା କ୍ରିଷ୍ଣା ରାଜ ଓ୍ବାଦିଆର ଏହି କାରଖାନାକୁ ସରକାରୀ ଭାବେ ନିର୍ମାଣ କରିଥିଲେ । ଏହା କେବଳ ଦକ୍ଷିଣ ଭାରତ ନୁହେଁ ସାରା ଦେଶରେ ଏହା ଖ୍ଯାତି ଅର୍ଜନ କରିଛି । ଏହି ସାବୁନ ବି କର୍ଣ୍ଣାଟକର ସଂସ୍କୃତି ଭାବେ ପରିଚିତ ଲାଭ କରିଛି । ତମନ୍ନାଙ୍କ ଇନଷ୍ଟାଗ୍ରାମ ଫଲୋର୍ସଙ୍କ ସଂଖ୍ଯା ୨୮.୩ ନିୟୁତ ହୋଇଥିବାବେଳେ ଏକ୍ସରେ ଫଲୋର୍ସଙ୍କ ସଂଖ୍ଯା ରହିଛନ୍ତି ୫.୮ ନିୟୁତ । କେବଳ ଏହି ସାବୁନ ନୁହେଁ ଅନ୍ୟାନ୍ୟ ବହୁ ସାମଗ୍ରୀ ଲାଗି ପ୍ରତିନିଧିତ୍ବ କରିଛନ୍ତି ତମନ୍ନା । ଏହି ଚୁକ୍ତି କର୍ଣ୍ଣାଟକ ସପ୍ସ ଆଣ୍ଡ ଡିଟରଜେଣ୍ଟ ଲିମିଟେଡ-KSDL ଓ ତମନ୍ନାଙ୍କ ମଧ୍ୟରେ ସ୍ବାକ୍ଷରିତ ହୋଇଛି ।

ସେପଟେ ସରକାରଙ୍କ ନିଷ୍ପତ୍ତିକୁ ଯଥାର୍ଥ କହିଛନ୍ତି ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ଏମବି ପାଟିଲ । ସେ କହିଛନ୍ତି କେବଳ କର୍ଣ୍ଣାଟକ ନୁହେଁ ରାଜ୍ୟ ବାହାରେ ଏହାର ପ୍ରବେଶ ଥିବାରୁ ତମନ୍ନାଙ୍କୁ ଆମ୍ବାସଡର କରାଯାଇଛି । ପ୍ରତିବାଦରେ ଯୁବ କର୍ଣ୍ଣାଟକ ବେଦିକେ ପକ୍ଷରୁ କେଏସଡିଏଲର ୟେଶବନ୍ତପୁର କାରଖାନା ଆଗରେ ଧାରଣା ଦିଆଯାଇଛି।