ପଞ୍ଜାବରେ ବୁଲିଲା ଆପ୍ ଝାଡୁ: ୧୧୭ରୁ ୯୨ ଆସନରେ ବିଜୟୀ

ଅମୃତସର: ଆପ୍ ଝାଡୁରେ ପଞ୍ଜାବରେ ସଫା ହୋଇଗଲା କଂଗ୍ରେସ । ବିଜେପି ଓ ଅକାଳୀ ଦଳ ବି ଅଳିଆ ଭଳି ଚାଲିଗଲେ ଭୋଟରଙ୍କ ନଜରରୁ । ୧୧୭ ଆସନରୁ ୯୨ ଆସନରେ ଜିତି ଭଗବନ୍ତ ମାନଙ୍କ ନେତୃତ୍ବରେ ସରକାର ଗଠନ କରିବାକୁ ଯାଉଛି ଆମ ଆଦମୀ ପାର୍ଟି ।

ସରକାରରେ ଥିବା କଂଗ୍ରେକୁ ମାତ୍ର ୧୮ଟି ଆସନରେ ସନ୍ତୁଷ୍ଠ ହେବାକୁ ପଡିଛି । ପଞ୍ଜବାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚରଣଜିତ୍ ଚନ୍ନୀ ଦୁଇଟି ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିବାବେଳେ ଉଭୟ ଆସନରୁ ପରାସ୍ତ ହୋଇଛନ୍ତି  । ସେହିପରି ପଞ୍ଜାବ କଂଗ୍ରେସରେ ବିସ୍ଫୋରଣ ପରିସ୍ଥିତି ସୃଷ୍ଟି କରିଥିବା ନବଜ୍ୟୋତ ସିଂ ସିଦ୍ଧୁ ମଧ୍ୟ ହାରିଯାଇଛନ୍ତି  । କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ପାର୍ଟି ମୁଖ୍ୟ କ୍ୟାକଟେନ ଅମରିନ୍ଦର ସିଂ ଏବଂ ଅକାଳୀ ଦଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ଆପ ଯାଦୁରେ ଝଡ଼ି ପଡିଛନ୍ତି ।

ବିଜେପିକୁ ୨ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି । ଗତ ନିର୍ବାଚନରେ ଦଳ ୩ଟି ଆସନ ଜିତିଥିବା ବେଳେ ଚଳିତଥର ଗୋଟିଏ ଆସନ ହରାଇଛି । ଅକାଳୀ ଦଳ ୩ଟି ଆସନରେ ଜିତିଥିବା ବେଳେ ବିଏସପି ଏବଂ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି ।