spot_img

Latest Posts

ରାଜ୍ୟସଭା ଯାଇପାରନ୍ତି ଆପ୍ ସୁପ୍ରିମୋ କେଜରିୱାଲ

ନୂଆଦିଲ୍ଲୀ: ରାଜ୍ୟସଭା ଯାଇପାରନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜରିୱାଲ। ପଞ୍ଜାବରୁ ସେ ରାଜ୍ୟସଭା ଯିବେ ବୋଲି ଚର୍ଚ୍ଚା ହେଉଛି। ବିଧାୟକ ଗୁରପ୍ରୀତ ଗୋଗିଙ୍କ ନିଧନ ପରେ ପଞ୍ଜାବରେ ପଶ୍ଚିମ ଲୁଧିଆନା ଆସନ ଖାଲି ପଡିଛି। ଏହି ଆସନରୁ ଆପ ବର୍ତ୍ତମାନ ରାଜ୍ୟସଭା ସାଂସଦ ଥିବା ସଂଜୀବ ଆରୋରାଙ୍କୁ ପ୍ରାର୍ଥୀ କରିଛି।

ଏଥିରୁ ସ୍ପଷ୍ଟ ହେଉଛି ସଂଜୀବ ଆରୋରା ରାଜ୍ୟସଭା ସାଂସଦ ପଦ ଛାଡିବେ। ଏହି ଆସନ ଖାଲିହେଲେ ଅରବିନ୍ଦ କେଜରିୱାଲ ରାଜ୍ୟସଭାକୁ ଯାଇପାରନ୍ତି। ତେବେ ବିଧାନସଭା ଉପନିର୍ବାଚନ ପରେ ସଂଜୀବ ଆରୋରା ଇସ୍ତଫା ଦେବେ ନା ପୂର୍ବରୁ ଇସ୍ତଫା ଦେଇ ନିର୍ବାଚନ ଲଢିବେ ସ୍ପଷ୍ଟ ହୋଇନି। ଏହି ଆସନରୁ କଂଗ୍ରେସର ଭାରତ ଭୂଷଣ ଆଶୁ ବିଧାୟକ ଥିଲେ।

ତେବେ ଗତ ନିର୍ବାଚନରେ ସେ ପରାସ୍ତ ହୋଇଥିଲେ। ସଂଜୀବ ଆରୋରାଙ୍କୁ ଏହି ଆସନରୁ ନିର୍ବାଚନ ଲଢାଇବା ସହ ବିଜୟୀ କରିବାକୁ ମଧ୍ୟ ପୁରା ଦମ ଲଗାଇଦେବ ଆମ ଆଦମୀ ପାର୍ଟି। ସଂଜୀବ ଆରୋରାଙ୍କୁ କ୍ୟାବିନେଟରେ ସାମିଲ କରିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏନେଇ ସୂଚନା ଦେଇଛନ୍ତି ପଞ୍ଜାବର କଂଗ୍ରେସ ନେତା ପ୍ରତାପ ସିଂ ବାଜୱା। ପୂର୍ବରୁ ଆପର ବହୁ ବିଧାୟକ କଂଗ୍ରେସ ସହ ଲିଙ୍କରେ ରହିଛନ୍ତି ବୋଲି ଦାବି କରିଥିଲେ ବାଜୱା। ଦିଲ୍ଲୀରେ କ୍ଷମତାରୁ ଯିବା ପରେ ପଞ୍ଜାବ ଆପରେ ବିଭାଜନ ଲାଗି କ୍ଷେତ୍ର ପ୍ରସ୍ତୁତ ହୋଇଛି ବୋଲି ସେ ଦାବି କରିଥିଲେ।

Latest Posts

Don't Miss