ଉମ୍ରାନ ମଲ୍ଲିକଙ୍କୁ ଦଳରେ ସ୍ଥାନ ନମିଳିବାକୁ ନେଇ ଏମିତି କହିଲେ ଆକାଶ ଚୋପ୍ରା

1 min read

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଦୃତ ବୋଲର ଉମ୍ରାନ ମଲ୍ଲିକ ଦୀର୍ଘଦିନ ହେବ ଟିମରେ ସ୍ଥାନ ପାଇନାହାନ୍ତି । ଟିମ ଇଣ୍ଡିଆର ବିଶ୍ବକପରେ ଦଳରେ ସ୍ଥାନ ଦେବା ପାଇଁ ଆଶା କରାଯାଉଥିବା ଉମ୍ରାନ ମଲ୍ଲିକ ନିୟମିତ ଦଳ ବ୍ୟତିତ ଇଣ୍ଡିଆ-ଏ ଦଳରେ ମଧ୍ୟ ତାଙ୍କୁ ସ୍ଥାନ ମିଳିନାହିଁ । ଯାହାକୁ ନେଇ ଆକାଶ ଚେପ୍ରା ନିଜ ୟୁ୍ଟ୍ୟୁବରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଉମ୍ରାନଙ୍କ ପାଇଁ ଯୁକ୍ତି ବାଢ଼ିଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି କି, ଉମ୍ରାନଙ୍କ ଭଳି ଜଣେ ଦୃତ ବୋଲରଙ୍କୁ ଦଳରେ ସ୍ଥାନ ନଦେବା ଦ୍ବାରା ତାଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇବ। ୩ ମାସ ହେବ ସେ କେଉଁ ଦଳରେ ମଧ୍ୟ ନଜର ଆସିନାହାନ୍ତି। ଏହା ତାଙ୍କ ସହ ଭଲ ହେଉନାହିଁ । ଶେଷଥର ପାଇଁ ଉମ୍ରାନ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଶେଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ।

ଗତ ବର୍ଷ ଫେବୃଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ଶେଷ ଟି-୨୦ ମ୍ୟାଚ ଖେଳିଛନ୍ତି । ଯଦି ତାଙ୍କ କ୍ୟାରିୟର ଉପରେ ନଜର ପକାଇବା ତାହେଲେ ୧୦ଟି ଦିନିକିଆ ମ୍ୟାଚରେ ୧୩ ଓ୍ବିକେଟ ଅକ୍ତିଆର କରିଛନ୍ତି । ଯଦି ଟି-୨୦ କଥା କହିବା ତାହେଲେ ସେ ୮ଟି ମ୍ୟାଚରେ ୧୧ ଓ୍ବିକେଟ ନେଇଥିଲେ । ଉମ୍ରାନଙ୍କ ବୋଲିଂ ଗତି ଆଗରେ ବଡ଼ ବଡ଼ ବ୍ୟାଟ୍ସମ୍ୟାନମାନେ ମଧ୍ୟ ଧରାଶାୟୀ ହୋଇଛନ୍ତି । ଆଇପିଏଲରେ ତାଙ୍କ କ୍ୟାରିୟର ମଧ୍ୟ ଭଲ ରହିଛି । ଭାରତ ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ଖେଳିବାକୁ ଯାଉଥିବାବେଳେ ଉମ୍ରାନଙ୍କୁ ଦଳରେ ସ୍ଥାନ ମିଳିନାହିଁ । ତେବେ ୨୦୨୪ରେ ଟି-୨୦ ବିଶ୍ବକପ ଖେଳାଯିବାକୁ ଥିବାବେଳେ ତାଙ୍କୁ ଆଫଗାନିସ୍ତାନ ବିପକ୍ଷ ସିରିଜରୋ ସ୍ଥାନ ମିଳିନାହିଁ । ଏଣୁ ବିଶ୍ବକପ ଦଳରେ ତାଙ୍କ ସ୍ଥାନ କିଭଳିଭାବେ ସୁରକ୍ଷିତ ହେବ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ ।